Advertisment

Daily Horoscope 3rd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ । ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ।

author-image
Deepak Acharya
undefined

ମେଷ-
ଅଶ୍ୱନୀ- ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ । ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିଜନ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ଦ୍ୱିଜା- ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ । ପଡୋଶୀଙ୍କ ସହାୟତାରେ କୌଶଳର ସହ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଟକି ରହିଥିବା କାମଗୁଡିକ ସହକର୍ମୀଙ୍କ ବଦାନ୍ୟତାରୁ ହୋଇଯିବ ।
କୃତିକା- ପରିବହନରେ ସମସ୍ୟା ଦେଖାଦେବା କାରଣରୁ ବ୍ୟସ୍ତ ହୋଇପାରନ୍ତି । ନୂତନ ଜାଗା ଜମି କ୍ରୟ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ
ବୃଷ-
କୃତିକା- ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଧ୍ୟାନ ଆଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ଜୀବନ ସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ ।
ରୋହିଣୀ- କର୍ତୁପକ୍ଷ ଆପଣଙ୍କୁ କୌଣସି  ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଆପଣ କୈାଣସି ବିଷୟରେ ବଡ ନିଷ୍ପତି ନେଇପାରନ୍ତି ।
ମୃଗଶିରା- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ସମ୍ପତି କିଣିବାର ଯୋଗ ରହିଛି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ 
ମିଥୁନ-
ମୃଗଶିରା- ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢିଯାଇପାରେ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସୀ ହୋଇଯିବ। 
ଆଦ୍ରା- ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସତର୍କ ନ ରହିଲେ ପରିସ୍ଥିତି ବଦଳି ଯାଇପାରେ । ବେଖାତିର ମନୋଭାବ ହେତୁ ଉପର ଅଧିକାରୀ ରାଗି ପାରନ୍ତି । ରାଜନୀତିରେ ଶତୃମାନେ ବେଖାତିର କରିବେ । 
ପୁନର୍ବସୁ- ସାମାଜିକ ସ୍ତରରେ ଜନମଙ୍ଗଳ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଜମିଜମା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ପୁନର୍ବସୁ- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି । କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । 
ପୁଷ୍ୟା- ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ ।
ଅଶ୍ଲେଷା- ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।  ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କ୍ରୀଡା,ସଙ୍ଗୀତ ଓ  ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ-
ମଘା- ଘରେ ଅନେକ ସମୟରେ ଅଶନ୍ତି ଲାଗିରହିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ । ଚାଲୁ ରହିଥିବା କୌଣସି ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କରିବେ । ପିଲାମାନଙ୍କର ଅବାଧ୍ୟତା ଆପଣଙ୍କୁ ବ୍ୟଥିତ କରିବ । 
ପୂ,ଫାଲଗୁନି- ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହୋଇ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ଚତୁରତା ହେତୁ ବିଗିଡିଥିବା କର୍ମ କୁ ସଜାଡି ପାରିବେ । ବିଦ୍ୟାରେ ଉନ୍ନତି କରିବେ ।
ଉ,ଫାଲଗୁନି- ଆଧ୍ୟାତ୍ମିକ ଦିଗ ରେ ଅଧିକ ସମୟ ମନୋନିବେଷ କରିବେ । ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । କିଛି ମୂଲ୍ୟବାନ ଅଳଙ୍କାର କ୍ରୟ କରିପାରନ୍ତି ।  
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଉ,ଫଳଗୁନି- ପାରିବାରି ଜୀବନ ହସ, ଖୁସିରେ କଟିବ । ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । 
ହସ୍ତା- ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।
ଚିତ୍ରା- ମହିଳାମାନେ ଆନନ୍ଦରେ  ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରେରଣା ଦେବେ । ଅସ୍ଥିର ମନ ଯୋଗୁ କୌଣସି କାମ ଠିକ୍ ଭାବେ କରିପାରିବେ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ବାକି ପଡିଥିବା ଅର୍ଥକୁ ପାଇବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବେ । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରେମିକା ପ୍ରେମିକ ମାନେ ନିକଟତର ହୋଇପାରନ୍ତି । 
ସ୍ୱାତୀ-ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । ଅଫିସିଆଲି କାମ ସହଜ ଓ ସୁବିଧାରେ ହେବ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି
ବିଶାଖା- ଯାନବାହାନ ଚାଳନାରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ । କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ।    
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 
ବିଛା-
ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ବିବାଦୀୟ ଚିନ୍ତାଧାରା ପାଇଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି ।
ଅନୁରାଧା- ଆଲୋଚନାର ଶେଷ ପର୍ଯ୍ୟାୟରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ।
ଜ୍ୟେଷ୍ଠା- ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।    
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ମୂଳା- ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମୀଖ ସଭାସମିତିରେ ସମ୍ମାନିତ ହେବେ । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ ।
ପୂ,ଷାଢା- ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇବେ । ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । କୌଣସି ଜନକଲ୍ୟାଣ ସଂସ୍ଥାରେ ଉଚ୍ଚପଦପଦବୀ ମିଳିପାରେ ।
ଉ,ଷାଢା- ମହିଳା ମାନେ ସ୍ୱାବଲମ୍ବୀ ହେବେ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୁଧାର ଆସିବ । ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥକୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ ।
ଶ୍ରବଣା- ସରକାରୀ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। 
ଧନିଷ୍ଠା- ଭଲ ସମ୍ପର୍କ ଥିବା ବନ୍ଧୁ ନିଜ ସୁବିଧା ହାସଲକୁ ନେଇ ଅସୁବିଧାରେ ପକାଇପାରନ୍ତି। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ । ଦୂର ସ୍ଥାନରେ ଥିବା ଜମି କ୍ରୟ କରିପାନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ 
କୁମ୍ଭ-
ଧନିଷ୍ଠା- ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ।
ଶତଭିଷା- କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲେକ୍ଷ୍ମୀ କୃପା ପ୍ରାପ୍ତି ହେବ । ବନ୍ଧୁଙ୍କ ସହ ମନାନ୍ତରଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି।    
ପୂ,ଭାଦ୍ରପଦ- ନୂତନ ଯାନବାହନ, ଜମିଜମା, କ୍ରୟ, ବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ । ନିଜର ଦକ୍ଷତା ଓ ଦୃଢ଼ତା ବଳରେ ଅସାଧ୍ୟ ସାଧନ କରିବେ । କ୍ରିଡା କ୍ଷେତ୍ରରେ ଆଶାତିତ ସଫଳତା ପାଇପାରନ୍ତି । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ। ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ।  ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ ।
ଉ,ଭାଦ୍ରପଦ- କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଦୂରଯାତ୍ରାରେ ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। 
ରେବତୀ- ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ ଓ କାର‌୍ୟ୍ୟରେ ଯୋଗଦେବେ । ଛୋଟବଡ଼ ସମସ୍ୟାକୁ ଛାଡ଼ିଦେଲେ ଦିନଟି ଭଲରେ କଟିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

Advertisment
Horoscope
Advertisment
Related Articles
Advertisment