/odishatv-khabar/media/media_files/2025/10/22/son-attacked-on-parents-2025-10-22-10-26-56.jpg)
Son attacked on Parents Photograph: (OTV)
ପୁଅ ବଡ଼ ହେଲେ ବାପାମା’ର ସ୍ୱପ୍ନକୁ ପୂରଣ କରିବ। ପରିଣତ ବୟସରେ ବୁଢା ବାପାମା’ର ସାଥ୍ ଦେବ। ହେଲେ ସେହି ପୁଅ ପାଲଟିଗଲା ସଇତାନ। କୌଣସି କଥା ପାଇଁ ପ୍ରତିଶୋଧ ପରାୟଣ ହୋଇ ନିଜର ବୁଢ଼ା ବାପାମା’ଙ୍କୁ ହାଣି ଦେଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ତଳବନ୍ଧ ଗାଁରେ।
ଆହତ ଦମ୍ପତି ମଧୂସୁଦନ ନାୟକ ଓ ମାଧୁରୀ ନାୟକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ମନୋଜ ନାୟକଙ୍କୁ ପୋଲିସ ପଚରାଉଚରା କରୁଛି।
ଗତକାଲି ରାତିରେ ମଧୂସୁଦନ ଓ ତାଙ୍କ ପତ୍ନୀ ଘରେ ଥିବାବେଳେ ମନୋଜ ଘରକୁ ଫେରି ଥିଲା। କୌଣସି କଥାକୁ ନେଇ ବାପାମା’ଙ୍କ ସହ ମନୋଜର ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ମନୋଜ ଏକ ଭୁଜାଲି ଆଣି ନିଜର ବାପାମା’ଙ୍କୁ ହାଣି ଦେଇଥିଲ। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପଡ଼ି ଛଟପଟ ହେଉଥିଲେ ବୃଦ୍ଧ ମା’ବାପା। ପରେ ପାଖ ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପୋଲିସ ଘଟଣାର ତଦନ୍ତ କରିବା ସହ ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)