Advertisment

Snow Catches Fire : ବରଫରେ ଲାଗିଛି ନିଆଁ, ହୁତୁ ହୁତୁ ହୋଇ ଜଳୁଛି

ଗୋଟେ ପଟେ ପାହାଡ ଉପରେ ବରଫର ମୋଟା ଚାଦର ଢ଼ାଙ୍କି ହୋଇଛି। ଆଉ ଗୋଟେ ପଟେ ବାହାରୁଛି ଲାଭା। ଲାଗୁଛି ସତେ ଯେପରି ବରଫରେ କିଏ ନିଆଁ ଲଗାଇ ଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

author-image
Madhupriya Mistry
Fire in snow mount

Fire in snow mount Photograph: (OTV)

ଚାରିଆଡେ ବରଫ। ଆଉ ମଝିରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଏମିତି ଫୁଟୁଛି ଯେ, ଯିଏ ଦେଖୁଛି ସିଏ ଛାନିଆ ହୋଇଯାଉଛି। ଗୋଟେ ପଟେ ପାହାଡ ଉପରେ ବରଫର ମୋଟା ଚାଦର ଢ଼ାଙ୍କି ହୋଇଛି। ଆଉ ଗୋଟେ ପଟେ ବାହାରୁଛି ଲାଭା। ଲାଗୁଛି ସତେ ଯେପରି ବରଫରେ କିଏ ନିଆଁ ଲଗାଇ ଦେଇଛି। ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛିଇଟାଲିର ମାଉଣ୍ଟ ଏଟନା ପର୍ବତ ଶିଖରରେ।  

Advertisment

ଇଟାଲିର ସିସିଲି ଦ୍ବୀପରେ ରହିଛି ମାଉଣ୍ଟ ଏଟନା ପର୍ବତ। ଏଠାରେ ଗତବର୍ଷ ଶେଷ ଆଡକୁ ଆଗ୍ନେୟ ଉଦଗୀରଣ ହୋଇଥିଲା। ଫଳରେ ପାହାଡର ଚାରିଆଡେ ଧୂଆଁ ଆଉ ଲାଭା ଫୁଟିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପାହାଡର ଚାରିଆଡେ ପ୍ରବଳ ତୁଷାରପାତ ଯୋଗୁ ବରଫ ଢ଼ାଙ୍କି ହୋଇ ରହିଛି। ଆଉ ଏହାରି ଭିତରୁ ନାଲି ରଙ୍ଗର ତରଳ ନିଆଁ ବା ଲାଭା ବାହାରୁଛି।

Advertisment

ବରଫ ନିଆଁର ଏଠି ଅପୂର୍ବ ମିଳିନ ଦେଖିବାକୁ ମିଳିଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ। ଦେଖିଲେ ମନେ ହେଉଛି ସତେ ଯେପରି ବରଫ ଦେହରେ କିଏ ନିଆଁ ଲଗାଇ ଦେଇଛି । ଏହି ଦୃଶ୍ୟକୁ ଦେଖି ପର୍ଯ୍ୟଟକ ଏବଂ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତିଲାଭା ଓ ବରଫ ମିଳନର ଏହି ଦୃଶ୍ୟ ଦେଖିବାକୁ ଯେତିକି ଭୟଙ୍କର ଲାଗୁଛି ପ୍ରକୃତରେ ସେତିକି ନୁହେଁ ବୋଳି କହିଛନ୍ତି ଅଧିକାରୀମାନେ। ତଥାପି ସୁରକ୍ଷା ଦୃଷ୍ଟିରୁ ଆଖପାଖର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

 
 
ମାଉଣ୍ଟ ଏଟନା ପର୍ବତ ହେଉଛି ୟୁରୋପର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ସ୍ଥଳ । ଏଠାରେ ପ୍ରାୟ ସବୁବେଳେ ଆଗ୍ନେୟ ଉଦଗୀରଣ ଘଟିଥାଏ। ଶୀତଦିନେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୁଏ, ସେତେବେଳେ ପାହାଡ଼ ଗୁଡ଼ିକ ମୋଟା ବରଫର ସ୍ତରରେ ଢାଙ୍କି ହୋଇଯାଏ। କିନ୍ତୁ ଆଗ୍ନେୟଗିରି ଭିତରେ ଥିବା ଗରମ ଲାଭା ସ୍ଥିର ରହିନଥାଏ
ଅନେକ ସମୟରେ ଲାଭା ବରଫର ମୋଟା ସ୍ତର ତଳେ ବୋହିଥାଏ ଏବଂ କେଉଁଠି କେଉଁଠି ବରଫକୁ ଫଟାଇ ବାହାରକୁ ବାହାରି ଆସେ । ଏହାଫଳରେ ବରଫ ଭିତରୁ ନିଆଁ ବାହାରୁଥିବା ଭଳି ଦୃଶ୍ୟ ସୃଷ୍ଟି ହୁଏ।

ମାଉଣ୍ଟ ଏଟନା ଇଟାଲୀର ସିସିଲି ଦ୍ୱୀପରେ ଅବସ୍ଥିତ। ଏହାକୁ ୟୁନେସ୍କୋ  ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ଦେଇଛି । ଏହି ଆଗ୍ନେୟଗିରିରୁ ବର୍ଷସାରା ଧୂଆଁ ଏବଂ ମଝିରେ ମଝିରେ ଲାଭା ଉଦ୍‌ଗିରଣ ହୋଇଥାଏ।। ବୈଜ୍ଞାନିକମାନେ ଏହାକୁ କ୍ରମାଗତ ଭାବେ ଅନୁଧ୍ୟାନ କରୁଛନ୍ତି କାରଣ ଏହାର ଆଚରଣ ଅନ୍ୟ ଆଗ୍ନେୟଗିରିଠାରୁ ଭିନ୍ନ ।

Lava Italy Volcano Eruption
Advertisment
Related Articles
Advertisment