/odishatv-khabar/media/media_files/2026/02/06/ghara-bhada-2026-02-06-12-01-32.jpg)
GHARA BHADA Photograph: (OTV)
ସହରରେ ଆଉ ରହିବନି ଘର ଭଡ଼ା ଟେନସନ । ଏଣିକି ସହରୀ ଗରିବଙ୍କୁ ସରକାର ଦେବେ ଘର ଭଡ଼ା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର ।
ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ।
ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳା ମାନଙ୍କୁ ସରକାର ଭଡ଼ାରେ ଘର ଦେବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ର ଅପରେସନଆଲ ଗାଇଡ ଲାଇନ ଅନୁଯାୟୀ 2ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ ।
Three Sisters Die: ଭାରତରେ ଘର, କୋରିଆନ୍ ହେବାକୁ ପାଗଳ: ଶେଷରେ ସୁଇସାଇଡ୍

Hindi Movie 'Godaan' Announced Tax-Free: ହିନ୍ଦୀ ଫିଚର୍ ଫିଲ୍ମ 'ଗୋଦାନ' ହେଲା ଟାକ୍ସ ଫ୍ରି; ଚଳଚ୍ଚିତ୍ରକୁ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Bargarh Group Clash: ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୨ ଆହତ

Girl's Suspicious Death in Forest: ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାହିଁକି ଯାଇଥିଲେ ଜଙ୍ଗଲକୁ... କିଏ ଦେଲା ବିଷ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)