/odishatv-khabar/media/media_files/2025/10/29/cm-review-2025-10-29-08-52-10.jpg)
CM-REVIEW Photograph: (OTV)
ବାତ୍ୟା ମୋନ୍ଥାରେ ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ। ଠିକ୍ ସମୟରେ ହୋଇଛି ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ। ମୋନ୍ଥା ଲାଣ୍ଡଫଲ ପରେ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ମୋନ୍ଥା ଦ୍ବାରା ରାଜ୍ୟରେ କୌଣସି ବଡ଼ ଧରଣର ଅଘଟଣ ଘଟିନି କି କ୍ଷୟକ୍ଷତି ହୋଇନି। ମାଲକାନଗିରି ଓ ଗଜପତି ଜିଲ୍ଲା କିଛି ଜାଗାରେ ପଥର ଓ ଗଛ ପଡ଼ିଛି। ରାଜ୍ୟ ସରକାର ୩ ଦିନ ଧରି ବାତ୍ୟାକୁ ନେଇ ପ୍ରସ୍ତୁତି କରିଥିଲେ। 8 ଜିଲାର ଜିଲ୍ଲାପାଳ ପୁରା ଆକ୍ଟିଭ ରହିଛନ୍ତି। ମାଲକାନଗିରିରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ତଥାପି ବଣ୍ଡା ଘାଟିରେ ନଜର ରଖାଯାଇଛି।
ମୋନ୍ଥା ପାଇଁ ମୋଟ ୧୭ ହଜାର ୮୧୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ସେତେଟା ପ୍ରଭାବ ନଥିବାରୁ ଆଗକୁ ଆଉ ସ୍ଥାନାନ୍ତର କରିବାକୁ ପଡିବ ନାହିଁ ବୋଲି ଆକଳନ କରାଯାଉଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ବେ ସମସ୍ତ ଜିଲାରେ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତ ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
• ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା
• `ଯେତିକି ଆଶଙ୍କା ଥିଲା, ସେତିକି ହୋଇନି'
• ଠିକ୍ ସମୟରେ ହୋଇଛି ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ
• 'ବଡ଼ ଧରଣର ଅଘଟଣ ଘଟିନି କି କ୍ଷୟକ୍ଷତି ହୋଇନି'
• 'ମାଲକାନଗିରି, ଗଜପତିରେ କିଛି ଜାଗାରେ ପଥର, ଗଛ ପଡ଼ିଛି'
• ୨ ହଜାର ୧୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି'
• 'ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ'
• '୮ ଟି ଜିଲ୍ଲାର ଜିଲ୍ଲାପାଳ ଓ RDCଙ୍କ ଆଲୋଚନା ହୋଇଛି'
• 'ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହେଲା'
• ୨ ହଜାର ୧୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି'
• 'ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ'
Cyclone Montha: ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା, ଘଣ୍ଟା ପ୍ରତି ୧୦୦ କିମି ବେଗରେ ବହିଲା ପବନ

Cyclone ‘Montha’ Brings Early Impact: ଲ୍ୟାଣ୍ଡଫଲ୍ ଆଗରୁ ଦକ୍ଷିଣ ଓଡ଼ିଶାରେ ‘ମୋନ୍ଥା’ର ତାଉ, ଆର.ଉଦୟଗିରିରେ ଧସିଲା ପାହାଡ଼

Cyclone ‘Montha’ Makes Landfall: ସିଭିୟର ସାଇକ୍ଲୋନ୍ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ପବନ ଓ ଭୟଙ୍କର ବର୍ଷା ତାଣ୍ଡବରେ ଥରିଲା କାକିନାଡ଼ା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)