Advertisment

Baba Vanga Predictions: ଧ୍ବଂସ ହୋଇଯିବ ୟୁରୋପ ! ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଚର୍ଚ୍ଚାରେ ବୁଲଗେରିଆର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । କାରଣ ବାବା ଭେଙ୍ଗାଙ୍କ ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଛି। ଏବେ ଲୋକଙ୍କ ମନରେ ଭୟ ଓ ଆତଙ୍କ । ବାବା ଭେଙ୍ଗା ଇଉରୋପ ଓ ରୋମ ଉପରେ ଅତ୍ୟନ୍ତ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି।

author-image
Manas Ranjan Mohanty
BABA VANGA

BABA VANGA Photograph: (OTV)

୨୦୪୪ରେ ଆସିବ ପ୍ରଳୟ ! ଧ୍ବଂସ ହୋଇଯିବ ପୁରା ୟୁରୋପ । ରୋମରେ ହେବ ଖଲିଫାଙ୍କ ଶାସନ । ଏମିତି କିଛି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । 

Advertisment

ଚର୍ଚ୍ଚାରେ ବୁଲଗେରିଆର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । କାରଣ ବାବା ଭେଙ୍ଗାଙ୍କ ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଛି। ଏବେ ଲୋକଙ୍କ ମନରେ ଭୟ ଓ ଆତଙ୍କ । ବାବା ଭେଙ୍ଗା ଇଉରୋପ ଓ ରୋମ ଉପରେ ଅତ୍ୟନ୍ତ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। 

ରୋମର ମଝିରେ ଭାଟିକାନ ସିଟି ଅବସ୍ଥିତ, ଯେଉଁଠାରେ କ୍ୟାଥଲିକ ଚର୍ଚ୍ଚର ମୁଖ୍ୟାଳୟ ରହିଛି। ଏଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ସବୁଠାରୁ ବଡ଼ ଧର୍ମଗୁରୁ ପୋପ ରହୁଛନ୍ତି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପରେ ଏବେ ପ୍ରଶ୍ନ ଉଠୁଛି ଯେ, ରୋମରେ ୧୮ ବର୍ଷ ପରେ କ’ଣ ଜଣେ ଖଲିଫାଙ୍କ ଶାସନ ହେବ? ଇଉରୋପ କ’ଣ ସତରେ ଧ୍ୱଂସ ହୋଇଯିବ? 

Advertisment

ବାବା ଭେଙ୍ଗାଙ୍କ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ (ISIS) ଆତଙ୍କ ସମ୍ବନ୍ଧୀୟ ଭବିଷ୍ୟବାଣୀ ସତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ଗ୍ରେଟ ମୁସଲିମ ୱାରର ଭବିଷ୍ୟବାଣୀ କରିଥିଲେ। ତାଙ୍କର ଏହି ଭୟଙ୍କର ଭବିଷ୍ୟବାଣୀରେ ୨୦୧୬ ମସିହାରେ ମୁସଲିମ କଟ୍ଟରପନ୍ଥୀମାନଙ୍କ ଦ୍ୱାରା ଇଉରୋପ ଉପରେ ଆକ୍ରମଣର ଚେତାବନୀ ଦିଆଯାଇଥିଲା। ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ଏକ ସଂଘର୍ଷ ୨୦୧୦ ମସିହାରେ ଆରବ ସ୍ପ୍ରିଙ୍ଗ ସହିତ ଆରମ୍ଭ ହେବ, ଯାହା ସିରିଆରେ ହେବ। ଏଠାରେ ମୁସଲିମମାନେ ଇଉରୋପୀୟ ଲୋକଙ୍କ ବିରୁଦ୍ଧରେ ରାସାୟନିକ ଯୁଦ୍ଧର ବ୍ୟବହାର କରିବେ। 

ଏବେ ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବାବାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୪୩ ମସିହା ସୁଦ୍ଧା ରୋମର କେନ୍ଦ୍ରରେ ଜଣେ ଖଲିଫାଙ୍କ ଶାସନ ହେବ। ଏହି ଭବିଷ୍ୟବାଣୀ ଲୋକଙ୍କୁ ଭୟଭୀତ କରୁଛି ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୪୪ ମସିହାର ଶେଷ ସୁଦ୍ଧା ଇଉରୋପ ଧ୍ବଂସ ହୋଇଯିବ । ଏହାର ଅସ୍ତିତ୍ବ ରହିବ ନାହିଁ । ମହାଦେଶ ପ୍ରାୟ ଖାଲି ହୋଇଯିବ। ତାଙ୍କ ଚେତାବନୀ ଅନୁଯାୟୀ, ଏହା ଏକ ବଡ଼ ସଂଘର୍ଷ ଓ ଆତଙ୍କ କାରଣରୁ ଏପରି ଘଟିବ।

ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଥିଲା ଭାଙ୍ଗେଲିଆ ପାଣ୍ଡେଭା ଦିମିତ୍ରୋଭା। ତାଙ୍କର ଜନ୍ମ ୧୯୧୧ରେ ବର୍ତ୍ତମାନର ଉତ୍ତର ମାସେଡୋନିଆରେ ହୋଇଥିଲା। ମାତ୍ର ୧୨ ବର୍ଷ ବୟସରେ ଏକ ଝଡ଼ କବଳରେ ପଡ଼ି ତାଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ତାଙ୍କ ସମର୍ଥକମାନେ ମାନନ୍ତି ଯେ ସେହି ସମୟରେ ତାଙ୍କୁ ଭବିଷ୍ୟତ ଦେଖିବାର ଶକ୍ତି ମିଳିଥିଲା।

୩୦ ବର୍ଷ ବୟସ ସୁଦ୍ଧା ବାବା ଭେଙ୍ଗା ଭବିଷ୍ୟବାଣୀ ଏବଂ ଚିକିତ୍ସା କ୍ଷେତ୍ରରେ ଏତେ ପ୍ରସିଦ୍ଧ ହୋଇଥିଲେ ଯେ ସାଧାରଣ ଲୋକଙ୍କ ସହିତ ବୁଲଗେରିଆର ରାଜା ବୋରିସ ତୃତୀୟ ଏବଂ ସୋଭିଏତ ନେତା ଲିଓନିଦ ବ୍ରେଜନେଭ ଭଳି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ତାଙ୍କଠାରୁ ପରାମର୍ଶ ନେବାକୁ ଆସୁଥିଲେ। ୧୯୯୬ରେ ୮୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଲଗେରିଆର ପେଟ୍ରିଚରେ ଥିବା ଯେଉଁ ଘରେ ସେ ରହୁଥିଲେ, ତାହା ବର୍ତ୍ତମାନ ଏକ ସଂଗ୍ରହାଳୟରେ ପରିଣତ ହୋଇଛି।

Advertisment
Related Articles
Advertisment