/odishatv-khabar/media/media_files/2025/11/28/president-2025-11-28-09-54-23.jpg)
PRESIDENT Photograph: (OTV)
ରାଜଭବନରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ବିଧାନସଭାରେ ଉଦବୋଧନ ଦେବା ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ। ତାପୂର୍ବରୁ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଦ୍ବାରା ସ୍ବତନ୍ତ୍ର ରାତ୍ରଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସମେତ ରାଜ୍ୟର ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ସାମିଲ ହୋଇ ରାଷ୍ଟ୍ରପତିଙ୍କ ସହିତ ରାତ୍ରଭୋଜନ କରିଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ ।
ଗତକାଲି ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ସମ୍ବୋଧନରେ କହିଥିଲେ ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର । ଏହି ଗୃହରୁ ମୋ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରିନଥାନ୍ତି । ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଅବିଭୂତ। ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଶିକ୍ଷା ମିଳିଛି । ମହତାବ, ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନିର୍ମାତାଙ୍କୁ ମନେପକାଇଥିଲେ ରାଷ୍ଟ୍ରପତି ।
ରାଜଭବନରେ ସ୍ବତନ୍ତ୍ର ରାତ୍ରଭୋଜନ କାର୍ଯ୍ୟକ୍ରମ
ରାଜଭବନରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଜ୍ୟପାଳଙ୍କ ଦ୍ବାରା ସ୍ବତନ୍ତ୍ର ରାତ୍ରଭୋଜନ କାର୍ଯ୍ୟକ୍ରମ
ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ ଥିଲେ ଉପସ୍ଥିତ
Hong Kong Inferno Horror: ଛାରଖାର ହୋଇଗଲା ହଜାର ହଜାର ଫ୍ଲାଟ୍ , ହଂକଂ ନିଆଁ ପରେ ଓଡ଼ିଶାରେ ଛନକା

Balangir Dadan Crisis: ଚର୍ଚ୍ଚାରେ ମନ୍ତ୍ରୀଙ୍କ ଟ୍ୟୁସନ, ଖବର ଦେଖି ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କଲେ

From Guns to Livelihood: କିଏ ଅଟୋ ଚଳାଇଛି ତ ଆଉ କିଏ ହେଲାଣି ରାଜନେତା , ବଦଳଛି ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପରିଚୟ

Trading Scam: ୫୦ କୋଟି ଟଙ୍କା ଠକେଇ ଅଭିଯୋଗ, ଅଭିଯୁକ୍ତ ମଧୁସୂଦନ ବରେଇକୁ ବାନ୍ଧିଲା ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)