/odishatv-khabar/media/media_files/2025/10/22/prisoner-escape-2025-10-22-09-33-09.jpg)
Prisoner Escape Photograph: (OTV)
ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ। କଟକ ଜିଲ୍ଲା ଭଦ୍ରେଶ୍ବର ଥାନାରେ ଘଟିଛି ଏଭଳି ଘଟଣା। ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ସୋର ଥାନା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ନାବାଳିକାର ପରିବାର ଲୋକେ ପୋଲିସର ସହଯୋଗରେ ଭଦ୍ରେଶ୍ୱର ଥାନା ଅଞ୍ଚଳରୁ କାବୁ କରି ଥାନାକୁ ଜିମା ଦେଇଥିଲା।
ତେବେ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ମାମଲାର ତଦନ୍ତ କରୁଥିବା ସୋର ପୋଲିସ ଆସିବା ପୂର୍ବରୁ ଏଭଳି ଘଟଣା ଘଟିଥିବା ସାଲେପୁର ଏସ୍ଡିପିଓ କହିଛନ୍ତି। ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି କରୁଛି। ତା ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଏସ୍ଡିପିଓ କହିଛନ୍ତି। ସେପଟେ ଏଯାଏଁ ନାବାଳିକା ଜଣଙ୍କର ସନ୍ଧାନ ମିଳିପାରିନି।
Advertisment
ଅଧିକ ଦେଖନ୍ତୁ:
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)