/odishatv-khabar/media/media_files/2026/03/07/free-food-distributed-hotel-owner-2026-03-07-15-00-33.jpg)
Free Food Distributed Hotel Owner Photograph: (OTV)
ମା’ ଯେମିତି ତା’ ପିଲାର ଭୋକକୁ ବୁଝିପାରେ ଏ ହୋଟେଲର ମାଲିକ ବି ଠିକ୍ ସେଇମିତି ଗରିବ ଅସହାୟକଙ୍କ ପେଟ କଥା ବୁଝିପା’ରନ୍ତି । ହୋଟେଲର ନାଁ ମା’ । ପ୍ରତିଦିନ ମାଗଣାରେ ଗରିବ ଲୋକଙ୍କ ପାଇଁ ଖାଇବା ଖୁସିରେ ଖୁସିରେ ବାଢ଼ିଦିଏ ଏ ହୋଟେଲ୍ ।
ଗତ ୩୦ ବର୍ଷ ହେଲା ଅସହାୟଙ୍କ ଭୋକ ମେଣ୍ଟାଇବା ମଣିଷ ପାଲଟିଛନ୍ତି ମା’ ହୋଟେଲର ମାଲିକ ରମେଶ ପଣ୍ଡା । ପାଖରେ ଟଙ୍କା ଥାଉ ବା ନଥାଉ କେହି ତାଙ୍କ ପାଖରୁ ଭୋକରେ ଫେରିନାହାନ୍ତି ।
ବାଲେଶ୍ୱର ସହରରେ ରହିଛି ଏହି ଛୋଟିଆ ହୋଟେଲ । ହେଲେ ଦୀର୍ଘ ୩୦ ବର୍ଷ ହେବ ହୋଟେଲର ମାଲିକ ରମେଶ ପଣ୍ଡା ଗରିବ ମାନଙ୍କୁ ମାଗଣାରେ ଖାଇବା ଯୋଗାନ୍ତି । ପ୍ରତ୍ୟେକ ଦିନ ଗରିବ ଲୋକଙ୍କ ପାଇଁ ତାଙ୍କ ହାଣ୍ଡିରେ ୨୦ରୁ ୩୦ ଜଣଙ୍କ ପାଇଁ ଚାଉଳ ପଡ଼େ ।
ହେଲେ ଶନିବାର ୫୦ରୁ ୧୦୦ ଲୋକ ମାଗଣାରେ ଖାଆନ୍ତି । ରିକ୍ସା ଚାଳକ ଟିଏ ହେଉ ବା ଭିକ୍ଷୁକ, ଅସହାୟଙ୍କ ପାଇଁ ତାଙ୍କ ଆହାର କେନ୍ଦ୍ର ସବୁବେଳେ ଖୋଲା ରହିଥାଏ । ଏମିତିକି କିଛି ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ କରି ବଣ୍ଟନ କରନ୍ତି ।
ବଡ଼କଥା ହେଉଛି, କେବଳ ଅସହାୟଙ୍କୁ ମାଗଣା ଖାଦ୍ୟ ନୁହେଁ ଯଦି କେହି ହୋଟେଲରେ ଖାଆନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ନଥାଏ ତାଙ୍କୁ ମଧ୍ୟ ସାହାଯ୍ୟ କରିଥା’ନ୍ତି ରମେଶ । ତେବେ ଏପରି ଏକ ସୁନ୍ଦର ପ୍ରାୟସ ପାଇଁ ରମେଶଙ୍କୁ ସବୁଠି ଭୁଳି ଭୁରି ପ୍ରଶଂସା କରାଯାଇଛି । ଆଙ୍କର ଏଭଳି ପ୍ରାୟସ ସମାଜ ପାଇଁ ଉଦାହରଣ ସାଜିଛି ।
Russia enters the US-Iran war: ବଢ଼ିଲା ବିଶ୍ବଯୁଦ୍ଧ ଭୟ, ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରୀ ମାରିଲା ରୁଷ

ICC Announces Record Prize Money: କିଏ ଜିତିବ T-20 ବିଶ୍ୱକପ୍? ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା

Crude Oil Prices Up: ବଢ଼ିଲା ଅଶୋଧିତ ତୈଳ ଦର, କୋଭିଡ୍ ପରେ ସାପ୍ତାହିକ ବୃଦ୍ଧିରେ ସବୁଠୁ ଅଧିକ

Vigilance Raid: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ଠିକଣାରେ ଚାଲିଛି ଚଢାଉ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)