/odishatv-khabar/media/media_files/2025/12/18/dhauli-gangrape-case-2025-12-18-09-55-26.jpg)
Dhauli Gangrape Case Photograph: (OTV)
ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କରିଛି କମିସନରେଟ ପୋଲିସ। ଘଟଣାଠାରୁ ଫେରାର ଥିଲା ଜୋକର ହାପି । ଏବେ ଜୋକର ହାପିର ୨ ସହଯୋଗୀ ଫେରାର ଅଛନ୍ତି। ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।
ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିବା ବେଳେ ପୀଡିତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁବୃର୍ତ୍ତ। ଦୟାନଦୀ କୂଳରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ। ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲେ। ଏଥି ସହ ଏହି ଘଟଣା ବିଷୟରେ କାହାରିକୁ କହିଲେ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଯୁବକଙ୍କ ରୁପା ଚେନ୍ ଓ ଟଙ୍କା ସହ ପୀଡିତାଙ୍କ ସୁନା ଚେନ୍ ଲୁଟି ନେଇ ପଳାଇଥିଲେ। ଏହା ପରେ ପୀଡିତା ଓ ପୁରୁଷବନ୍ଧୁ ସେଠାରୁ ଯାଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ତଦନ୍ତ ଆଧାରରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଥିଲା।
ଧଉଳି ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ
ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା
ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି ଗିରଫ
ଘଟଣାଠାରୁ ଫେରାର ଥିଲା ଜୋକର ହାପି
ଜେଲରୁ ଭିଆଇ ଥିଲା ଜଘନ୍ୟ କାଣ୍ଡ
ଏବେ ଜୋକର ହାଫିର ୨ ସହଯୋଗୀ ଫେରାର
ପୂର୍ବରୁ ୨ ଜଣକୁ ଗିରଫ କରିଥିଲା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)