/odishatv-khabar/media/media_files/2025/12/31/khalida-jia-relation-with-india-2025-12-31-16-15-01.jpg)
Khalida-Jia-relation-with-india Photograph: (OTV)
ଦଶନ୍ଧି ଧରି ବାଂଲାଦେଶ ରାଜନୀତିର ପ୍ରଭାବଶାଳୀ ଚେହେରା ଥିବା ଖଲିଦା ଜିଆଙ୍କ ୮୦ ବର୍ଷ ବୟସରେ ନିଧନ ହୋଇଛି । ବାଂଲା ନିର୍ବାଚନ ପ୍ରସ୍ତୁତି ଭିତରେ ଆଖି ବୁଜିଛନ୍ତି ଦେଶର ଏହି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା । ୧୯୪୫ ମସିହା ପଶ୍ଚିବଙ୍ଗର ଜଲପାଇଗୁଡିରେ ହୋଇଥିଲା ଖଲିଦାଙ୍କ ଜନ୍ମ, ଯାହାକି ସେତେବେଳେ ବ୍ରିଟିଶ ଇଣ୍ଡିଆର ବେଙ୍ଗଲ ପ୍ରେସିଡେନ୍ସିର ଅବିଭକ୍ତ ଦିନାଜପୁର ଜିଲ୍ଲାରେ ଥିଲା । ଭାରତ ବିଭାଜନ ପରେ ତାଙ୍କ ପରିବାର ଆଜିର ବାଂଲାଦେଶରେ ଥିବା ଦିନାଜପୁର ସହରକୁ ଚାଲିଯାଇଥିଲେ । ହେଲେ ଭାରତରେ ଜନ୍ମ ହୋଇ ବି ଭାରତ ସହ ଖଲିଦାଙ୍କ ସମ୍ପର୍କ ଭଲ ନଥିଲା ।
ଭାରତ ବିରୋଧୀ ଥିଲେ କି ଖଲିଦା ଜିଆ ?
ସ୍ୱାମୀ ତଥା ପୂର୍ବତନ ରାଷ୍ଟ୍ରପତି ଜିୟାଉର ରେହମାନଙ୍କ ହତ୍ୟା ପରେ ରାଜନୀତି ମୈଦାନକୁ ଓହ୍ଲାଇଥିଲେ ଖଲିଦା ଜିଆ । ୧୯୯୧ରେ ସାଧାରଣ ନିର୍ବାଚନ ଜିତି ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ତିନି ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଖଲିଦା । ତାଙ୍କର ରାଜନୈତିକ ଆଭିମୁଖ୍ୟ ଭାରତ ବିରୋଧି ଥିଲା । ଖଲିଦା ନିଜ କାର୍ଯ୍ୟକାଳରେ ଭାରତ ବଦଳରେ ଚୀନ ଓ ପାକିସ୍ତାନ ସହ ସମ୍ପର୍କକୁ ପ୍ରାଥମିକତା ଦେଉଥିଲେ । ୧୯୭୨ ଭାରତ-ବାଂଲାଦେଶ ମୈତ୍ରୀ ସନ୍ଧିକୁ ସେ ଗୋଲାମୀର ସନ୍ଧି କହି ବିରୋଧ କରିଥିଲେ । ତିସ୍ତା ଜଳ ବଣ୍ଟନ ଓ ଅବୈଧ ଅନୁପ୍ରବେଶ ଭଳି ପ୍ରସଙ୍ଗରେ ଭାରତ ସହ ତାଙ୍କର ତିକ୍ତତା ବଢିଥିଲା । ଖଲିଦା ଜିଆଙ୍କ ଶାସନରେ ବାଂଲାଦେଶରେ ଭାରତ ବିରୋଧୀ ଶକ୍ତିକୁ ପ୍ରୋତ୍ସାହନ ମିଳିଥିଲା । ପାକିସ୍ତାନର ଆଇଏସଆଇ ଢାକାରେ ସ୍ଥିତି ସୁଦୃଢ କରିଥିଲା । ହୁଜି-ବି ଭଳି ଆତଙ୍କୀ ଗୋଷ୍ଠୀ ପାକିସ୍ତାନଠାରୁ ସମର୍ଥନ ପାଇଥିଲା ।
