/odishatv-khabar/media/media_files/2025/11/28/hema-malini-2025-11-28-08-42-07.jpg)
HEMA-MALINI Photograph: (OTV)
ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଦରଦଭରା ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ହେମାମାଳିନୀ । ଧର୍ମେନ୍ଦ୍ରଙ୍କୁ ମନେ ପକାଇ ସୋସିଆଲ୍ ମିଡିଆ ଏକ୍ସରେ ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଛନ୍ତି । ଅନେକ ଫଟୋ ସେୟାର କରି ଏକ ଭାବପ୍ରବଣ ଭରା ଲେଖାରେ ହେମା କହିଛନ୍ତି, ମୋର ବ୍ୟକ୍ତିଗତ କ୍ଷତି ଅବର୍ଣ୍ଣନୀୟ । ଧର୍ମେନ୍ଦ୍ରଙ୍କ ବିୟୋଗରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି ତାହା ସାରା ଜୀବନ ପର୍ଯ୍ୟନ୍ତ ରହିବ । ସେ ଜଣେ ଭଲ ସ୍ବାମୀ , ଆମର ଦୁଇ ଝିଅଙ୍କ ପାଇଁ ଜଣେ ସ୍ନେହଶୀଳ ବାପା ଥିଲେ । ଜଣେ ବନ୍ଧୁ, ଜଣେ ଦାର୍ଶନିକ, ଜଣେ ମାର୍ଗଦର୍ଶକ, ଜଣେ କବି ଏବଂ ଜଣେ ବ୍ୟକ୍ତି ଯିଏ ମୋର ଆବଶ୍ୟକତା ସମୟରେ ସବୁବେଳେ ମୋ ସହିତ ଛିଡ଼ା ହୋଇଥିଲେ। ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କୁ ଦୁଃଖ ଦେଉଛି । ଚଳଚ୍ଚିତ୍ରରେ ତାଙ୍କର ଖ୍ୟାତି ଏବଂ ସଫଳତା ସବୁଦିନ ପାଇଁ ରହିବ। ଲୋକଲୋଚନଙ୍କୁ ଆସିନଥିବା ଅନେକ ଫଟୋକୁ ସେୟାର କରି ଭଲପାଇବାର ସ୍ମୃତିକୁ ମନେପକାଇଛନ୍ତି ହେମା । ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ି ବୃତ୍ତିଗତ ଏବଂ ବ୍ୟକ୍ତିଗତ ଉଭୟ କ୍ଷେତ୍ରରେ ସୁପରହିଟ୍ ଥିଲା। ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଧର୍ମେନ୍ଦ୍ରଙ୍କ ବିୟୋଗ ପରେ ତାଙ୍କ ଯୋଡ଼ିକୁ ଦର୍ଶକ ମନେପକାଉଛନ୍ତି ।
ଧର୍ମେନ୍ଦ୍ରଙ୍କ ଦେହାନ୍ତର ପରେ ହେମାଙ୍କ ଦରଦଭରା ପ୍ରତିକ୍ରିୟା
ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଲେ ହେମାମାଳିନୀ
ମୋର ବ୍ୟକ୍ତିଗତ କ୍ଷତି ଅବର୍ଣ୍ଣନୀୟ:ହେମା
ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ସାରା ଜୀବନ ରହିବ
ଧର୍ମେନ୍ଦ୍ର ଜଣେ ଭଲ ସ୍ବାମୀ , ସ୍ନେହଶୀଳ ବାପା ଥିଲେ
ମୋର ଆବଶ୍ୟକତା ସମୟରେ ସବୁବେଳେ ଛିଡ଼ା ହୋଇଥିଲେ
Political Hands Off Education: ଶିକ୍ଷକ ବଦଳିରେ ଚଳିବନି ରାଜନୈତିକ ହସ୍ତକ୍ଷେପ, ବିଧାୟକ କି ସାଂସଦ କରିପାରିବେନି ଟ୍ରାନ୍ସଫର୍ ...ସଫା ସଫା ଶୁଣାଇଲେ ହାଇକୋର୍ଟ

Back-To-Back: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’ ...ଦକ୍ଷିଣ ଓ ଉପୂକଳ ଓଡ଼ିଶାରେ ବର୍ଷା ଆଶଙ୍କା

Didi's Digha Dominance Crumbles: ବୁମେରାଂ ହେଲା ଦୀଘା ଦବଙ୍ଗଗିରି , ଓଡ଼ିଆଙ୍କ ପାଲଟା ନିଶାନାରେ ଥରହର ମମତା ସରକାର

Pension Thief Exposed: ୩ ବର୍ଷ ହେଲା ଟଙ୍କା ଖାଉଥିଲେ ପିଇଓ , କଳା କାରନାମା ଧରିଲେ ସାଂସଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)