/odishatv-khabar/media/media_files/2025/12/31/khushub-2025-12-31-15-36-43.jpg)
Khushub Photograph: (OTV)
ଲୁଚେଇ ଲୁଚେଇ ସ୍ତ୍ରୀ ଗପୁଥିଲା ଫୋନରେ । ଦେଖିଦେଲା ସ୍ବାମୀ, ମାରିପୋତିଦେଲା ମାଟିତଳେ । ସ୍ତ୍ରୀ ମାତିଥିଲା ପରକୀୟା ପ୍ରୀତିରେ, ତଣ୍ଟିଚିପି ସ୍ତ୍ରୀକୁ ମାରି ସ୍ବାମୀ ଉପରକୁ ପଠେଇଦେଲା ରାତିରେ । ଖଟିଆ ସହ ଖୁସବୁ ମାଟିତଳେ । ଅର୍ଜୁନ ଖେଳିଲା ମାଇଣ୍ଡ୍ ଗେମ୍ । ସ୍ତ୍ରୀକୁ କବର ଦେଇ କଲା ନାଟକ । ପୋଲିସକୁ କହିଲା- ସ୍ତ୍ରୀ କରିଛି ସୁଇସାଇଡ୍ । ମୁଁ ଫୋପାଡ଼ିଦେଇଛି ନଈରେ । ହେଲେ ସ୍ତ୍ରୀର ଶବ ଥିଲା ବେଡରୁମ ଚଟାଣ ତଳେ ।
ଏହି କପୁଲ, ଯିଏ ମାତ୍ର ଦୁଇ ବର୍ଷ ତଳେ ବାହା ହେଇଥିଲେ । ସଂସାର ବଢିବା ପୂର୍ବରୁ ସ୍ତ୍ରୀକୁ ସ୍ବାମୀ ଶୁଆଇଦେଇଛି ଚୀରନିଦ୍ରାରେ । ସ୍ବାମୀର ନାଁ ହେଉଛି ଅର୍ଜୁନ ଆଉ ସ୍ତ୍ରୀର ନାଁ ହେଉଛି ଖୁସବୁ । ଅର୍ଜୁନ ଓ ଖୁସବୁ ଉତ୍ତରପ୍ରଦେଶ ଗୋରଖପୁରରେ ରୁହନ୍ତି । କିଛି ଦିନ ହେଲାଣି ଅର୍ଜୁନ ଲେବର କାମ କରିବା ପାଇଁ ଲୁଧିଆନା ଯାଇ ରହୁଥିଲା । ଏହାର ସୁଯୋଗ ନେଇ କୁଆଡେ ଖୁସବୁ ଲୁଚାଛପାରେ ଅନ୍ୟ ଲୋକ ସହ ପରକୀୟାରେ ମାତିଥିଲା । ଆଉ ଗୋଟେ ସିକ୍ରେଟ ମୋବାଇଲରେ ରଖି କଥାବାର୍ତ୍ତା ହେଉଥିଲା । ଯାହା ଜାଣିନଥିଲା ସ୍ବାମୀ ଅର୍ଜୁନ ।
୨୧ ଡିସେମ୍ବର ୨୦୨୫ । କାମରୁ ଘରକୁ ଫେରିଆସିଲା ଅର୍ଜୁନ । ଘରକୁ ଆସି ଯାହା ଦେଖିଲା ତା ମୁଣ୍ଡ ଗରମ ହେଇଗଲା । ମୋବାଇଲ ଫୋନରେ ଗପୁଥିଲା ସ୍ତ୍ରୀ ଖୁସବୁ । ସ୍ବାମୀକୁ ହଠାତ୍ ଦେଖି ଡରିଗଲା ଖୁସବୁ । ଅର୍ଜୁନ ପଚାରିଲା ଏ ଫୋନ୍ କୋଉଠୁ ଆଣିଲୁ ? ଆଉ କାହା ସହ ଗପୁଛୁ ? ଥଙ୍ଗମଙ୍ଗ ହେଲା ଖୁସବୁ । ତାପରେ ଦିଜଣଙ୍କ ଭିତରେ ଚାଲିଲା ପ୍ରବଳ ପାଟିତୁଣ୍ଡ । ଏହାପରେ ବାଡିଆପିଟା ହେଲେ ସ୍ବାମୀ-ସ୍ତ୍ରୀ । ତାପରେ ଖୁସବୁର ତଣ୍ଟିକୁ ଚିପି ତାକୁ ହତ୍ୟା କରିଦେଲା ଅର୍ଜୁନ ।
