Advertisment

Banking Tips: ଏଟିଏମ୍‌ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, ନଜାଣିଲେ ହେବେ ହଇରାଣ

ଏଟିଏମ୍‌ କାର୍ଡ ବ୍ୟବହାରକାରୀଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା। ଟଙ୍କା ଉଠାଣ ବେଳେ ଯଦି ATMରେ କାର୍ଡ ଫସିଯାଏ ତେବେ କ'ଣ କରିବେ ସେ ବିଷୟରେ ଜାଣି ରଖନ୍ତୁ।

author-image
Chinmayee Sahoo
ATM-card-stuck-in-machine

ATM-card-stuck-in-machine Photograph: (OTV)

ବେଳେବେଳେ ଆପଣ ଏଟିଏମରୁ ଟଙ୍କା ଉଠାଣ ପାଇଁ କାର୍ଡ ପୂରାନ୍ତି ହେଲେ ଟଙ୍କା ତ ଉଠେନି ଓଲଟା କାର୍ଡ ମେସିନ୍‌ରେ ଅଟକିଯାଏ । ଏମିତି ସ୍ଥିତିରେ ଅନେକ ଲୋକ ଡରିଯାଆନ୍ତି । ହଡବଡିରେ ସିକ୍ୟୁରିଟି ଗାର୍ଡକୁ ଡକାନ୍ତି ନହେଲେ କାର୍ଡକୁ ଟାଣି ବାହାର କରିବାକୁ ଚେଷ୍ଟା କରନ୍ତି । ଏ ସମସ୍ୟାରୁ କିପରି ବାହାରିବେ ତାହା ଖୁବ୍ କମ୍ ଲୋକ ଜାଣିଥିବେ । ଆପଣ ବି ସଠିକ୍ ଟ୍ରିକ୍ ଜାଣିଥିଲେ ହେବେନି ହଇରାଣ । ଯଦି ଆପଣଙ୍କ ସହ ଏମିତି କେବେ ଘଟେ ତାହାଲେ କଣ କରିବେ ଜାଣିରଖନ୍ତୁ ।

Advertisment

ଏଟିଏମ ମେସିନ୍ ଲିଙ୍କ୍ ଫେଲ୍ ହେବା, ଟେକ୍ନିକାଲ ସମସ୍ୟା କିମ୍ବା ଡିଟେଲ୍ସ ଦେବାରେ ଅଧିକ ବିଳମ୍ବ ହେଲେ ମେସିନ୍‌ରେ ଫସିଯାଇଥାଏ କାର୍ଡ । ବେଳେବେଳେ ପାୱାର କଟ୍, କନେକ୍ସନ ଏରର କିମ୍ବା ବାରମ୍ବାର ଭୁଲ୍ ପିନ୍‌ ଦେବା ଯୋଗୁଁ ବି କାର୍ଡ ଅଟକି ଯାଇଥାଏ ।

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

ଟଙ୍କା ଉଠାଣ ବେଳେ ଏଟିଏମରେ କାର୍ଡ ଫସିଗଲେ ଆଦୌ ଡରନ୍ତୁ ନାହିଁ ।

ସର୍ବପ୍ରଥମେ ବ୍ୟାଙ୍କର 24x7 କଷ୍ଟମର କେୟାରକୁ କଲ୍ କରି କାର୍ଡ ହଟଲିଷ୍ଟେଡ୍ କିମ୍ବା ବ୍ଲକ୍ କରିପାରିବେ । ହଟଲିଷ୍ଟର ଅର୍ଥ ଆପଣଙ୍କ କାର୍ଡ permanently ବ୍ଲକ୍ ହୋଇଯିବ । କେବେ ବି ବ୍ଲକ୍ ନକରିବା ଯାଏଁ କାର୍ଡକୁ ଏଟିଏମ୍‌ ମେସିନ୍‌ରେ ଛାଡିକି ଆସନ୍ତୁ ନାହିଁ ।

Advertisment

କାର୍ଡ ଅଟକିଗଲେ ତୁରନ୍ତ ଆପଣ ନିଜ ବ୍ୟାଙ୍କର କଷ୍ଟମର କେୟାରକୁ କଲ୍ କରି ATM ର ଲୋକେସନ୍ ଓ ସମସ୍ତ ସୂଚନା ଦିଅନ୍ତୁ । ବ୍ୟାଙ୍କ ଆପଣଙ୍କୁ ଦୁଇଟି ଅପ୍ସନ ଦିଏ, ପ୍ରଥମ- ଆପଣ ନିଜ କାର୍ଡ କ୍ୟାନସଲ୍ କରି ଏକ ନୂଆ କାର୍ଡ ମଗାଇପାରିବେ । ଆଉ ଦ୍ୱିତୀୟଟି ହେଲା, କାର୍ଡ ମେସିନ୍‌ରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିପାରିବେ ।

ଯଦି ଆପଣଙ୍କୁ ଲାଗେ କି କାର୍ଡ ଅନ୍ୟ କାହା ହାତରେ ପଡି ଭୁଲ୍ ବ୍ୟବହାର ହେବ ତାହେଲେ ତୁରନ୍ତ ଏହାକୁ ବ୍ଲକ୍ କରିପାରିବେ । ୭ରୁ ୧୦ ଦିନ ଭିତରେ ଆପଣଙ୍କ ଠିକଣାରେ ନୂଆ କାର୍ଡ ଆସିଯିବ ।

ଏହାଛଡା ଆପଣ ଏଟିଏମ୍‌ରେ କ୍ୟାସ୍ ଭରୁଥିବା ଟିମ୍‌କୁ ଜଣାଇପାରିବେ । ଏହି ଟିମ୍‌ ଏଟିଏମ୍‌ରୁ କାର୍ଡ ବାହାର କରି ବ୍ୟାଙ୍କରେ ଜମା କରିଦେବ । ପରେ ଆପଣ ନିଜ ପରିଚୟ ପତ୍ର ଦେଖାଇ କାର୍ଡ ନେଇପାରିବେ ।

ଯଦି ଆପଣଙ୍କ ସହ କେବେ ଏମିତି ଘଟେ ତାହେଲେ ବ୍ୟାଙ୍କ କଷ୍ଟମର କେୟାରକୁ କଲ୍‌ କରି କାର୍ଡ ବ୍ଲକ୍ କରିଦେବା ସବୁଠୁ ସୁରକ୍ଷିତ ଉପାୟ  ।

ATM
Advertisment
Related Articles
Advertisment