/odishatv-khabar/media/media_files/2026/03/07/russia-help-to-iran-2026-03-07-13-37-22.jpg)
Russia Help to Iran Photograph: (OTV)
ଆମେରିକା-ଇରାନ ଯୁଦ୍ଧରେ ଏଣ୍ଟ୍ରୀ ମାରିଲା ରୁଷିଆ ! ଇରାନ ସହ ହାତ ମିଳାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ! ଶତ୍ରୁ ଦେଶକୁ ଆକ୍ରମଣ ପାଇଁ ରୁଷ କରିବ ରଣନୀତି ! ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ଏବେ ନୂଆ ମୋଡ଼ ନେବାକୁ ଯାଉଛି ।
ଏବେ ଇରାନ ସହିତ ଶକ୍ତିଶାଳୀ ଦେଶ ରୁଷିଆ ହାତ ମେଳାଇ ସାମରିକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କୁହାଯାଉଛି, ମଧ୍ୟପ୍ରାଚ୍ୟରେ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ବିମାନ ଉପରେ ଆକ୍ରମଣ କରିବାରେ ରୁଷ ରଣନୈତିକ ସହଯୋଗ ଇରାନକୁ କରିବ ।
ପୂର୍ବରୁ ଇରାନକୁ ରୁଷର ସମର୍ଥନ ସ୍ପଷ୍ଟ ନଥିଲା । କିନ୍ତୁ ଗତ ସପ୍ତାହରେ ଆମେରିକା ଏବଂ ଇସ୍ରାଏଲ ତେହେରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଇରାନୀ ସେନା ଆମେରିକୀୟ ସେନାକୁ ଠାବ କରିବାରେ ସକ୍ଷମ ହେଉନାହିଁ। ତେଣୁ ରୁଷ ଇରାନକୁ ହାତ ବଢ଼ାଇଛି ।
ସେପଟେ କୁଏତରେ ରବିବାର ଦିନ ଇରାନ ଡ୍ରୋନ୍ ଆକ୍ରମଣ ପରେ ଛଅ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ ଜଣ ଆମେରିକା ଯବାନ ଆହତ ହୋଇଛନ୍ତି । ପରେ ପରେ ଇରାନ ଶତ୍ରୁ ଦେଶ ଆମେରିକା ଓ ଇସ୍ରାଏଲ ଉପରେ ତୀକ୍ଷ୍ଣ ନଜର ରଖି ସେମାନଙ୍କ ସହ କଡ଼ା ମୁକାବିଲା କରିଥିଲା । ଆଉ ରାଡାର ଉପରେ ଆକ୍ରମଣ କରିଥିଲା ବୋଲି ରୁଷୀୟ ସୈନ୍ୟବାହିନୀର ବିଶେଷଜ୍ଞ ଦାରା ମାସିକଟ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଇରାନ ପାଖରେ କେବଳ କିଛି ସାମରିକ-ଗ୍ରେଡ୍ ସାଟେଲାଇଟ୍ ଅଛି । ହେଲେ ନିଜସ୍ବ କୌଣସି ସାଟେଲାଇଟ୍ କ୍ଷେତ୍ର ନାହିଁ । ବର୍ତ୍ତମାନ ଇରାନର ଶାସନ ସମ୍ପୂର୍ଣ୍ଣ ଭାବରେ ଚୂନା ହେଉଛି । ସେମାନଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିଶୋଧ ପ୍ରତିଦିନ ହ୍ରାସ ପାଉଛି ।
ସେମାନଙ୍କର ନୌସେନା ବି ଧୀରେ ଧୀରେ ଦୁର୍ବଳ ବି ହେଉଛି । ଉତ୍ପାଦନ କ୍ଷମତା ସେମାନଙ୍କର ଧ୍ୱଂସ ପାଇଥିବାରୁ ସେନା କଷ୍ଟକର ଭାବରେ ଯୁଦ୍ଧ କରୁଛି ବୋଲି ହ୍ୱାଇଟ ହାଉସର ମୁଖପାତ୍ର ଆନ୍ନା କେଲି ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏପରି ଘମାଘୋଟ ଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଇରାନକୁ ଶତ୍ରୁତା ଶେଷ କରିବା ପାଇଁ କହିଛନ୍ତି । ‘ଅନକଣ୍ଡିସନାଲ୍ ସରେଣ୍ଡର’ ପାଇଁ ଇରାନ ନିକଟରେ ଦାବି ରଖିଛନ୍ତି । ଟ୍ରଂପଙ୍କ ସତ ସାରା ବିଶ୍ବ ଆଗରେ ଖୋଲିବା ପରେ ଇରାନ ସହିତ ‘ଅନକଣ୍ଡିସନାଲ୍ ସରେଣ୍ଡର’ ବ୍ୟତୀତ କୌଣସି ଚୁକ୍ତି ହେବ ନାହିଁ ବୋଲି ସେ କହିଛନ୍ତି ।
ICC Announces Record Prize Money: କିଏ ଜିତିବ T-20 ବିଶ୍ୱକପ୍? ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା

Crude Oil Prices Up: ବଢ଼ିଲା ଅଶୋଧିତ ତୈଳ ଦର, କୋଭିଡ୍ ପରେ ସାପ୍ତାହିକ ବୃଦ୍ଧିରେ ସବୁଠୁ ଅଧିକ

Vigilance Raid: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ଠିକଣାରେ ଚାଲିଛି ଚଢାଉ

Fuel Shortage Rumour: ପେଟ୍ରୋଲ ଡିଜେଲ ସରିଯିବା ଗୁଜବ! ଦର ବଢିବା ଭୟରେ ଲମ୍ବା ଲାଇନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)