ତେବେ ସ୍ତ୍ରୀର ଡେଡବଡିକୁ କରିବ କଣ ? ଯୋଉ ଘରେ ଶୋଉଥିଲା ସେଇ ଘରକୁ ଖୋଳିଲା ଅର୍ଜୁନ । ତାପରେ ସ୍ତ୍ରୀକୁ ଗୋଟେ ଫୋଲ୍ଡିଂ ଖଟରେ ଶୁଆଇ ମାଟିତଳେ ଖଟସହ ପୋତିଦେଲା । ଆଇନ୍ ଫାଶରୁ ମୁକୁଳିବା ପାଇଁ ଚାଲ୍ ଖେଳିଲା ହତ୍ୟାକାରୀ ଅର୍ଜୁନ । ସ୍ତ୍ରୀକୁ ମାଟିତଳେ ପୋତିସାରି ପରିବାର ଲୋକଙ୍କୁ ସେ ଖବର ଦେଇଥିଲା । କହିଲା ଖୁସବୁ କାହାକୁ କିଛି ନଜଣାଇ ଘରଛାଡ଼ି କୁଆଡେ ଚାଲିଯାଇଛି । କିଛି ଦିନ ଖୋଜାଖୋଜି କରିବା ପରେ ଖୁସବୁଙ୍କ ବାପା ଶ୍ୟାମ ନାରାୟଣ ଏନେଇ ଥାନାରେ ଏଫଆଇଆର୍ ଦେଇଥିଲେ । ଶ୍ୟାମ ନାରାୟଣ ଜ୍ବାଇଁକୁ ସନ୍ଦେହ ନକରି ସନ୍ଦେହ କରିଥିଲେ ନିଜ ପୁଅ ଉପରେ । ଅଭିଯୋଗ ପାଇବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା ।
ପୋଲିସ ପ୍ରଥମରୁ ସନ୍ଦେହ କରୁଥିଲା ଅର୍ଜୁନକୁ । ସେଥିପାଇଁ ଅର୍ଜୁନକୁ ନିଜ ହେପାଜତକୁ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ା ପଚରାଉଚରା ବେଳେ କିନ୍ତୁ ଅର୍ଜୁନ ପୋଲିସକୁ ଭୂଆଁ ବୁଲାଇଥିଲା । କହିଲା କି ଖୁସବୁ ଆତ୍ମହତ୍ୟା କରିଛି ଏବଂ ତା ମୃତଦେହକୁ ସେ ନଦୀରେ ଫୋପାଡ଼ିଦେଇଛି । ଅର୍ଜୁନ କଥାକୁ ବିଶ୍ବାସ କରି ପୋଲିସ ତାକୁ ଧରି ନଦୀପଠାକୁ ଯାଇଥିଲା । ହେଲେ ସେଠାରୁ କିଛି ପ୍ରମାଣ ପାଇନଥିଲା । ଦୁଇ ଦିନ ଧରି ପୋଲିସକୁ ମିଛ କହି ନାଟକ ରଚି ଚାଲିଥିଲା ଅର୍ଜୁନ । ହେଲେ ପୋଲିସର ସନ୍ଦେହ ହେଇଥିଲା ଡେଡବଡି ଘରେ ଥିବାର । ଖୋଳାଖୋଳି କରିବା ପରେ ୬ ଫୁଟ୍ ଗାତ ତଳୁ ବାହାରିଥିଲା ୨୬ ବର୍ଷୀୟା ଖୁସବୁଙ୍କ ମୃତଦେହ । ଆଉ ତାପରେ ଚମକି ପଡ଼ିଥିଲେ ସମସ୍ତେ । ସ୍ତ୍ରୀ ଫୋନରେ ଗପିଲା ବୋଲି ତାକୁ ହତ୍ୟା କରି ନିଜ ଘରେ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ଅଭିଯୁକ୍ତ ଅର୍ଜୁନକୁ ଗିରଫ କରିଛି । ଏଠି ଗୋଟିଏ କଥା କୁହାଯାଇପାରେ ଯେ ସଂପର୍କରେ ଧୋକା ବଡ଼ ଘାତକ । ତେଣୁ ଭୁଲ କରିବା ପୂର୍ବରୁ ଶହେଥର ଭାବନ୍ତୁ ।
Manja Menace: ପୁଣି କାଳ ହେଲା ମାଞ୍ଜା ସୂତା, କଟିଗଲା ବେକ

Raped and Dumped on Roadside: ଲିଫ୍ଟ ନେଇ ନର ରାକ୍ଷସଙ୍କ କବଳରେ ଫସିଲେ ମହିଳା, ମୁହଁରେ ପଡିଛି ୧୨ଟି ଷ୍ଟିଚ୍

Odisha Youth Donates Organs: ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ

Indore Water Crisis: ଦୂଷିତ ପାଣି ପିଇ ୮ ଜଣଙ୍କର ମୃତ୍ୟୁ ଏବଂ ୧୦୦ ରୁ ଅଧିକ ଅସୁସ୍ଥ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)