Advertisment

BLA Attack: ପାକିସ୍ତାନକୁ ମିଳୁନି ରାହା , ପୂର୍ବରୁ ୨୦ ଏବେ ୭ ସେନା ମୃତ

ଆଫଗାନିସ୍ତାନ ସହିତ ଯୁଦ୍ଧରେ, ପାକିସ୍ତାନ ନିଜର ଇଜ୍ଜତ ବଞ୍ଚାଇବା ପାଇଁ ନିରୀହ ସାଧାରଣ ଲୋକଙ୍କ ଉପରେ ବୋମା ପକାଇବାକୁ ପଛାଇଲା ନାହିଁ। କାତାର ଏବଂ ସାଉଦି ଆରବର ମଧ୍ୟସ୍ଥତା ପରେ, ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ହେଲା।

author-image
Manas Ranjan Mohanty
Pakistani-Soldiers-Killed

Pakistani-Soldiers-Killed Photograph: (OTV)

ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ନିଜର ଟେକ ରଖିବା ନେଇ ବିଭିନ୍ନ ପ୍ରକାର ଚେଷ୍ଟା କରୁଛି। କିନ୍ତୁ ସତ କାହାକୁ ଲୁଚାଇ ରଖାଯାଇପାରିବ ନାହିଁ। ଗୋଟିଏ ପଟେ ସେ ତେହେରିକ-ଏ-ତାଲିବାନ ପାକିସ୍ତାନ ସହିତ ଲଢ଼ୁଛି ଆଉ ଅନ୍ୟପଟେ ବେଲୁଚିସ୍ତାନ ଲିବରେସନ ତାକୁ ନାକେଦମ କଲାଣି।

Advertisment

ଆଫଗାନିସ୍ତାନ ସହିତ ଯୁଦ୍ଧରେ, ପାକିସ୍ତାନ ନିଜର ଇଜ୍ଜତ ବଞ୍ଚାଇବା ପାଇଁ ନିରୀହ ସାଧାରଣ ଲୋକଙ୍କ ଉପରେ ବୋମା ପକାଇବାକୁ ପଛାଇଲା ନାହିଁ। କାତାର ଏବଂ ସାଉଦି ଆରବର ମଧ୍ୟସ୍ଥତା ପରେ, ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ହେଲା। 

ପାକିସ୍ତାନ ତାଲିବାନ ସହିତ ଏକ ଚୁକ୍ତିନାମା କରି ସୀମା ଉତ୍ତେଜନାକୁ ଥଣ୍ଡା କରିବାକୁ ଚେଷ୍ଟା କରୁଥିବା ବେଳେ, ବେଲୁଚିସ୍ତାନ ଲିବରେସନ ଆର୍ମି ବା BLA ଏକ ସେନା ଗାଡ଼ିକୁ ଟାର୍ଗେଟ କରିଛି ଆଉ ଏହି ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି।

Advertisment

ଯେତେବେଳେ ଭାରତରେ ଦୀପାବଳି ପର୍ବ ପାଳନ ହେଉଥିଲା, BLA ପାକିସ୍ତାନୀ ସେନା ଉପରେ ଏହି ଆକ୍ରମଣ କରିଛି ଆଉ ମୃତ୍ୟୁର ରାସ୍ତା ଦେଖାଇଛି। 
ଏହି ଆକ୍ରମଣ ବେଲୁଚିସ୍ତାନ ମଣ୍ଡ୍‌ ଅଞ୍ଚଳର ମାହିର ଏବଂ ରୁଦିଗ୍ ମଧ୍ୟରେ ହୋଇଛି, ଆଉ ଏଥିରେ ୭ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ପାକିସ୍ତାନୀ ସୈନିକ ଗୁରୁତର ଆହତ ହୋଇଛନ୍ତି। ନିଜ ସ୍ୱାଧୀନତାର ଲଢେଇ ଲଢ଼ୁଥିବା ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ଏହି ଆକ୍ରମଣ କରିଛି।

ତେବେ ଏହି ଆକ୍ରମଣ ଏମିତି ଏକ ଅଞ୍ଚଳରେ ହୋଇଛି, ଯାହା ବେଲୁଚ୍ ବିଦ୍ରୋହୀଙ୍କ ଅତ୍ୟଧି ପ୍ରଭାବୀ। ଏହା ପୂର୍ବରୁ, ଟିଟିପି ମଧ୍ୟ ଏକ ବିସ୍ଫୋରକ ଭର୍ତ୍ତି କାର୍‌ରେ ଏକ ପାକିସ୍ତାନୀ ସେନା ଶିବିର ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ପ୍ରାୟ ୨୦ ଜଣ ସୈନିକ ପ୍ରାଣ ହରାଇଥିଲେ।

ତେବେ ବେଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନୀ ସେନାର ଅତ୍ୟାଚାର ବିରୁଦ୍ଧରେ ଏବଂ ସ୍ୱାଧୀନତା ପାଇଁ ଲଢୁଥିବା ବେଳେ ପାକିସ୍ତାନ ସରକାର ଏହାକୁ ଆତଙ୍କବାଦର ରଙ୍ଗ ଦେଉଛି।    

Advertisment
Related Articles
Advertisment