Advertisment

Dharmendra Passes Away: ୩ ଶହରୁ ଅଧିକ ଫିଲ୍ମରେ ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ଫ୍ୟାନ୍ , ବଲିଉଡ୍ ହି-ମ୍ୟାନଙ୍କ ବିୟୋଗରେ ସବୁ ମହଲରେ ଶୋକ

ଆଉ ନାହାନ୍ତି ବଲିଉଡର ଦିଲ୍ କି ଧଡ଼କନ । ରୂପେଲି ପରଦା ସ୍ତବ୍ଧ । ଭାରତୀୟ ସିନେମାରେ ବିରାଟ ଶୂନ୍ୟସ୍ଥାନ । କୋଟି କୋଟି ଫ୍ୟାନଙ୍କୁ ଅଲବିଦା କହି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲି ଗଲେ ରୋମାଣ୍ଟିକ୍ ଓ ଆକ୍ସନ ଆଇକନ୍ ଧର୍ମେନ୍ଦ୍ର ସିଂ ଦେଓଲ୍

author-image
Manas Ranjan Mohanty
NO-MORE-DHARMENDRA

NO-MORE-DHARMENDRA Photograph: (OTV)

ଆଉ ନାହାନ୍ତି ବଲିଉଡର ଦିଲ୍ କି ଧଡ଼କନ । ରୂପେଲି ପରଦା ସ୍ତବ୍ଧ । ଭାରତୀୟ ସିନେମାରେ ବିରାଟ ଶୂନ୍ୟସ୍ଥାନ । କୋଟି କୋଟି ଫ୍ୟାନଙ୍କୁ ଅଲବିଦା କହି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲି ଗଲେ ରୋମାଣ୍ଟିକ୍ ଓ ଆକ୍ସନ ଆଇକନ୍ ଧର୍ମେନ୍ଦ୍ର ସିଂ ଦେଓଲ୍

Advertisment

୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି ବଲିଉଡ୍ ଭେଟେରାନ୍ ଓ ସୁପରଷ୍ଟାର ଧର୍ମେନ୍ଦ୍ର। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଧର୍ମେନ୍ଦ୍ରଙ୍କୁ ଘରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ଆଜି ତାଙ୍କ ପରଲୋକ ଖବର ପାଇ ଶେଷ ଦର୍ଶନ ପାଇଁ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ଏମିତି ଲାଗିଥିଲା ସେଲିବ୍ରିଟିଙ୍କ ଭିଡ଼। ବିଦାୟ ଜଣାଇବାକୁ ପହଞ୍ଚିଥିଲେ ଅମିତାଭ ବଚ୍ଚନ, ଅମିର୍ ଖାନ୍, ଅକ୍ଷୟ କୁମାର ଓ ସଲମାନ ଖାନ୍ଙ୍କ ଭଳି ବହୁ ଫିଲ୍ମ ହସ୍ତୀଙ୍କ ସହ ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ। ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ କଥା, ଫେରିଆସ ବୀରୁ.....



୮ ଡିସେମ୍ବର ୧୯୩୫। ପଞ୍ଜାବର ନରସାଲି ଗାଁରେ ଜନ୍ମିତ ଧର୍ମେନ୍ଦ୍ରଙ୍କର ରହିଛି ୬ ଦଶନ୍ଧୀର ବିରାଟ ଫିଲ୍ମ କ୍ୟାରିଅର। ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଜୀବନ୍ତ ତାଙ୍କ ଯାଦୁକରୀ ଅଭିନୟ। ୧୯୬୦ରେ ଦିଲ୍ ଭି ତେରା ହମ୍ ଭି ତେରେ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ଧର୍ମେନ୍ଦ୍ର ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ବେଶ୍ ପରିଚିତ। ୧୯୬୬ରେ ଧର୍ମେନ୍ଦ୍ର ବଲିଉଡ୍କୁ ଦେଇଥିଲେ ବ୍ଲକ୍ ବଷ୍ଟର ମୁଭି ଫୁଲ୍ ୱୌର ପଥର। ଏହାପରେ ୧୯୭୫ରେ ତାଙ୍କ ଅଭିନୀତ ସୋଲେ ଫିଲ୍ମ ଥିଲା ଭାରତୀୟ ସିନେମାର ଆଉ ଏକ ମାଇଲଷ୍ଟୋନ୍। ସେହିପରି ଚୁପ୍ କେ ଚୁପ୍ କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ ତାଙ୍କ ଅଭିନୟ କାଳଜୟୀ ହୋଇଥିବାବେଳେ ୟାଦୋଁ କି ବାରାତ୍, ଅନୁପମା, ଗଜବ, ଅପ୍ ନେରେ ଦମ୍ ଦାର ଅଭିନୟ

Advertisment

ହକିକତ, ହୁକୁମତ, ଆଗ୍ ହି ଆଗ୍, ଜନି ଗଦ୍ଦାର ଆଦି ଲୋକପ୍ରିୟ ଫିଲ୍ମ ଦର୍ଶକଙ୍କୁ କରିଥିଲା ଦିୱାନା। ବେତାବ୍ ଓ ଘାୟଲ ଭଲି ଲୋକପ୍ରିୟ ଫିଲ୍ମର ବି ସେ ଥିଲେ ପ୍ରଡ୍ୟୁସର। ପୂର୍ବରୁ ବିବାହ କରିଥିଲେ ବି ଡ୍ରିମ ଗାର୍ଲ ହେମା ମାଳିନୀଙ୍କୁ ସେ କରିଥିଲେ ଦ୍ବିତୀୟ ବିବାହ। ଖାଲି ରୂପେଲି ପରଦା ନୁହେଁ, ରାଜନୈତିକ ମଇଦାନରେ ବି ଭାଗ୍ୟ ପରୀକ୍ଷା କରିଥିଲେ ଧର୍ମେନ୍ଦ୍ର।

୨୦୦୪ରେ ବିକାନେରରୁ ଥିଲେ ବିଜେପିର ଲୋକସଭା ସାଂସଦ। ତେଣୁ ଏହି ଆକ୍ଟର କମ୍ ପଲିଟିସିଆନ୍ଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି ଧର୍ମେନ୍ଦ୍ରଙ୍କ ନିଧନ ସିନେ ଜଗତ ପାଇଁ ବଡ଼ କ୍ଷତି। ସେହିପରି ଭାରତୀୟ ସିନେମାର ଏକ ଯୁଗର ଅନ୍ତ ଘଟିଲା ବୋଲି ଶୋକବାର୍ତ୍ତାରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ- ଧର୍ମେନ୍ଦ୍ରଙ୍କ ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ମୁଗ୍ଧ କରିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବି ଧର୍ମେନ୍ଦ୍ରଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। 

ନିଖୁଣ ଅଭିନୟ ପାଇଁ ୧୯୭୨ ଓ ୧୯୭୪ରେ ବେଷ୍ଟ ଆକଟର ସହ ୧୯୯୭ରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ଧର୍ମେନ୍ଦ୍ର। ୨୦୧୨ରେ ତାଙ୍କୁ ମିଳିଥିଲା ପଦ୍ମଭୂଷଣ ଉପାଧି। ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ 'ଇକ୍କିଶ୍ ' ଆସନ୍ତା ଡିସେମ୍ବରରେ ରିଲିଜ୍ ହେବ।

Advertisment
Related Articles
Advertisment