/odishatv-khabar/media/media_files/2025/12/01/15-years-under-water-2025-12-01-12-27-22.jpg)
15-Years-Under-Water Photograph: (OTV)
ବୁଡିଗଲା ପୂରା ଗାଁ, ବୁଡି ଗଲା ଘର। ଜୀବନ ହୋଇଗଲା ନିରାଶ୍ରୟ। ହେଲେ ମିଳିଲାନି ସରକାରୀ ସହାୟତା। ଭାଗ୍ୟକୁ ଆଦରି କାଟିବାକୁ ହେଲା ଜୀବନ। ଏବେ ଜଳ ସେଚନ ପ୍ରକଳ୍ପ ଭିତରେ ଘର କରି ରହୁଛନ୍ତି କିଛି ଅସହାୟ ପରିବାର। ଏଠିକି ନା ଅଛି ରାସ୍ତା, ନା ମିଳୁଛି ବିଶୁଦ୍ଧ ପାଣି। ଏହି ବିସ୍ଥାପିତ ପରିବାରଙ୍କୁ ଆହା କରିବାକୁ ସତେ ଯେପରି କେହି ନାହାନ୍ତି।
ଝାଟି ମାଟିର ଘର। ନା ଯିବାକୁ ରାସ୍ତା ଅଛି, ନା ପାନୀୟ ଜଳର ବ୍ୟବସ୍ଥା। ନା ବିଦ୍ୟୁତ୍ ଅଛି ନା ସ୍କୁଲ କି ଅଙ୍ଗନବାଡ଼ି। ନାହିଁ ନାହିଁରେ ବିତିଗଲାଣି ଦୀର୍ଘ ୧୫ ବର୍ଷର ଜୀବନ। ଦିନେ ଏମାନଙ୍କର ବି ଗାଁ ଥିଲା, ଘର ଥିଲା ଆଉ ବନ୍ଧୁ ବାନ୍ଧବ ସମସ୍ତେ ଥିଲେ। କିନ୍ତୁ ଆଜି ଏମାନେ ସର୍ବହରା।
ନୂଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଏମାନଙ୍କ ଗାଁ ସମଲେପଦର ପୂରା ବୁଡିଗଲା। ସରକାର ଆବଶ୍ୟକ ଥଇଥାନ ଓ ପୁନର୍ବାସ ସହାୟତା ଦେବାକୁ ଘୋଷଣା କଲେ। ଘର ଭାଙ୍ଗିଦେଲେ। କିନ୍ତୁ ଏହା ଭିତରେ ୧୫ ବର୍ଷ ବିତି ଯାଇଥିଲେ ବି ଏମାନଙ୍କୁ କୌଣସି କ୍ଷୟକ୍ଷତି କି ଥଇଥାନ ପ୍ୟାକେଜ୍ ଦିଆ ଯାଇ ନାହିଁ।
୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଛି
ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ସର୍ବମୋଟ ୩୧ ଟି ଗାଁ ପ୍ରଭାବିତ ହୋଇଥିଲା। ୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ୨୧ଟି ଗାଁ ଆଂଶିକ ପ୍ରଭାବିତ ହୋଇଥିଲା। ବିସ୍ଥାପିତ ପରିବାରଙ୍କୁ ସରକାର ସମସ୍ତ ପ୍ରକାରର ସହାୟତା ପ୍ରଦାନ କରି ବିସ୍ଥାପିତ କରିଥିଲେ। କିନ୍ତୁ ଏମାନଙ୍କ ଦୁଃଖ, ଦୁଃଖରେ ହିଁ ରହିଗଲା। ଏମାନଙ୍କ ଘର ସମ୍ପୂର୍ଣ୍ଣ ବୁଡି କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏଯାଏ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଛି।
ଜଳ ସେଚନ ପ୍ରକଳ୍ପ କାମ ପୂରା ହୋଇଯାଇଛି, କିନ୍ତୁ ଏମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ତେବେ ସମଲେପଦର୍ ଗାଁର ଯେଉଁ ଅନ୍ୟ ପରିବାର ସହାୟତା ପାଇ ନାହାଁନ୍ତି, ଗୋଟି ଗୋଟି କରି ଏହି ନୂଆ ବସତିକୁ ଫେରିବାକୁ ଆରମ୍ଭ କଲେଣି। ଏହି ଜଳ ଭଣ୍ଡାର ଭିତରେ ଘର କରି ୮ ପରିବାର ରହୁଛନ୍ତି। ଅଭିଯୋଗ ହେବାରୁ ତଦନ୍ତ କରି ବିସ୍ଥାପିତଙ୍କୁ ଆବଶ୍ୟକ ସହାୟତା ଦିଆଯିବ ବୋଲି ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି।
WhatsApp Policy Change: ମୋବାଇଲ୍ରେ ସିମ୍ ନଥିଲେ ଚାଲିବନି WhatsApp, ଜାଣି ନିଅନ୍ତୁ

Shocking Neglect: ୨୦ ଘଣ୍ଟା ପଡ଼ିଛି ଶାଶୁ ଶବ, କଳି ଲାଗିଛନ୍ତି ନଣନ୍ଦ-ଭାଉଜ

Rohit On Fire: ରୋହିତ ଶର୍ମାଙ୍କ ଛକା ମାଡ଼ରେ ଦୋହଲିଲା ପାକିସ୍ତାନ, ଭାଙ୍ଗିଲା ରେକର୍ଡ

Goodbye with Love: ସେଜଲଙ୍କୁ ବିଦାୟ ବେଳେ ଚିଠି ଲେଖିଥିଲେ ମାଆ, ହୃଦୟର କୋଣରେ ସବୁ ବେଳେ ରହିବ ମୋ ଝିଅ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)