/odishatv-khabar/media/media_files/2025/12/31/loot-2025-12-31-15-37-16.jpg)
Loot Photograph: (OTV)
ଶ୍ୱଶୁର-ଜ୍ୱାଇଁଙ୍କ କାଣ୍ଡ କାରନାମା । ବେଧଡକ୍ ଚଳାଇଥିଲେ ଲୁଟ୍ । ରେକି କରନ୍ତି , ଟାର୍ଗେଟ ଫିକ୍ସଡବି କରନ୍ତି । ସୁଯୋଗ ଦେଖି ଲୁଟି ନିଅନ୍ତି । ହେଲେ ଟେର୍ ପାଉନଥିଲା ପୋଲିସ । ତେବେ କେମିତି ପୋଲିସ ପଞ୍ଝାରେ ପଡିଲେ ଲୁଟେରା ଶ୍ୱଶୁର-ଜ୍ୱାଇଁ ? ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବଲାଙ୍ଗିର ପୋଲିସ କେମିତି କରିଥିଲା କସରତ?
ପ୍ରମୋଦ ସିଂ ନାଥ ଓ ପ୍ରିନ୍ସ ସିଂ ଉଭୟ ସମ୍ପର୍କରେ ଶ୍ବଶୁର-ଜ୍ବାଇଁ । ପ୍ରିନ୍ସ ବିହାରର ମୂଳ ବାସିନ୍ଦ ହୋଇଥିଲେ ବି, ପ୍ରମୋଦ ସିଂଙ୍କ ଘରେ ରହୁଥିଲା । ଭଭୟ ଗୋଟିଏ ଘରେ ରହି ପ୍ଲାନିଂ କରି ଲୁଟ୍ କରୁଥିଲେ । ବ୍ୟାଙ୍କ ଆଗରେ ଏମାନେ ରେକି କରନ୍ତି । ଗାଡ଼ି ଡିକିରେ ଟଙ୍କା ନେଉଥିବା ଲୋକଙ୍କୁ ପିଛାକରନ୍ତି । ବାସ୍, ତାପରେ ଟାର୍ଗେଟ ଫିକ୍ସଡ । ଲୋକଙ୍କ ନିକଟରୁ ଟଙ୍କା ଲୁଟି ଶ୍ବଶୁର ଜ୍ବାଇଁ ଫେରାର ମାରନ୍ତି । କିନ୍ତୁ ଏମାନଙ୍କୁ ସି.ସି.ଟିଭି ଫୁଟେଜ ଧରାପକାଇ ଦେଇଛି ।
ବ୍ୟାଙ୍କ ଆଗରେ ରେକି କରନ୍ତି । ଟଙ୍କା କାଢି ଡିକିରେ ରଖି ଯିବା ଲୋକଙ୍କୁ ପିଛା କରନ୍ତି । ବାସ୍, ତାପରେ ଟାର୍ଗେଟ ଫିକ୍ସଡ । ଅନ୍ୟଏକ ସି.ସି.ଟିଭି ଫୁଟେଜରେ ସ୍ପଷ୍ଟ ଜଣାପଡୁଛି, କେମିତି ସ୍କୁଟିର ଡିକିରୁ ଟଙ୍କା କାଢି ସମାନ ଢଙ୍ଗରେ ଶ୍ୱଶୁର ସହିତ ଫେରାର ଜ୍ୱାଇଁ । ଜ୍ୱାଇଁ ପ୍ରିନ୍ସ ସିଂ ଯାଇ ଡିକିକାଟି ଟଙ୍କା କାଢେ । ଆଉ ଟିକେ ପରେ ଶ୍ୱଶୁର ବାଇକରେ ଆସି ଜ୍ୱାଇଁକୁ ଧରି ଫେରାର ମାରେ । ଦୀର୍ଘ ଦିନ ଧରି ଓଡିଶାରେ ଏଭଳି ଲୁଟ୍ କରୁଥିଲେ ଶ୍ୱଶୁର ଜ୍ୱାଇଁ ।
