Advertisment

Moquim’s Straight Talk:ସଫା ସଫା କହିଲେ ମୋକିମ୍, ମୋ ଅଭିଧାନରେ ଅସମ୍ଭବ ବୋଲି କିଛି ନାହିଁ

ଓଡ଼ିଶା ରାଜନୀତିରେ ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସିବା ଉଚିତ, ଏହା ସମସ୍ତେ ଚାହାଁନ୍ତି ବୋଲି ସେ ମତ ରଖିଛନ୍ତି । ଆଗକୁ ରାଜନୀତିରେ ବହୁତ କିଛି ହେବାକୁ ଯାଉଥିବା ସେ କହିଛନ୍ତି ।

author-image
Tapan Swain
Md Moquim

Md Moquim Photograph: (OTV)

ନୂଆଦଳ ଓ ସମୀକରଣକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ବଡ଼ ବୟାନ । ନୂଆ ବର୍ଷରେ ନୂଆ ସମ୍ଭାବନା କଥା କହିଛନ୍ତି ମୋକିମ୍ । ସେ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ବୋଲି ପରୋକ୍ଷରେ ଇସାରା ଦେଇଛନ୍ତି ।

Advertisment

ବିଜେଡି, ବିଜେପି ଓ କଂଗ୍ରେସକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି ଭିତରେ କନ୍ଦଳ ଲାଗି ରହିଛି । ଆସନ୍ତା ଫେବ୍ରୁଆରୀ ଓ ମାର୍ଚ୍ଚରେ  ରାଜ୍ୟସଭା ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ । ବିଜେଡି ଅସନ୍ତୁଷ୍ଟ ନେତା କେବଳ ବୟାନବାଜି କରୁଛନ୍ତି ନା ଦଳ ଛାଡିବାକୁ ସେମାନଙ୍କର ସାହସ ଅଛି ତାହା ସ୍ପଷ୍ଟ ହୋଇଯିବ । ସେହିପରି କଂଗ୍ରେସର ବହୁ ନେତା ତାଙ୍କ ସହ ସଂପର୍କରେ ଥିବା ସେ କହିଛନ୍ତି ।  କଂଗ୍ରେସର ବହୁ ଉତ୍ସାହୀ ବ୍ୟକ୍ତିତ୍ୱ ଦିଶାହରା ହୋଇଛନ୍ତି ବୋଲି ତାଙ୍କର ମତ ।

କଂଗ୍ରେସରୁ ବିଜେପିକୁ ଯାଇଥିବା ନେତା ପଦପଦବୀ ପାଇ ନାହାନ୍ତି । ସେହି ନେତାମାନେ ବିଜେପି ଛାଡିବାକୁ ଚାହୁଁଛନ୍ତି କିନ୍ତୁ କଂଗ୍ରେସ ଫେରିବାକୁ ଚାହୁଁ ନଥିବାର ସେ କହିଛନ୍ତି  । ତେଣୁ ଓଡ଼ିଶା ରାଜନୀତିରେ ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସିବା ଉଚିତ, ଏହା ସମସ୍ତେ ଚାହାଁନ୍ତି ବୋଲି ସେ ମତ ରଖିଛନ୍ତି । ଆଗକୁ ରାଜନୀତିରେ ବହୁତ କିଛି ହେବାକୁ ଯାଉଥିବା ସେ କହିଛନ୍ତି ।  ଚିନ୍ତାଧାରା ସକାରାତ୍ମକ ରହିଲେ ସବୁ ସକାରାତ୍ମକ ହେବ ବୋଲି ମତଦେବା ସହ ତାଙ୍କ ଅଭିଧାନରେ ଅସମ୍ଭବ ବୋଲି କିଛି ନାହିଁ ବୋଲି ସେ କହିଛନ୍ତି । 

Advertisment

କେହି ଶୁଭେଚ୍ଛୁ ଲଗାଇ ଥାଇପାରନ୍ତି

ଗୋଟିଏ ପୋଷ୍ଟରରେ ଝିଅ ସୋଫିଆ ସହ ଫଟୋକୁ ନେଇ ରଖିଲେ ପ୍ରତିକ୍ରିୟା । କେହି ଶୁଭେଚ୍ଛୁ ଲଗାଇ ଥାଇ ପାରନ୍ତି, କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ମୋକିମ୍ ।  କଟକ ସହରରେ ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଲାଗିଥିବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତି, ହୋର୍ଡିଂ କିଏ ଲାଗେଇଛି ମୁଁ ଜାଣି ନାହିଁ। କଟକ ସହରର କୌଣସି ପ୍ରଶଂସକ ବା ଶୁଭେଚ୍ଛୁ ହୋଡ଼ିଂ ଲଗାଇଥାଇପାରନ୍ତି।

ଯିଏ ବି ହୋଡ଼ିଂ ଲଗାଇଛି ତାଙ୍କୁ ଧନ୍ୟବାଦ ଜଣାଉଛି।  ସେ କହିଛନ୍ତି ଯେ ମୁଁ ପ୍ରଥମେ ବିଧାୟକ ଥିଲି, ପରେ ମୋ ଝିଅ ସୋଫିଆ ବି ବିଧାୟିକା ହେଲେ । ଆମ ଦୁଇଜଣଙ୍କ ସହ ସହରବାସୀଙ୍କ ସମର୍ଥନ ରହିଛି। ମୋର ସମର୍ଥକ ଓ ଶୁଭେଚ୍ଛୁମାନେ ମଧ୍ୟ ତାଙ୍କର ସମର୍ଥନ ହୋଇଛନ୍ତି । ଅଧିକାଂଶ ସ୍ଥାନରେ ଦଳୀୟ ଚିହ୍ନ ଓ ନେତାଙ୍କ ସହ ସୋଫିଆ ଙ୍କ ଶୁଭେଚ୍ଛା ହୋଡିଂ ରହିଛି। ଅନେକ ଜାଗାରେ ହାତ ଚିହ୍ନର ଆବଶ୍ୟକତା ନଥାଏ, ସୋଫିଆଙ୍କ ନିଜର ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଆମ ଉଭୟଙ୍କର ଯିଏ ଶୁଭେଚ୍ଛୁ ସେ ହୁଏତ ଏପରି କରିଥାଇପାରନ୍ତି ବୋଲି ମୋକିମ୍ କହିଛନ୍ତି ।

ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂରେ ସୋଫିଆ ଓ ମହମ୍ମଦ ମୋକିମଙ୍କ ଫଟୋ ରହିଥିବା ନେଇ ଥିବା ଚର୍ଚ୍ଚାରେ ସେ ଅନ୍ତ ଘଟାଇଛନ୍ତି । ମୋକିମ୍ ଏହା ଲଗାଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସୋଫିଆଙ୍କ ପକ୍ଷରୁ ଏହି ହୋର୍ଡିଂ ଲଗାଇଯାଇଛି କି ବୋଲି ପ୍ରଶ୍ନ ହେବାରୁ ସୋଫିଆ ୩ ଦିନ ହେଲା ବାହାରକୁ ଯାଇଥିବା କହିଛନ୍ତି ମୋକିମ୍ । ସେ ଏହା ମଧ୍ୟ କହିବାକୁ ଚାହିଁଛନ୍ତି ଯେ ସୋଫିଆ ମଧ୍ୟ ଏହା ଲଗାଇନାହାନ୍ତି । 

Cuttack Md Moquim
Advertisment
Related Articles
Advertisment