/odishatv-khabar/media/media_files/2026/03/07/chinas-nostradamus-2026-03-07-15-08-18.jpg)
Chinas Nostradamus Photograph: (OTV)
ସତ ହୋଇଗଲା ବିରାଟ ଭବିଷ୍ୟବାଣୀ ! ପୂର୍ବରୁ ଜଣାସରିଥିଲା ଆମେରିକା କରିବ ବଡ଼ ଆକ୍ରମଣ । ଚୀନରୁ ପ୍ରଥମେ ଆସିଥିଲା ଇରାନ-ଆମେରିକା ୱାର୍ ନ୍ୟୁଜ୍ । ଏକଥା ଜମାରୁ ମିଛ ନୁହେଁ, ଚୀନର ଜଣେ ବ୍ୟକ୍ତି ୩ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଥିଲେ । ଯାହା ଏବେ ସତ ହେବାକୁ ଯାଉଛି ।
ଚୀନର ପ୍ରଫେସର ଜିଆଙ୍ଗ୍ ଜୁକିନ୍ ୨୦୨୪ରେ କହିଥିଲେ, ଡୋନାଲ୍ଡ ଟ୍ରମ୍ପ୍ କ୍ଷମତାକୁ ଫେରିବେ । ଆଉ କ୍ଷମତାକୁ ଫେରିବା ପରେ ଇରାନ ସହିତ ଯୁଦ୍ଧ ଆରମ୍ଭ କରିବେ ।
ତା’ ସହ ଆଉ ଗୋଟିଏ ଭବିଷ୍ୟବାଣୀ ମଧ୍ୟ ଜୁକିନ୍ କରିଥିଲେ । ସେଥିମଧ୍ୟରୁ ଦୁଇଟି ସତ ହୋଇସାରିଛି । ଅର୍ଥାତ୍ ଟ୍ରମ୍ପ ଜିତି ସାରିଛନ୍ତି, ଏବଂ ଆମେରିକା ଓ ଇରାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇସାରିଛି ।
ତୃତୀୟ ଆକଳନ ଥିଲା ଇରାନ ସହ ଯୁଦ୍ଧ ଆମେରିକା ପାଇଁ ଦାରୁଣ ବିପର୍ଯ୍ୟୟ ଆଣିବ । ଏବେ ଯୁଦ୍ଧ ଚାଲିଥିବା ବେଳେ ଆମେରିକାକୁ ଘଡ଼ିକି ଘଡ଼ି ପାଣି ପିଆଉଛି ଇରାନ । ଏଭଳି ସ୍ଥଳେ ଜୁକିନଙ୍କୁ ଚୀନରେ ପ୍ରସିଦ୍ଧ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସ ବୋଲି କୁହାଗଲାଣି ।
ଜିଆଙ୍ଗ ଜୁକିନ୍ ହେଉଛନ୍ତି ଜଣେ ଚୀନର ପ୍ରସିଦ୍ଧ ୟୁଟୁବର । ତା’ ଛଡ଼ା ଅନଲାଇନ୍ ମଧ୍ୟମରେ ଫିଲୋସପି ଓ ହିଷ୍ଟ୍ରୀ ପିଲାମନଙ୍କୁ ଶିକ୍ଷା ଦିଅନ୍ତି । ୟାଲୀ କଲେଜରୁ ସ୍ନାତକ ହାସଲ କରିଛନ୍ତି । ସେ ତାଙ୍କର ଅଧିକାଂଶ ସମୟ ଚୀନ୍ରେ ଶିକ୍ଷା ସଂସ୍କାର ଏବଂ ପାଠ୍ୟକ୍ରମ ଡିଜାଇନ୍ ଉପରେ କାମ କରନ୍ତି ।
ଏହା ବ୍ୟତୀତ, ଜିଆଙ୍ଗ୍ ତାଙ୍କର ୟୁଟ୍ୟୁବ୍ ପ୍ରୋଜେକ୍ଟ "ପ୍ରେଡିକ୍ଟିଭ୍ ହିଷ୍ଟ୍ରି" ମାଧ୍ୟମରେ ଅନଲାଇନରେ ପିଲାମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦିଅନ୍ତି । ଯେମିତି କି, ଇତିହାସର ପୁନରାବୃତ୍ତି ଢାଞ୍ଚା, ଭୂରାଜନୈତିକ ପ୍ରୋତ୍ସାହନ ଏବଂ ଖେଳ ତତ୍ତ୍ୱ ବିଶ୍ଳେଷଣ କରିବା ସହ ବିଶ୍ବର ଅନେକ କଥାକୁ ସେ ପୂର୍ବାନୁମାନ କରିପାରନ୍ତି ।
