Advertisment

Three Foot Doctor: ଚର୍ଚ୍ଚାରେ ୩ ଫୁଟ ଉଚ୍ଚତାର ଡାକ୍ତର , ରୋଗୀ ଦେଖିଲେ ହୁଅନ୍ତି ଆଶ୍ଚର୍ଯ୍ୟ

ସଫଳତାର କାହାଣୀ ତ ଅନେକ ଶୁଣିଥିବେ। ହେଲେ ଡାକ୍ତର ଗଣେଶଙ୍କ ଏହି ସଂଘର୍ଷ ଆପଣଙ୍କୁ ପ୍ରେରଣା ଦେବ ନିଶ୍ଚିତ। କାରଣ କିଛି ବର୍ଷ ପୂର୍ବେ ଗଣେଶ NEET ପାସ୍ କରିଥିଲେ ଓ ଆଡମିସନ ପାଇଁ ଭାବନଗର ସରକାରୀ ମେଡିକାଲ କଲେଜକୁ ଯାଇଥିଲେ।

author-image
Manas Ranjan Mohanty
3-Feet-Doctor

3-Feet-Doctor Photograph: (OTV)

ଉଚ୍ଚତା ମାତ୍ର ୩ ଫୁଟ। ଓଜନ ୨୦ କେଜିରୁ କମ। ହାଡ଼, ଗଣ୍ଠି ଭଲସେ ବିକଶିତ ନହୋଇଥିବାରୁ ତାଙ୍କ ଶରୀରର ମୋଟ ୭୨ ପ୍ରତିଶତ ଅଂଶ ଦିବ୍ୟାଙ୍ଗ। ଯାହାଙ୍କୁ ମେଡିକାଲରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ରୋଗୀ। ହେଲେ ତାଙ୍କର ସଫଳ ଚିକିତ୍ସାରେ ଆରୋଗ୍ୟ ହୋଇ ଘରକୁ ଯାଇଥାନ୍ତି। ଗୁଜରାଟ ଭାବନଗରରେ ରୁହନ୍ତି ୨୫ ବର୍ଷୀୟ ଗଣେଶ ବାରାୟାଙ୍କୁ।

Advertisment

ସଫଳତାର କାହାଣୀ ତ ଅନେକ ଶୁଣିଥିବେ। ହେଲେ ଡାକ୍ତର ଗଣେଶଙ୍କ ଏହି ସଂଘର୍ଷ ଆପଣଙ୍କୁ ପ୍ରେରଣା ଦେବ ନିଶ୍ଚିତ। କାରଣ କିଛି ବର୍ଷ ପୂର୍ବେ ଗଣେଶ NEET ପାସ୍ କରିଥିଲେ ଓ ଆଡମିସନ ପାଇଁ ଭାବନଗର ସରକାରୀ ମେଡିକାଲ କଲେଜକୁ ଯାଇଥିଲେ। ହେଲେ MCI ତାଙ୍କୁ ଆଡମିଶନ ଦେବବାକୁ ସିଧା ସିଧା ମନା କରିଦେଇଥିଲା। କମ ଉଚ୍ଚତା ଓ ଶାରିରୀକ ଅକ୍ଷମତାକୁ ଆଳ କରି ବୋର୍ଡ ତାଙ୍କ ଡାକ୍ତରୀ ପାଠ ଉପରରେ ରୋକ ଲଗାଇଥିଲା। 



ତେବେ MCIର ଏହି ନିଷ୍ପତ୍ତିରେ ଭାଙ୍ଗି ନଥିଲେ ଗଣେଶ। ଏକ ଦୀର୍ଘ ଲଢେଇ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଆଉ ଗୁଜରାଟ ହାଇକୋର୍ଟରେ କରିଥିଲେ ଆବେଦନ। ହେଲେ ସେଠାରେ ମଧ୍ୟ ମିଳିଥିଲା ନିରାଶା। କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲା। ହେଲେ ହାର ନମାନି ଏହି ରାୟକୁ ସୁପ୍ରିମକୋର୍ଟ ଚ୍ୟାଲେଞ୍ଜ କରିଥିଲେ ଗଣେଶ। ଆଉ ଶେଷରେ ଏତେ ସଂଘର୍ଷ ପରେ ଗଣେଶଙ୍କ ସପକ୍ଷରେ ଆସିଥିଲା ଐତିହାସିକ ରାୟ। ଆଉ ତାଙ୍କୁ ମିଳିଥିଲା କଲେଜରେ ନାଁ ଲେଖାଇବାକୁ ଅନୁମତି। ପରେ ଭାବନଗର ମେଡିକାଲ କଲେଜରେ ନାମ ଲେଖାଇଥିଲେ ପାଞ୍ଚ ବର୍ଷ MBBS ପଢ଼ିଥିଲେ ଗଣେଶ। 

ପାଠପଢ଼ା ଶେଷ ପରେ ଗଣେଶ ଆରମ୍ଭ କରିଦଥିଲେ ରୋଗୀ ସେବା। ଯଦି ହସ୍ପିଟାଲର ବେଡ୍ ଉଚ୍ଚ ଥାଏ, ତେବେ ସେ ଏକ ଷ୍ଟୁଲ୍ ବ୍ୟବହାର କରି ଜାରି ରଖୁଥିଲେ ସେବା। ନିଜ ଅକ୍ଷମତାକୁ ସେ କେବେ କର୍ତ୍ତବ୍ୟ ଉପରେ ବାଧା ଆଣିବାକୁ ଦେଉନଥିଲେ। ଡାକ୍ତର ଗଣେଶ କୁହନ୍ତି, ରୋଗୀ ତାଙ୍କୁ ପ୍ରଥମେ ଦେଖି ଚକିତ ହୁଅନ୍ତି। ହେଲେ ପରବର୍ତ୍ତୀ ସମୟରେ ସେମାନେ ମୋତେ ଗ୍ରହଣ କରି ନିଅନ୍ତି । 

ଦୃଢ଼ ଇଚ୍ଛାଶକ୍ତି ଓ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଥିଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ସଫଳ ହେବାରୁ ଅଟକାଇ ପାରିବ ନାହିଁ। ଯାହାକୁ ପ୍ରମାଣିତ କରିଛନ୍ତି ଡାକ୍ତର ଗଣେଶ ବାରାୟା ।                

Advertisment
Advertisment