ଖଲିଦା ଜିଆ ସନ୍ତୁଳନ ରାଜନୀତି ନାଁରେ ନୂଆଦିଲ୍ଲୀଠୁ ଦୂରତା ବଢାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଭାରତ ସହ ବ୍ୟବହାରିକ ସମ୍ବନ୍ଧ ପ୍ରତିଷ୍ଠା ପାଇଁ ପ୍ରୟାସ କରିଥିଲେ ।୨୦୧୨ରେ ଖଲିଦା ଭାରତ ଆସିଥିଲେ ଓ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭେଟିଥିଲେ ।ପିଏମ୍ ନରେନ୍ଦ୍ର ମୋଦି ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ବର୍ଷକପରେ ୨୦୧୫ରେ ବାଂଲାଦେଶ ଗସ୍ତ କରି ଖଲିଦା ଜିଆଙ୍କୁ ଭେଟିଥିଲେ ।ମୋଟାମୋଟି ଭାବେ ଦେଖିଲେ ଖାଲିଦା ଜିଆଙ୍କ ସମ୍ପର୍କ ଭାରତ ସହ ଅଧିକ ଦୂରତାପୂର୍ଣ୍ଣ ଓ ସତର୍କତାପୂର୍ଣ୍ଣ ଥିଲା ।
ଶେଖ୍ ହସିନାଙ୍କ ଶାସନ କାଳରେ ଖଲିଦା ଜିଆ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ । ଗତବର୍ଷ ହସିନା ସରକାରଙ୍କ ପତନ ସହ ସେ ଗୃହବନ୍ଦୀରୁ ମୁକୁଳିଥିଲେ । ଆସନ୍ତା ଫେବୃଆରୀ ୧୨ ହେବାକୁ ଥିବା ବାଂଲାଦେଶ ନିର୍ବାଚନରେ ବିଏନପି ପ୍ରମୁଖ ଦଳ ଭାବେ ନିର୍ବାଚନ ଲଢୁଛି । ଦଳର ନେତୃତ୍ୱ ନେଉଛନ୍ତି ଖଲିଦାଙ୍କ ପୁଅ ତାରିକ ରେହମାନ, ଯିଏକି ୟୁନୁସ୍ ସରକାର ସହଯୋଗରେ ୧୭ ବର୍ଷର ଆତ୍ମନିର୍ବାସନ କାଟି ବାଂଲାଦେଶ ଫେରିଛନ୍ତି । ଆଉ ଯଦି ବିଏନପି ଜିତେ ତାହେଲେ ରେହମାନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ଭାରତ ସହ ବାଂଲାଦେଶର ସଂପର୍କ କିଭଳି ରହିବ ? ବାଂଲାରେ କୁହୁଳିଥିବା ଭାରତ ଓ ହିନ୍ଦୁ ବିରୋଧୀ ନିଆଁକୁ ହାୱା ମିଳିବ, ନା ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ, ତା' ଦେଖିବା ବାକି ରହିଲା
Moquim’s Straight Talk:ସଫା ସଫା କହିଲେ ମୋକିମ୍, ମୋ ଅଭିଧାନରେ ଅସମ୍ଭବ ବୋଲି କିଛି ନାହିଁ

A Deadly Looting Duo: ଶ୍ବଶୁର ଜ୍ବାଇଁ ଲୁଟ୍ କରୁଥିଲେ ଘାଇଁଘାଇଁ ... ଛତିଶଗଡ଼ରୁ ଆରେଷ୍ଟ କଲା ବଲାଙ୍ଗିର ପୋଲିସ

Crime Exposed: ମାଟିତଳେ ଖଟିଆ ସହ ଖୁସବୁ , ଲୁଚିଲୁଚି ସ୍ତ୍ରୀ ଫୋନରେ ଗପିଲା ବୋଲି ହତ୍ୟା କଲା ସ୍ବାମୀ

Police Unearthed the Truth: ହତ୍ୟାର ୧୧ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ , କଥାକଥାକେ ହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)