କେବଳ ଡିକି କାଟି ଲୁଟ କରିବାରେ ଏମାନେ ସୀମିତ ନଥିଲେ । ଏମାନଙ୍କ ଲୁଟର ଫଣ୍ଡା ବି ଥିଲା ପୂରା ଅଲଗା । ଲୁଟ କଲା ପରେ, ତୁରନ୍ତ ଲୁଟ ଟଙ୍କାକୁ ନିକଟରେ ଥିବା ଏସ.ବି.ଆଇ ଏ.ଟି.ଏମରେ ନିଜ ସଂର୍ପକୀୟଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ । କାରଣ ପୋଲିସ ନାକାବନ୍ଦୀ କରି ଧରିଲେ ବି ଟଙ୍କା ପାଇବ ନାହିଁ ।
ଏପରିକି ଧରା ପଡିଯିବା ଭୟରେ ଏମାନେ ମୋବାଇଲ ବି ବ୍ୟବହାର କରନ୍ତି ନାହିଁ । କାରଣ ଏମାନଙ୍କ ଲୁଟ୍ର ତରିକା ଥିଲା ନିଆରା ! ତେବେ ମୋବାଇଲ ଧରୁନଥିବାରୁ, ଧରାପଡୁନଥିଲେ ଏହି ଲୁଟେରା ଗ୍ୟାଙ୍ଗ । କିନ୍ତୁ ସି.ସି.ଟିଭି ଫୁଟେଜରୁ ଜଣାପଡିଲା ଚେହେରା ।
ଦୀର୍ଘ ଚାରିମାସ ଧରି କସରତ କରିଥିଲା ବଲାଙ୍ଗିର ପୋଲିସ । ଶେଷରେ କଣ୍ଟାବାଂଜିର ପର୍ଶୁରାମ ଛକ ନିକଟରେ ଡେରା ପକାଇ, ବଲାଙ୍ଗିର, କଳାହାଣ୍ଡି ନୂଆପଡରେ ଲୁଟ କରୁଥିବା ଜାଣିପାରିଥିଲା ପୋଲିସ । ଆଉ ଏବେ ଛତିଶଗଡ ରାଜ୍ୟ ରାୟଗଡ ଜିଲ୍ଳା କୋପୁ ଥାନା ଅଂଚଳରୁ ଶ୍ୱଶୁର ଜ୍ୱାଇଁଙ୍କୁ ଗିରଫ କରିଥିଲେ ବି ଫେରାର ମାରିଛି ଅନ୍ୟ ଏକ ସହଯୋଗୀ । କିନ୍ତୁ ପୋଲିସର ସୂଚନା ଅନୁଯାୟୀ, ଏମାନେ ଛତିଶଗଡର ହୋଇଥିଲେ ବି, ନିଜ ରାଜ୍ୟରେ କୌଣସି ଅପରାଧ କରୁନଥିଲେ । ଓଡିଶା ଥିଲା ଏମାନଙ୍କ ଅପରାଧ ହବ । ତେଣୁ ସାଧାରଣ ଲୋକଙ୍କୁ ବଲାଙ୍ଗିର ଏସ୍.ପିଙ୍କ ଅନୂରୋଧ, ବ୍ୟାଙ୍କରୁ ଟଙ୍କା କାଢି ଆସିବା ସମୟରେ ସତର୍କ ରୁହନ୍ତୁ ।
Local Vegetables Go Global: ବିଦେଶରେ ଓଡ଼ିଶା ପରିବାର ଚାହିଦା; ହେଉଛି ଭଲ ରୋଜଗାର, ଚାଷୀ ମାଲେମାଲ୍

Doctors Protest: ଓପିଡି ବନ୍ଦ କରି ଆନ୍ଦୋଳନରେ ଡାକ୍ତର, ରୋଗୀ ସେବା ବନ୍ଦ

Manja Menace: ପୁଣି କାଳ ହେଲା ମାଞ୍ଜା ସୂତା, କଟିଗଲା ବେକ

Raped and Dumped on Roadside: ଲିଫ୍ଟ ନେଇ ନର ରାକ୍ଷସଙ୍କ କବଳରେ ଫସିଲେ ମହିଳା, ମୁହଁରେ ପଡିଛି ୧୨ଟି ଷ୍ଟିଚ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)