ଡେଲି ମିରର୍ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।
ଟ୍ରମ୍ପଙ୍କ ଅଭିଯୋଗ ଆଧାରରେ ବାଇଡେନ୍ଙ୍କ ବଡ଼ ମନ୍ତବ୍ୟ। କହିଲେ, ଏଣିକି ଦିନରେ କମ୍ କାମ, ଅଧିକ ନିଦ୍ରା ଓ ରାତି ୮ଟା ପରେ ସବୁ କାମ ବନ୍ଦ।
ନିର୍ବାଚନ ପ୍ରଚାର ସମୟରେ ଷ୍ଟାରମର୍ ବାରମ୍ବାର କହିଥିଲେ, 'ଆମକୁ ରାଜନୀତିକୁ ସେବାରେ ପରିଣତ କରିବାକୁ ପଡ଼ିବ। ପ୍ରଥମେ ଦେଶ ପରେ ପାର୍ଟି।'
ବ୍ରିଟେନରେ ବଦଳିଲା ସତ୍ତା। ନୂଆ ଇତିହାସ ରଚିଲା ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି।
ବ୍ରିଟେନ ସରକାରରୁ ଗାଦିଚ୍ୟୁତ ହୋଇପାରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି। ଆଜି ଭୋଟ୍ ଗଣତି ଚାଲି ଥିବାବେଳେ ସୁନକଙ୍କୁ ପଛରେ ପକାଇ ବହୁ ଆଗରେ ଅଛନ୍ତି ଲେବର ପାର୍ଟିର କୀର ଷ୍ଟାରମେର୍।
ଆତ୍ମଘାତୀ ବିସ୍ଫୋରଣକାରୀମାନେ ଗ୍ୱାଜା ସହରର ଏକ ବିବାହ, ଅନ୍ତିମ ସଂସ୍କାର ଏବଂ ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ବାଲ୍ୟ ବିବାହ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ବାଲ୍ୟ ବିବାହ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦ ମିଲିୟନରୁ ଅଧିକ ନାବାଳିକା ବାଲ୍ୟ ବିବାହ କରିଛନ୍ତି।
ଏଣ୍ଟେରୋବ୍ୟାକ୍ଟର ବଗାଣ୍ଡେନସିସ୍ ନାମକ ଏହି ବ୍ୟାକ୍ଟେରିଆ ଉପରେ ଅନେକ ଆଣ୍ଟିବାୟୋଟିକ ପ୍ରଭାବ ଦେଖାଉନଥିବାରୁ, ଏହାକୁ ସୁପରବଗ୍ ବୋଲି କୁହାଯାଉଛି। ଶ୍ବାସତନ୍ତ୍ରକୁ ସଂକ୍ରମିତ କରୁଥିବା ଏହି ବ୍ୟାକ୍ଟେରିଆ ସ୍ପେଶ ଷ୍ଟେସନର ଆବଦ୍ଧ ପରିବେଶରେ ଆହୁରି ଶକ୍ତିଶାଳୀ ହୋଇଥିବା ସୂଚନା ମିଳିଛି।
ଏମିତି ବିବାହ ପୂର୍ବରୁ ଦେଖିନଥିବେ। ବର-କନ୍ୟା ଏତେ ଧନୀ ଯେ ଅତିଥିଙ୍କ ଉପରେ ବର୍ଷା କଲେ ଟଙ୍କା।
ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।
ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ, ନାବାଳିକା ଗୁରୁତର ସୂଚନା । ଗୁଳିମାଡ଼ ପରେ ଗୁଳି କରି ଜୀବନ ହାରିଲା ଦୁର୍ବୃତ୍ତ ।
ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।
ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର ।
ନ୍ୟୁ ଜର୍ସି ହାଇସ୍କୁଲରେ ମୋଟ୍ ୪୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଉଥିଲା। ଏହି ଅବସରରେ ବ୍ୟାଚରେ ଅନେକ ଯାଆଁଳା ଛାତ୍ରଛାତ୍ରୀ ମଞ୍ଚକୁ ଆସିଥିଲେ।
ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।
ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି ।
ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି।
ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଫ୍ରାନ୍ସରୁ । ଫ୍ରାନ୍ସର ଟେଲିକମ୍ ବିଭାଗରେ ଜଣେ ମହିଳା କାମ କରୁଥିଲେ । ସେ ୧୯୯୩ରେ ପ୍ରଥମେ ଏହି ଚାକିରିରେ ଯୋଗଦେଲେ । ଟେଲିକମ୍ ବିଭାଗ ଜାଣିବାକୁ ପାଇଲା, ଉକ୍ତ ମହିଳାଙ୍କ ଶରୀରର ଗୋଟିଏ ଭାଗ ଅଚଳ ଅର୍ଥାତ୍ ପାରାଲିସିସ୍ । ସେ ଏପିଲିପ୍ସି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ ସୁହାଇଲା ଭଳି କାମ ବିଭାଗ ପକ୍ଷରୁ ଦିଆଗଲା ।
ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି।
ମକ୍କାର ସବୁଠାରୁ ବଡ ଶବ ଗୃହ ମଧ୍ୟରୁ ଗୋଟିଏ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି।
ପୂର୍ବରୁ ମଧ୍ୟ ବାଇଡେନ୍ଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିଥିଲା । ସେହି ଭିଡିଓଗୁଡ଼ିକୁ ଦେଖିଲେ ଲାଗୁଛି ବାଇଡେନ୍ ଅନେକ କଥା ଭୁଲିଯାଉଛନ୍ତି ।
ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଘଟିଲା ବଡ଼ ଅଘଟଣ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ପାକିସ୍ତାନରେ ୨୦୦ ପାର୍ କରିଛି ଟମାଟୋ ଦର । ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଇଦ୍-ଅଲ-ଅଦା ରହିଛି ।
ଗ୍ରୀସର କାତାର ଏୟାରୱେଜ୍ ବିମାନରେ ଯାଉଥିବା ଯାତ୍ରୀମାନଙ୍କୁ ଏସି ଖରାପ ହେତୁ ତିନି ଘଣ୍ଟାରୁ ଅଧିକ ସମୟ ଗରମରେ ବସିବାକୁ ପଡିଲା ।