୨୦୨୪ ମେ’ ମାସରେ ସେ ବିଶ୍ବକୁ ନେଇ କରିଥିବା ପୂର୍ବାନୁମାନରେ କହିଥିଲେ, ଯଦି ଟ୍ରମ୍ପ କ୍ଷମତାକୁ ଫେରନ୍ତି, ତେବେ ସେ ରାଷ୍ଟ୍ରପତି ହେବା ପରେ ଇରାନ ସହିତ ସାମରିକ ମୁକାବିଲାର ସମ୍ଭାବନା ବୃଦ୍ଧି ପାଇପାରେ ।
ଯାହାକି ଏଭଳି ସଂଘର୍ଷ ହେବ ଯୁକ୍ତରାଷ୍ଟ୍ର ପାଇଁ ବିପର୍ଯ୍ୟୟକାରୀ ହୋଇପାରେ । ତା’ ଛଡ଼ା ଜିଆଙ୍ଗ ଆମେରିକାର ଏକ ଟିଭି ସୋ’ରେ ବସି ମଧ୍ୟ ଏହି କଥାକୁ ପୁଣି ଥରେ କହିଥିଲେ । ଯାହାକି ବାର୍ତ୍ତମାନ ସତ ହୋଇସାରିଛି ।
ସବୁଠାରୁ ବଡ଼ କଥା ହେଉଛି, ଏଇ ଏବେ ଏବେ ପୁଣିଥରେ ଜିଆଙ୍ଗ ଜୁକିନ୍ ଭବିଷ୍ୟବାଣୀ କରି କହିଛନ୍ତି, ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ । ଯେତେବେଳେ ଯୁଦ୍ଧ ଶେଷ ହେବ, ସେତେବେଳକୁ ବିଶ୍ବ ଆଉ ଏବେ ପରି ନଥିବ ।
ଜିଆଙ୍ଗଙ୍କ ଏମିତି ଅନେକ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେଇସାରିଛି । ବର୍ତ୍ତମାନ ଏହି କଥା କେତେ ସତ ହେଉଛି ତା’ ଦେଖିବାକୂ ବାକି ରହିଛି । କିନ୍ତୁ ବର୍ତ୍ତମାନ ପ୍ରଫେସର ଜିଆଙ୍ଗ ଜୁକିନଙ୍କ ଇଣ୍ଟରନେଟରେ ସବୁଠାରୁ ଚର୍ଚ୍ଚିତ ଭବିଷ୍ୟବାଣୀକାରୀଙ୍କ ମଧ୍ୟରୁ ଜଣେ ବୋଲି ଗ୍ରହଣ ହୋଇସାରିଛନ୍ତି ।
Ramesh Panda Humanity: ଗରିବଙ୍କ ପାଇଁ ଇଏ ମାଗଣା ହୋଟେଲ୍, ଖାଇଲେ ଦେବାକୁ ପଡ଼େନି ଟଙ୍କା

Russia enters the US-Iran war: ବଢ଼ିଲା ବିଶ୍ବଯୁଦ୍ଧ ଭୟ, ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରୀ ମାରିଲା ରୁଷ

ICC Announces Record Prize Money: କିଏ ଜିତିବ T-20 ବିଶ୍ୱକପ୍? ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା

Crude Oil Prices Up: ବଢ଼ିଲା ଅଶୋଧିତ ତୈଳ ଦର, କୋଭିଡ୍ ପରେ ସାପ୍ତାହିକ ବୃଦ୍ଧିରେ ସବୁଠୁ ଅଧିକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)