/odishatv-khabar/media/media_files/2025/11/29/maharastra-mao-surrender-2025-11-29-09-05-04.jpg)
MAHARASTRA-MAO-SURRENDER Photograph: (OTV)
ଡେଡଲାଇନ୍ ପୂର୍ବରୁ ଖାଲି ହେଉଛି ମାଓଗଡ଼ । ଆତ୍ମସମର୍ପଣ କରିଛନ୍ତି ୨୫ ମାଓବାଦୀ । ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ମୁଖ୍ୟ ଚେତୁ ସମେତ ୧୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ବସ୍ତର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ସମସ୍ତ ମାଓବାଦୀ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।
୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁ ମୁଖ୍ୟ ଖଳନାୟକ ଥିବା ପୋଲିସ କହିଛି । ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା । ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଯାଇଛି ।
ଏପଟେ ମହାରାଷ୍ଟ୍ରର ଗଡ଼ଚିରଲୀ ପୋଲିସ ନିକଟରେ ଏମଏମସି ପ୍ରବକ୍ତା ଅନନ୍ତ ସମେତ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫ ମାଓବାଦୀଙ୍କ ସମସ୍ତଙ୍କ ନାଁରେ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । କେବଳ ଅନନ୍ତ ନାଁରେ ଥିଲା ୨୪ ଲକ୍ଷ ଟଙ୍କାର ପୁରସ୍କାର । ସମସ୍ତେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।
ଡେଡଲାଇନ୍ ପୂର୍ବରୁ ଖାଲି ହେଉଛି ମାଓଗଡ଼
ଆତ୍ମସମର୍ପଣ କରିଛନ୍ତି ୨୫ ମାଓବାଦୀ
ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ କଲେ ଆତ୍ମସମର୍ପଣ
ମାଓ ନେତା ଚେତୁ ନାଁରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର
ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଥିଲା
ମହାରାଷ୍ଟ୍ର ଗଡ଼ଚିରଲୀ ପୋଲିସ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ
MMC ପ୍ରବକ୍ତା ଅନନ୍ତ ସମେତ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ
Political Bias Allegations: ଖୋଲିଗଲା ଦିଦିଙ୍କ `ଦୀଘା' ମୁଖା, ଦଳୀୟ ଲୋକଙ୍କୁ ଥଇଥାନ ପାଇଁ ଓଡ଼ିଆଙ୍କୁ ତଡ଼ୁଥିଲେ

Health Alert: ଶିଶୁମାନଙ୍କ ଉପରେ ପଡ଼ୁଛି ଅଧିକ ପ୍ରଭାବ, ସଂକ୍ରମିତ ଶିଶୁଙ୍କୁ ସ୍କୁଲ୍ ନଛାଡ଼ିବାକୁ ପରାମର୍ଶ

Pandian’s Security: ବିଧାନସଭାରେ ମନ୍ତ୍ରୀ ବି କହିଲେ ପାଣ୍ଡିଆନଙ୍କ ସୁରକ୍ଷା କଥା, ବିଜେଡି ସଦସ୍ୟଙ୍କୁ ମାଗିଲେ ଜବାବ

SC Suggests Age Verification: ଆଧାର ନଥିଲେ ଦେଖିପାରିବେନି ଆଡଲ୍ଟ କମେଣ୍ଟ , ୟୁଟ୍ୟୁବ୍, ଓଟିଟି ଉପରେ ଲାଗିବ ଲଗାମ୍ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)