/odishatv-khabar/media/media_files/2025/10/29/melissa-2025-10-29-09-43-45.jpg)
Melissa Photograph: (OTV)
୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର । ସ୍ଥଳଭାଗ ଛୁଇଁଛି ଆଣ୍ଟଲାଟିକ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା । ଗତକାଲି ଜାମାଇକାରେ କରିଛି ଲ୍ୟାଣ୍ଡଫଲ୍ । ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ବହିଲା ପବନ । ୩୫୦ କିଲୋମିଟର୍ ଛୁଇଁଲା ଝଟକା ପବନର ବେଗ । ଭୟଙ୍କର ଭାବେ ତାଣ୍ଡବ ରଚିଛି ମେଲିସା ।
ଭାଙ୍ଗିଯାଇଛି ବିରାଟ ଗଛ, ଉଡ଼ାଇ ନେଇଛି ବଡ଼ ବଡ଼ କୋଠା। ଚାରିଆଡ଼େ ହୋଇଛି ବ୍ୟାପକ କ୍ଷୟକ୍ଷତି। ଗାଁ ଗଣ୍ଡାଠୁ ଆରମ୍ଭ କରି ଗୋଟିଏ ଗୋଟିଏ ସହର ଧ୍ବଂସସ୍ତୂପରେ ପରିଣତ ହୋଇଯାଇଛି । କେଉଁଠି ସମଗ୍ର ଅଞ୍ଚଳ ପାଣିରେ ବୁଡ଼ିରହିଛି ତ ଆଉ କେଉଁଠି ପାହାଡ଼ ଭୟଙ୍କର ଭାବେ ଧସିଛି। ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରୁ ପ୍ରାୟ ୧୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିଥିଲା। ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ବି ହୋଇଛି ।
କୁହାଯାଉଛି ଆଣ୍ଟଲାଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ବାତ୍ୟା କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ମେଲିସା । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ଏକ ସି-୧୩୦ ହର୍କୁଲେସ ବିମାନକୁ ନେଇ ଏହି ମହାବାତ୍ୟାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛନ୍ତି।
ମହାବାତ୍ୟାର ଆଖି ଭିତରର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହୋଇଯାଇଛି । ଆଖି ଭିତରଟି ଏକ ବରଫ ଉପତ୍ୟାକା ପରି ଦେଖାଯାଉଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ଆଲର୍ଟ ଜାରି କରାଯାଇଛି । ପବନ ସାଙ୍ଗକୁ ପ୍ରବଳ ବର୍ଷା ମଧ୍ୟ ହେଉଛି । ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଲେ ସବୁଠି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
• ସ୍ଥଳଭାଗ ଛୁଇଁଲା ଶକ୍ତିଶାଳୀ ମହାବାତ୍ୟା ମେଲିସା
• ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା
• ୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର ମେଲିସା
• ଲ୍ୟାଣ୍ଡଫଲ୍ ବେଳେ ୩୦୦ କିମି ବେଗରେ ପବନ ବହିଲା
• ଝଟକା ପବନର ବେଗ ୩୫୦ କିମି ଛୁଇଁଲା
• ଜମାଇକାରେ ବ୍ୟାପକ କ୍ଷୟକ୍ଷତି, ଅନେକ ମୃତ ଆଶଙ୍କା
• ଭାଙ୍ଗିଲା ବିରାଟ ଗଛ, ଉଡ଼ାଇନେଲା ଘର
• ୧୦ ଫୁଟରୁ ଅଧିକ ଉଚ୍ଚରେ ଉଠିଲା ଜୁଆର
• ମେଲିସା କ୍ୟାଟେଗୋରୀ-୫ର ବାତ୍ୟା
• ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ଆଲର୍ଟ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)