Advertisment

New Hope for Odisha Cricket: ୮ଟି ୱିକେଟ୍ ନେଲେ, ତୋଫାନୀ ଜଲୱା ଦେଖାଇଲେ ଓଡ଼ିଆ ପୁଅ

ଓଡ଼ିଶା କ୍ରିକେଟରେ ନୂଆ ସମ୍ଭାବନା ସୟଦ ତୁଫୈଲ ଅହମ୍ମଦ। ରଣଜୀ ପଦାର୍ପଣରେ ଓଡ଼ିଆ ପୁଅ ସୟଦ୍ ତୁଫୈଲ ଅହମ୍ମଦଙ୍କ ଦମଦାର ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା। ଝାଡ଼ଖଣ୍ଡ ବିପକ୍ଷ ରଣଜୀ ପଦାପର୍ଣରେ କୃତିତ୍ବ ଅର୍ଜନ କରିଛନ୍ତି ସୟଦ।

author-image
Madhupriya Mistry
SAYAD T AHMAD

SAYAD T AHMAD Photograph: (OTV)

ଓଡ଼ିଶା କ୍ରିକେଟରେ ନୂଆ ସମ୍ଭାବନା ସୟଦ ତୁଫୈଲ ଅହମ୍ମଦ। ରଣଜୀ ପଦାର୍ପଣରେ ଓଡ଼ିଆ ପୁଅ ସୟଦ୍ ତୁଫୈଲ ଅହମ୍ମଦଙ୍କ ଦମଦାର ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା। ଝାଡ଼ଖଣ୍ଡ ବିପକ୍ଷ ରଣଜୀ ପଦାପର୍ଣରେ କୃତିତ୍ବ ଅର୍ଜନ କରିଛନ୍ତି ସୟଦ। 

Advertisment

ଓଡ଼ିଶା ପରାଜିତ ହୋଇଥିଲେ ବି ସୟଦ ତୁଫୈଲଙ୍କୁ ମିଳିଛି ବ୍ୟକ୍ତିଗତ ସଫଳତା। ଉଭୟ ପାଳିରେ ୪ଟି ଲେଖାଏଁ ୱିକେଟ୍ ହାସଲ ସହିତ ମୋଟ ୮ଟି ୱିକେଟ୍ ନେଇ ନିଜର ତୋଫାନୀ ଜଲୱା ଦେଖାଇଛନ୍ତି ସୟଦ ତୁଫୈଲ। 

ଝାଡ଼ଖଣ୍ଡ ବିପକ୍ଷ ପ୍ରଥମ ପାଳିରେ ସେ ୭୮ ରନ ଦେଇ ସେ ୪ ୱିକେଟ୍ ହାସଲ କରିଥିବାବେଳେ ଦ୍ବିତୀୟ ପାଳିରେ ୧୦୧ରନ ଦେଇ ଆଉ ୪ ୱିକେଟ୍ ହାସଲ କରିଥିଲେ। ଦୁଇଟି ପାଳିରେ ମୋଟ ୧୭୯ ରନ ଦେଇ ୮ ୱିକେଟ୍ ହାସଲ କରିଛନ୍ତି ସୟଦ ତୁଫୈଲ। ତାଙ୍କର ଘାତକ ବୋଲିଂ ଓଡ଼ିଶା ପାଇଁ ନୂଆ ଆଶା ସଂଚାର କରିଛି। 

Advertisment

୧୮ ବର୍ଷୀୟ ତୁଫୈଲ ବାମହାତୀ ସ୍ପିନ୍ ବୋଲିଂ କରୁଥିବା ବେଳେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍। ସେ ଚଳିତ ବର୍ଷ ଓଡ଼ିଶା ସିନିୟର ଦଳରେ ସାମିଲ ହୋଇ ବିଜୟ ହଜାରେ ଟ୍ରଫି ଖେଳିସାରିଛନ୍ତି। ସେହିପରି ନିକଟରେ ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିରେ ଓଡିଶାକୁ ପ୍ରତିନିଧିତ୍ବ କରୁଥିଲେ। 

ପୂର୍ବରୁ ତୁଫୈଲ ଓଡ଼ିଶାର ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ ଟିମରେ ମଧ୍ୟ ସ୍ଥାନ ପାଇଥିଲେ। ଓଡ଼ିଶା ଦଳର ଭେଟେରାନ୍ ଖେଳାଳି ବିପ୍ଲବ ସାମନ୍ତରାୟ ତୁଫୈଲଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ। 

Syed Tufail Ahmed Odisha Cricket Cricket Ranji Trophy
Advertisment