Advertisment

Blind Date to Married in 4 Hours: ୪ ଘଣ୍ଟାରେ ବିବାହ, ୧୮ ଦିନରେ କାଙ୍ଗାଳ...

ପ୍ରଥମ ରାତି ହୋଟେଲରେ କାଟିବା ପରେ ଝିଅଜଣକର ବ୍ୟବହାର ହଠାତ୍ ବଦଳିଗଲା। ନା ନିକଟତା, ନା ସ୍ତ୍ରୀ ଭଳି ଆପଣାପଣ… କେବଳ ଟଙ୍କାର ଲିଷ୍ଟ । ଫେଷ୍ଟିଭାଲ ଆସୁଛି ଟଙ୍କା ଦରକାର , ମୋ ଝିଅ ପାଇଁ କମ୍ପ୍ୟୁଟର ଦରକାର ।

author-image
Manas Ranjan Mohanty
marriage

marriage Photograph: (OTV)

ଭାବନ୍ତୁ… ଆପଣ ବ୍ଲାଇଣ୍ଡ ଡେଟ୍‌କୁ ଯାଉଛନ୍ତି, ମନରେ ହାଲକା ଟେନସନ ଆଉ ଟିକିଏ ଆଶା । ସାମ୍ନାରେ କେହି ଜଣେ ମିଳିଯାଏ ଆଉ କିଛି ଘଣ୍ଟା ଭିତରେ କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଯାଏ… ଫିଲ୍ମି ଲାଗୁଛି ନା? କିନ୍ତୁ ଚୀନର ଜଣେ ଲୋକ ପାଇଁ ଏ ଫିଲ୍ମି ଆରମ୍ଭ ସିଧା ହରର ଏଣ୍ଡିଂରେ ବଦଳିଗଲା, କାରଣ ବିବାହ ପରେ ଯାହା ହେଲା, ତାହା ତାଙ୍କ ଜୀବନର ସବୁ ଜମାପୁଞ୍ଜିକୁ କିଛି ଦିନରେ ଖାଲି କରିଦେଲା । 

Advertisment

ରିପୋର୍ଟ ଅନୁଯାୟୀ ଚୀନର ହେଙ୍ଗୟାଙ୍ଗ ସହରର ୪୦ ବର୍ଷିୟ ସରଳ-ସାଧାରଣ ଲୋକ ହୁଆଙ୍ଗ ଝୋଙ୍ଗଚେଙ୍ଗ । ୨୧ ଅଗଷ୍ଟ ସକାଳେ ସେ ବ୍ଲାଇଣ୍ଡ ଡେଟରେ ବାହାରିଥିଲେ, କିନ୍ତୁ ରାସ୍ତାରେ ହଠାତ୍ ୮ ଜଣ ମ୍ୟାଚ୍‌ମେକର (ବିବାହ ମଧ୍ୟସ୍ଥି) ଠିଆ ହୋଇଥିବାର ଦେଖିଲେ ଆଉ ସମସ୍ତେ ଗୋଟିଏ ହିଁ ଝିଅକୁ “ପରଫେକ୍ଟ ମ୍ୟାଚ୍” ବୋଲି କହୁଥିଲେ। ଅଦ୍ଭୁତ ଲାଗିଲା… ତଥାପି ସେ ଭାବିଲେ “ଭାଗ୍ୟର ଖେଳ ହେବ ହୋଇଥିବ। ” ଝିଅଜଣକ ଡେଟ୍ ଆରମ୍ଭ କରିବା ମାତ୍ରେ ବିବାହର ଚାପ ପକେଇଲା । ହୁଆଙ୍ଗ ଅନେକ ଥର ଭାବିଲେ, କିନ୍ତୁ ଶେଷରେ ସନ୍ଧ୍ୟା ୫ଟାରେ ବିବାହ ରେଜିଷ୍ଟର କରାଇଦେଲେ। ତାଙ୍କୁ ଲାଗିଲା, “ଆଜି ଜୀବନର ସଜ୍ଞା ସଚ୍ଚାଇଁ ବଦଳିଗଲା।” ହଁ… ବଦଳିଲା ନିଶ୍ଚିତ, କିନ୍ତୁ ବିପରୀତ ଦିଗରେ।

ବିବାହ ପରେ ଅସଲ ଖେଳ ଆରମ୍ଭ (Chinese matchmaking scam)

ପ୍ରଥମ ରାତି ହୋଟେଲରେ କାଟିବା ପରେ ଝିଅଜଣକର ବ୍ୟବହାର ହଠାତ୍ ବଦଳିଗଲା। ନା ନିକଟତା, ନା ସ୍ତ୍ରୀ ଭଳି ଆପଣାପଣ… କେବଳ ଟଙ୍କାର ଲିଷ୍ଟ । ଫେଷ୍ଟିଭାଲ ଆସୁଛି ଟଙ୍କା ଦରକାର , ମୋ ଝିଅ ପାଇଁ କମ୍ପ୍ୟୁଟର ଦରକାର । ଘର ଖର୍ଚ୍ଚ ବଢ଼ିଗଲା। ଆଉ ହୁଆଙ୍ଗ ପ୍ରତ୍ୟେକ ଥର ସାହାଯ୍ୟ କରିଚାଲିଲେ। 

Advertisment

ହୁଆଙ୍ଗ ତାକୁ ୧,୩୧୪ ୟୁଆନର “ରେଡ୍ ଏନଭେଲପ” ପଠାଇଥିଲେ, ଯାହାର ଉତ୍ତରରେ ଝିଅଜଣକ ଲେଖିଥିଲା, “Thank you, hubby.” କିନ୍ତୁ ଏ ମିଠା ମିଠା କଥା କେବଳ ଉପର ଠାଉରିଆ ଥିଲା। ମାତ୍ର ୧୮ ଦିନ ଭିତରେ ହୁଆଙ୍ଗଙ୍କର ପ୍ରାୟ ୨,୪୦,୦୦୦ ୟୁଆନ (ପ୍ରାୟ ୩୪,୦୦୦ ଡଲାର ବା ୨୮-୩୦ ଲକ୍ଷ ଟଙ୍କା) ସେଭିଂ ସଫା ହୋଇଗଲା।

ଲୋକେ କହୁଛନ୍ତି ଏ କେବଳ ଠକେଇ ନୁହେଁ, ପୁରା ଗ୍ୟାଙ୍ଗ ଅଛି (man loses savings marriage)

ସୋସିଆଲ ମିଡିଆରେ ଏ ଘଟଣା ଭାଇରାଲ ହେବା ମାତ୍ରେ ଲୋକେ ରାଗିଗଲେ। ଅନେକ ୟୁଜର୍ସ ଏହାକୁ “ମ୍ୟାଚ୍‌ମେକିଙ୍ଗ ନାମରେ ଚାଲିଥିବା ସଂଗଠିତ ଠକେଇ” ବୋଲି କହିଛନ୍ତି। କମେଣ୍ଟରେ ଲୋକେ କହୁଛନ୍ତି ଏ ଝିଅଜଣକ ଏକାକୀ ନୁହେଁ, ପୁରା ନେଟୱର୍କ ଅଛି ଯିଏ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି।

Advertisment
Related Articles
Advertisment