/odishatv-khabar/media/media_files/2025/11/21/horoscope-2025-11-21-08-13-02.jpg)
Horoscope Photograph: (OTV)
ମେଷ
ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ । ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।
ଦ୍ୱିଜା- ସହକର୍ମୀମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ ହୋଇଯିବ । ରାଜନୀତିରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ।
କୃତିକା- ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି । ଆକସ୍ମିକ ସମସ୍ୟାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କରି ଅନୁତପ୍ତ ହୋଇପାରନ୍ତି । କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ
କୃତିକା- କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବେ । ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ । ବଡ କମ୍ପାନୀ ସହିତ ବ୍ୟବସାୟରେ ଜଡିତ ହୋଇ ପାରନ୍ତି ।
ରୋହିଣୀ- ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । ଶିକ୍ଷାକ୍ଷେତ୍ରରେ ନୂତନ ଜ୍ଞାନ ଆହରଣ କରିବେ ।
ମୃଗଶିରା- ଛୋଟ ଘଟଣାକୁ ଗୁରୁତର ମନେକରି ଭାବପ୍ରବଣ ହୋଇପାରନ୍ତି । ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍ ଆଦୃତ ହେବେ । କୋର୍ଟରେ ତାରିଖ ସ୍ଥିରଧାର୍ଯ୍ୟ ହୋଇପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା- ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ। ପିଲାମାନଙ୍କ ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ
ଆଦ୍ରା- ଅଫିସରେ ଛୋଟ ଘଟଣାକୁ ବଡ଼ ଆକାରରେ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ
ପୁନର୍ବସୁ- ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମହିଳା ମାନେ କଠିନ ପରିଶ୍ରମ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ
ପୁନର୍ବସୁ- ବ୍ୟବସାୟରେ ପୁରୁଣା ସମସ୍ୟା ସମାଧାନ ହୋଇ ଆର୍ଥିକ ଉନ୍ନତି ଘଟିବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ସମ୍ମାନର ସହିତ ଦିନ ଚର୍ଯ୍ୟା କରି ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ ।
ପୁଷ୍ୟା- ବ୍ୟବସାୟ- ବାଣିଜ୍ୟ ପାଇଁ ବିଦେଶକୁ ଯିବେ । ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଛାତ୍ରଛାତ୍ରୀ ମାନେ ପଢାକୁ ନେଇ ଚିନ୍ତାରେ ରହି ପାରନ୍ତି ।
ଅଶ୍ଲେଷା- ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି । ଖେଳାଳି ମାନଙ୍କ ପାଇଁ ଦିନଟି ଶୁଭ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ
ମଘା- ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି। ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ । ପାରିବାରିକ ସମସ୍ୟାକୁ ସମ୍ପର୍କୀୟଙ୍କ ସହାୟତାରେ ସୁଧାରିନେବେ।
ପୂ,ଫାଲଗୁନି- କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ। ଚାକିରିରେ ସ୍ଥାନନାଶ ଯୋଗ ରହଛି । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ
ଉ,ଫାଲଗୁନି- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି। ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । କୌଣସି ଏକ ସାଧାରଣ କଥା ନେଇ ପରିବହନ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା
ଉ,ଫଳଗୁନି- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାର୍ୟ୍ୟ ଦ୍ୱାରା କଠିନ କାର୍ୟ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ୟ୍ୟରେ ସଫଳତା ପାଇବେ
ହସ୍ତା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । କ୍ୟାରିୟର କୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ରାଜନୀତିରେ ଶତ୍ରୁମାନେ ଭୟବିତ ହେବେ ।
ଚିତ୍ରା-ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା
ଚିତ୍ରା- କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ । କୈାଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ
ସ୍ୱାତୀ- ମୂଲ୍ୟବାନ୍ ଜିନିଷ କ୍ରୟକରିବା ସକାଶେ ହଠାତ୍ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ
ବିଶାଖା- ନିର୍ମାଣମୂଳକ କାର୍ୟ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ । ନୂତନ ଘର କିଣିବା ପାଇଁ ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା
ବିଶାଖା- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ
ଅନୁରାଧା- ପିଲାମାନଙ୍କ ପାଠ ପଢାକୁ ନେଇ ଚିନ୍ତିତ ରହିବେ । ମହିଳା ମାନେ କଠିନ ପରିଶ୍ରମ କରିବେ । ଅଫିସ୍ ରେ ଉପରିସ୍ଥ ଅଧିକାରୀଙ୍କର ସାହାର୍ୟ୍ୟ ସହଯୋଗ ପାଇବେ
ଜ୍ୟେଷ୍ଠା- ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ
ମୂଳା- ପିଲା ଦିନର ବନ୍ଧୁଙ୍କ ସହିତ ଭେଟ ହୋଇପାରେ । କାର୍ଯ୍ୟବ୍ୟସ୍ଥ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ । ଲୁଗା ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି ।
ପୂ,ଷାଢା- ସତ କହିବା କାରଣରୁ ନିଜ ଲୋକମାନେ ଦୂରେଇ ଯାଉଥିବା ଲକ୍ଷ୍ୟକରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଭଲ କରିବେ ।
ଉ,ଷାଢା- ଭାତୃ ସଂପର୍କରେ ଉନ୍ନତି ଘଟିବ । ଦୋଷ ନଥାଇ ମଧ୍ୟ କୋର୍ଟର ଦ୍ୱରସ୍ଥ ହେବାକୁ ପଡିପାରେ । ମହିଳା ମାନେ ଶାନ୍ତ ସୋଭାବ ଦେଖାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର
ଉ,ଷାଢା- କର୍ମ କ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସୁସ୍ଥ ମାନସିକତା ରକ୍ଷା କରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ ।
ଶ୍ରବଣା- ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ
ଧନିଷ୍ଠା- ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। କାର୍ଯ୍ୟବ୍ୟସ୍ଥତା ଯୋଗୁ କେତେକ କାମ ଠିକ ସମୟରେ କରି ପାରିବେ ନାହିଁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ଧନିଷ୍ଠା- ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।
ଶତଭିଷା- ଅଫିସ୍ ସମ୍ବନ୍ଧୀୟ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କ୍ଷେତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ ।
ପୂ,ଭାଦ୍ରପଦ- ପୈତୃକ ସମ୍ପତ୍ତିକୁ ଭାଇ-ଭାଇ ଭିତରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ମହିଳା ମାନେ ଆତ୍ମବିଶ୍ଵାସି ରହିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ
ପୂ,ଭାଦ୍ରପଦ- ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ଉ,ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ଋଣ ଭରଣାରେ ସହଜ ହେବ ।
ରେବତୀ- ଜାଗା,ଜମି, ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
Pension Thief Exposed: ୩ ବର୍ଷ ହେଲା ଟଙ୍କା ଖାଉଥିଲେ ପିଇଓ , କଳା କାରନାମା ଧରିଲେ ସାଂସଦ

Kalinga Guest House: ନିଅଁ ପକାଇଥିଲେ ମୁଣ୍ଡି ମାରିଲେ , ଉଦଘାଟିତ ହେଲା କଳିଙ୍ଗ ଅତିଥି ନିବାସ

Hong Kong Inferno Horror: ଛାରଖାର ହୋଇଗଲା ହଜାର ହଜାର ଫ୍ଲାଟ୍ , ହଂକଂ ନିଆଁ ପରେ ଓଡ଼ିଶାରେ ଛନକା

Balangir Dadan Crisis: ଚର୍ଚ୍ଚାରେ ମନ୍ତ୍ରୀଙ୍କ ଟ୍ୟୁସନ, ଖବର ଦେଖି ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)