/odishatv-khabar/media/media_files/2025/11/24/cricket-2025-11-24-19-37-26.jpg)
CRICKET Photograph: (OTV)
ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ପୁଣି ଥରେ ପରାଜୟ ମୁହାଁ ଦଳ। ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ଆଜି ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ଦ୍ବିତୀୟ ଇନିଂସରେ କୌଣସି ଓ୍ବିକେଟ ନ ହରାଇ ୨୬ ରନ କରିଛି । ଏହା ସହିତ ଭାରତ ଆଗରେ ଆଉ ଏକ ପରାଜୟର ଆଶଙ୍କା ଦୃଢ ହେବାରେ ଲାଗିଛି ।
ପୂର୍ବରୁ ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୦୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ଫଳରେ ପ୍ରଥମ ଇନିଂସ ସ୍କୋର ଭିତ୍ତିରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୨୮୮ ରନରେ ଆଗୁଆ ଥିଲା । ଦକ୍ଷିଣ ଆଫ୍ରିକା ନିଜର ଦ୍ବିତୀୟ ଇନିଂସରେ ଏପର୍ଯ୍ୟନ୍ତ ୨୬ ରନ କରିଥିବାରୁ ଏହି ଦଳ ଏପର୍ଯ୍ୟନ୍ତ ମୋଟ ୩୧୪ ରନରେ ଆଗୁଆ ହୋଇଛି ।
ଭାରତର ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୮ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ । କେଏଲ ରାହୁଲ ୨୨ ରନ ଓ କୁଳଦୀପ ଯାଦବ ୧୯ ରନ କରିଥିଲେ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜାନସେନଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇଥିଲେ। ଜାନସେନ ୬ଟି ଓ୍ବିକେଟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ
ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ
ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ଓ୍ବିକେଟ ନ ହରାଇ ୨୬ ରନ କରିଛି
ଭାରତ ଆଗରେ ଆଉ ଏକ ପରାଜୟର ଆଶଙ୍କା ଦୃଢ
ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତ ୨୦୧ ରନରେ ଅଲଆଉଟ୍
ପ୍ରଥମ ଇନିଂସ ସ୍କୋରରେ ଦକ୍ଷିଣ ଆଫ୍ରିକା ୨୮୮ ରନରେ ଆଗୁଆ
ଦ୍ବିତୀୟ ଇନିଂସ ରନ ମିଶାଇ ୩୧୪ ରନରେ ଆଗୁଆ ଦକ୍ଷିଣ ଆଫ୍ରିକା
ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୮, ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ
ବୋଲର ମାର୍କୋ ଜାନସେନଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଧରାଶାୟୀ
Heartbreaking Goodbye: ଜୟ ବୀରୁଙ୍କ ଯୋଡ଼ି ଭାଙ୍ଗିଗଲା; ଅମିତାଭ ବଚ୍ଚନ ଶ୍ମଶାନରେ ପହଞ୍ଚି ଅଶ୍ରୁଳ ନୟନରେ ଧର୍ମେନ୍ଦ୍ରଙ୍କୁ ଦେଲେ ଶେଷ ବିଦାୟ

Video Reveals: ସାମ୍ନାକୁ ଆସୁଛି ସତ, ପପୁଙ୍କ ଚାପରେ ହ୍ୟୁମାନ କରୁଥିଲେ ସୋ !

Pani Puri connection with Mahabharata: ମହାଭାରତରେ କିଏ ବନେଇଥିଲେ ଗୁପଚୁପ, କାହିଁକି ଓ କିଭଳି ଜାଣିବା ପାଇଁ ପଢ଼ନ୍ତୁ

Humane Sagar Viral Video: ହ୍ୟୁମାନଙ୍କ ଆଉ ଏକ ଭିଡିଓ ଭାଇରାଲ୍, ଷ୍ଟେଜରେ କହିଥିଲେ ନିଜ ଦେହ ଖରାପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)