Advertisment

Liquor Smuggling: ପାଇଖାନା ଭିତରେ ମଦ ବୋତଲ, ହାତ ପୁରାଇ ବାହାର କଲା ପୋଲିସ

କ୍ଷୀର ଗାଡ଼ିରେ ମଦ, ସ୍କୁଲ ବ୍ୟାଗ୍ ରେ ମଦ ଆଉ ଏବେ ପାଇଖାନାରୁ ବି ମିଳିଲା ମଦ। ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପାଇଖାନା ପ୍ୟାନ୍ ଭିତରେ ଲୁଚାଇ ରଖାଯାଇଥିଲା ମଦ ବୋତଲ।

author-image
Manas Ranjan Mohanty
Liquor Smuggling

Liquor Smuggling Photograph: (OTV)

କ୍ଷୀର ଗାଡ଼ିରେ ମଦ, ସ୍କୁଲ ବ୍ୟାଗ୍ ରେ ମଦ ଆଉ ଏବେ ପାଇଖାନାରୁ ବି ମିଳିଲା ମଦ। ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପାଇଖାନା ପ୍ୟାନ୍ ଭିତରେ ଲୁଚାଇ ରଖାଯାଇଥିଲା ମଦ ବୋତଲ। ବିହାର ନାଳନ୍ଦାର ଏହି ଘଟଣାକୁ ନେଇ ଏବେ ଆଶ୍ଚର୍ଯ୍ୟ ଯେତିକି କୌତୁହଳ ବି ସେମିତି। ଗୋଟିଏ କି ଦୁଇଟି ନୁହେଁ ଶତାଧିକ ବିଦେଶୀ ନାମୀଦାମୀ ବ୍ରାଣ୍ଡର ମଦ ବୋତଲକୁ ଏମିତି ଲୁଚାଇ ରଖାଯାଇଥିଲା। ପାଇଖାନା ପ୍ୟାନ୍ ଭିତରେ ପସ୍ତୁତ କରାଯାଇଥିଲା ଏକ ସ୍ବତନ୍ତ୍ର ଚାମ୍ବର। ସେଇ ଚାମ୍ବର ଭିତରେ ଥାକ ଥାକ କରି  ମଦ ରଖାଯାଇଥିଲା। ବିହାର ବିଧାନସଭା ନିର୍ବାଚନକୁ ଦିନ କେଇଟା ବାକି ଅଛି, ଏସବୁ ମଦ ନିର୍ବାଚନ ପ୍ରଚାର ବେଳେ ଭଲ ଦାମରେ ବିକ୍ରି ହେବାକୁ ସ୍ମଗଲର୍ ମାନେ ଏମିତି ଯୋଜନା କରିଥିଲେ। ହେଲେ ତା ପୂର୍ବରୁ ମାଡ଼ି ବସିଛି ପୋଲିସ୍। 

Advertisment


ପାଇଖାନା ଭିତରେ ଲୁଚାଯାଇଥିଲା ମଦ 
ପାଇଖାନା ପ୍ୟାନ୍ ଭିତରେ ମଦ ବୋତଲ 
ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ 
ପାଇଖାନା ପ୍ୟାନରେ ହାତ ପୁରାଇ ବାହାର କଲା ପୋଲିସ୍  
ପାଇଖାନା ପ୍ୟାନରେ ମଦ ଲୁଚାଇବାକୁ ସ୍ବତନ୍ତ୍ର ଚାମ୍ବର 
ବିହାର ନିର୍ବାଚନ ପୂର୍ବରୁ ମାତିଲେ ସ୍ମଗଲର୍  

Advertisment
Related Articles
Advertisment