Advertisment

Crude Oil Prices Up: ବଢ଼ିଲା ଅଶୋଧିତ ତୈଳ ଦର, କୋଭିଡ୍ ପରେ ସାପ୍ତାହିକ ବୃଦ୍ଧିରେ ସବୁଠୁ ଅଧିକ

ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ୍ ପିଛା ୯୦ ଡଲାର୍ ପାର। ଗଲା ଦୁଇ ବର୍ଷରେ ସବୁଠୁ ଅଧିକ। ଗତ ସପ୍ତାହରେ ୮୦ ଏବେ ୯୦ ଡଲାର୍। ଯୁଦ୍ଧ ପରେ ୨୫ ପ୍ରତିଶତ ବଢ଼ି ଯାଇଛି।

author-image
Chinmayee Sahoo
Crude Oil Prices Up

Crude Oil Prices Up Photograph: (OTV)

ଯାହା ଆଶଙ୍କା ଥିଲା ତାହା ହେଲା। ବଢ଼ିଗଲା ଅଶୋଧିତ ତୈଳ ଦର। ବ୍ୟାରେଲ୍ ପିଛା ୯୦ ଡଲାର୍ ପାର କରିଛି। ଗଲା ଦୁଇ ବର୍ଷରେ ସବୁଠୁ ଅଧିକ ଦରରେ ବଢ଼ଛି ଅଶୋଧିତ ତୈଳ। ଗତ ସପ୍ତାହରେ ଯେଉଁ ଅଶୋଧିତ ତୈଳ ୮୦ ଡଲାର ଥିଲା ଏବେ ବ୍ୟାରେଲ୍ ପିଛା ୯୦ ଡଲାର୍ ରେ ପହଞ୍ଚିଛି। 

Advertisment

କୋଭିଡ୍ ପରେ ସପ୍ତାହିକ ସବୁଠୁ ଅଧିକ ଦରରେ ପହଞ୍ଚିଛି। ବିଶେଷ ଭାବେ ଇରାନ-ଆମେରିକା ଯୁଦ୍ଧ ପରେ ୨୫ ପ୍ରତିଶତ ବଢ଼ି ଯାଇଛି ଅଶୋଧିତ ତୈଳ ଦର। ତେଲ ସଂରକ୍ଷଣ ସମସ୍ୟା ନେଇ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଚିନ୍ତା ବଢ଼ୁଛି। କୁଏତର କିଛି ତେଲ ରିଫାଇନାରୀ ନଷ୍ଟ ହେବା ପରେ ଉତ୍ପାଦନ କମିଛି। ବିଶେଷଜ୍ଞମାନଙ୍କ ଅନୁସାରେ, ସାଉଦି ଆରବ ଓ ୟୁଏଇର ସଂରକ୍ଷଣ ବି ପ୍ରାୟ ୨୦ ଦିନରେ ସରି ଯାଇପାରେ। 

ଯଦି ଏପରି ହୁଏ ତାହେଲେ ବଡ଼ ତୈଲ ଉତ୍ପାଦକ ଦେଶମାନେ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ। ଏହା ତେଲ ବଜାରରେ ଅଧିକ ଚାପ ସୃଷ୍ଟି କରିପାରେ, କାରଣ ଉତ୍ପାଦନ ପୁନଃ ଆରମ୍ଭ କରିବା ପ୍ରକ୍ରିୟା ଅତ୍ୟନ୍ତ ଖର୍ଚ୍ଚସାଧ୍ୟ ଓ ଅନେକ ଦିନ ଲାଗିପାରେ। କେତେକ ସପ୍ତାହ ସମୟ ଲାଗିପାରେ।

Advertisment

Global Crude Oil Prices Crude Oil Price
Advertisment
Related Articles
Advertisment