/odishatv-khabar/media/media_files/2026/01/03/pousha-purnima-2026-01-03-09-38-25.jpg)
Pousha Purnima Photograph: (OTV)
ଆଜି ପୌଷ ପୂର୍ଣ୍ଣିମା। ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଗତକାଲିଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ।
ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ। ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।
ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରତ୍ନ ସିଂହାସହନରେ ୪ ଥର, ରଥ ଉପରେ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥାନ୍ତି। ରତ୍ନ ସିଂହାସହନରେ ପୌଷ ପୂର୍ଣ୍ଣିମା, ଫାଲଗୁନ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟାଦଶମୀରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ଦର୍ଶନ ଦେଇଥାନ୍ତି।
ଆଜି ସକାଳ ଧୂପ ପରେ ହେବ ଏହି ବେଶ ଅନୁଷ୍ଠିତ ହେବ। ଏହି ବେଶରେ ମହାପ୍ରଭୁ କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ଆଦି ବିବିଧ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।
ଆଜି ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି
୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବ ମହାପ୍ରଭୁ
ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ ହେବ ଶ୍ରୀଜିଉ
ବର୍ଷକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ
ରତ୍ନ ସିଂହାସହନରେ ୪ ଥର, ରଥ ଉପରେ ଥରେ ସୁନାବେଶ ହୋଇଥାଏ
ଆଜି ସକାଳ ଧୂପ ପରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ
କିରିଟ, ଶ୍ରୀପୟର, ଶ୍ରୀଭୁଜ ଆଦି ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ
Daily Horoscope 3rd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 3rd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Passengers Face Chaos: ବିମାନବନ୍ଦରରେ ଅବ୍ୟବସ୍ଥା ପାଇଁ ହନ୍ତସନ୍ତ ଯାତ୍ରୀ , ଦିନ ୧୦ଟା ଯାଏଁ ଛାଡୁନି ଘନ କୁହୁଡ଼ି

IAS Reshuffle Triggers Discussion: ମ୍ୟାଡମ ସିଏସ୍ ଦାୟିତ୍ୱ ନେବା ପରେ , ଆଇଏଏସ ରି-ସଫଲକୁ ନେଇ ପାୱାର କରିଡରରେ ଚର୍ଚ୍ଚା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)