Advertisment

Pension Thief Exposed: ୩ ବର୍ଷ ହେଲା ଟଙ୍କା ଖାଉଥିଲେ ପିଇଓ , କଳା କାରନାମା ଧରିଲେ ସାଂସଦ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡୁଳି ପଞ୍ଚାୟତର ଏକ୍ଜିକ୍ୟୁଟିଭ୍ ଅଫିସର୍ ଗୌତମ ସେଠୀ। ବାବୁ ଜଣକ ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କ ମୁଣ୍ଡ ଆଜି ତଳକୁ ହୋଇଯାଇଛି।

author-image
Manas Ranjan Mohanty
BHATTA

BHATTA Photograph: (OTV)

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡୁଳି ପଞ୍ଚାୟତର ଏକ୍ଜିକ୍ୟୁଟିଭ୍ ଅଫିସର୍ ଗୌତମ ସେଠୀ। ବାବୁ ଜଣକ ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କ ମୁଣ୍ଡ ଆଜି ତଳକୁ ହୋଇଯାଇଛି। ଜଣେ ସରକାରୀ କର୍ମଚାରୀ ଯିଏ ଗରିବ ଅସହାୟ, ବୃଦ୍ଧା ତଥା ବିଧବା ମହିଳାଙ୍କୁ ଭତ୍ତା ଟଙ୍କା ବଣ୍ଟିବା କଥା, ସେ ଟଙ୍କା ବାଣ୍ଟିବେ କଣ ଓଲଟି ନିଜ ପକେଟକୁ ଗରମ କରି ଦେଇଛନ୍ତି। ମାସେ କି ଦୁଇ ମାସ ନୁହେଁ ଗତ ୩ ବର୍ଷ ଧରି ବାବୁ ଜଣକ ଏହି ବୃଦ୍ଧ ମହିଳା ଏବଂ ଏହି ଅସହାୟ ବିଧବା ମହିଳାଙ୍କ ଭତ୍ତା ଟଙ୍କା ମାରି ଖାଇଦେଇଥିବା ଆଜି ନିଜେ ସ୍ବୀକାର କରିଛନ୍ତି।  

Advertisment

ବର୍ଷ ବର୍ଷ ଧରି ଧରା ଛୁଆଁ ଦେଉ ନ ଥିଲେ, ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାନରେ କଥା ପଡ଼ିଲା ପରେ ସବୁ ସତ ମାନିବା ସାଙ୍ଗକୁ ଆଜି କିଛି ଟଙ୍କା ଫେରାଇଛନ୍ତି ଏବଂ ଆଗାମୀ ୭ ଦିନ ମଧ୍ୟରେ ବାକି ଟଙ୍କା ଫେରାଇବେ ବୋଲି ଲେଖିତ ପ୍ରତିଶ୍ରୁତି ଦେଇଛନ୍ତି। 

ସ୍ନେହଲତା ମହାପାତ୍ର ନିଜ ସ୍ୱାମୀଙ୍କୁ ହରାଇବା ପରେ ବିଧବା ଭତ୍ତା ଭରସାରେ ବଞ୍ଚୁଥିଲେ। ହେଲେ ଗତ ୪ ବର୍ଷ ହେବ ଭତ୍ତା ଟଙ୍କାରୁ ବଞ୍ଚିତ ଅଛନ୍ତି। ପାଖାପାଖି ୩୦ ହଜାର୍ ଟଙ୍କା। ଆଉ ଇଏ ବୃଦ୍ଧା ଦିବ୍ୟାଙ୍ଗ ନୁପୁରୀ ମଲ୍ଲିକ ବୟସର ଅପରାହ୍ନରେ ଅତ୍ୟନ୍ତ ଅସହାୟ ଥିବା ବେଳେ ଭତ୍ତା ହିଁ ୟାଙ୍କର ଏକମାତ୍ର ଭରସା। ଇଏ ବି ପାଇ ନାହାନ୍ତି ଗତ ୧୦ ମାସର ଟଙ୍କା। ଖବର ଅନୁସାରେ ଏ ବାବୁ ଜଣକ ଜାଲ୍ ଟିପ ଚିହ୍ନ କରି ଦୁହିଙ୍କର ଟଙ୍କା ହଡପ କରି ଚାଲିଥିଲେ। ଟଙ୍କା କଥା ପଚାରିବାରୁ ଉଭୟଙ୍କୁ ବାଉଣୁ ଡାହୁଣୁ ବୁଲାଉଥିଲେ ଏମିତିକି ଗାଳି ମନ୍ଦ ବି କରିଥିଲେ। ନିକଟରେ ବାଲିଆପାଳ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ସାସଂଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏ ସମସ୍ତ କଥା ଜାଣି ବିଡିଓ ରାଧା ରଞ୍ଜନ ଦାସଙ୍କୁ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଠାନ ପାଇଁ କହିଥିଲେ। ବାଲେଶ୍ବର ସର୍କିଟ ହାଉସରେ ସମସ୍ତଙ୍କ ଉପସ୍ଥିତିରେ ଟଙ୍କା ଫେରାଇବା ସହ ଲିଖିତ ଭାବେ ନିଜ ଦୋଷ ସ୍ୱିକାର କରିଛନ୍ତି।

କୁଣ୍ଡୁଳି ପଞ୍ଚାୟତରେ ଗୌତମ ସେଠୀଙ୍କ ପୂର୍ବରୁ ଆଉ ଯିଏ ପିଇଓ ଥିଲେ ସେବି ଏଭଳି ଚଞ୍ଚକତା କରିଥିବା ସାସଂଦ କହିଥିବା ବେଳେ ତଦନ୍ତ ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସେପଟେ ଗୌତମ ସେଠୀ ପିଇଓ ହେବା ପୂର୍ବରୁ ନିଜର ରାଜନୈତିକ ଆଶା ରଖି ରେମୁଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାବେ ବୁଲୁଥିବାର ଫଟୋ ବି ଭାଇରାଲ୍ ହୋଇଛି। ତେବେ ୟାଙ୍କ ପିଇଓ ଚାକିରି ପାଇବା ପଛରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି।

Advertisment