/odishatv-khabar/media/media_files/2025/11/24/umerkote-father-returns-2025-11-24-19-28-17.jpg)
Umerkote-Father-returns Photograph: (OTV)
ଆଖିରୁ ଖୁସିର ଲୁହ ଝରିଯାଉଛି । ମୁରବୀ ଶୂନ୍ୟଥିବା ଏ ଘରଟା ବାପାଙ୍କୁ ପାଇ ଆଜି ଭାରି ଖୁସି । କଥା ଅଛି, ରଖେ ହରି ମାରେ କିଏ, ମାରେ ହରି ତ ରଖେ କିଏ । ୪ ବର୍ଷ ତଳେ ଯେଉଁ ବାପା ଝିଅକୁ ଫେରାଇ ଆଣିବାକୁ ଦିଲ୍ଲୀ ଯାଇଥିଲେ ସେ ଆଉ ଫେରିନଥିଲେ । ବୃଦ୍ଧ ବାପା ଦିଲ୍ଲୀରେ ହଜିଥିବା ନେଇ ଦିଲ୍ଳୀ ଓ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲା ପରିବାର । କିନ୍ତୁ ତଥାପି ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ଏବେ ସେ ଘରକୁ ଫେରିଛନ୍ତି ।
ନବରଙ୍ଗପୁର ଜିଲ୍ଳା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଏହି ଘଟଣା । ୬୫ ବର୍ଷୀୟ ଲାଲୁ ହରିଜନ ଗତ ଚାରିବର୍ଷ ତଳେ ସାନ ଝିଅଙ୍କ ଦେହ ଖରାପ ଥିବାରୁ ଦିଲ୍ଲୀ ଯାଇଥିଲେ । ସେଠାରେ ରହିବା ସହ ସଂଧ୍ୟାରେ ବୁଲାବୁଲି କରିବା ସମୟରେ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ । ସେହି ସମୟରେ କିଛି ସହୃଦୟର ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ସୁସ୍ଥ ହେବା ପରେ ଦିଲ୍ଲୀ ସ୍ଥିତ ରତ୍ନାକର ଫାଉଣ୍ଡେସନରେ ଛାଡ଼ିଥିଲେ । ସେଠାରେ ପୁଣି ଦେହ ଖରାପ ହେବାରୁ ତାଙ୍କୁ ମହାରାଷ୍ଟ୍ରର ରାଇଗଡର ଏକ ଥାଇଥାନ କେନ୍ଦ୍ରରେ ଚିକିତ୍ସା କରାଯାଉଥିଲା । ସେଠି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନିଜ ଗାଁ ଠିକଣା କହିଥିଲେ ଲାଲୁ । ପରେ ଘର ସହ ଯୋଗାଯୋଗ କରାଯିବା ସହ ଲାଲୁଙ୍କୁ ଉକ୍ତ ସଂସ୍ଥା ଆଣି ତାଙ୍କ ଘରେ ଛାଡ଼ିଛି ।
ବାପାଙ୍କୁ ପାଇ ପୂରା ପରିବାର ଖୁସି । ହେଲେ ଏହି ୪ ବର୍ଷ ଭିତରେ ଲାଲୁଙ୍କ ପତ୍ନୀଙ୍କ ପରଲୋକ ହୋଇସାରିଛି । ଯେଉଁ ସଂସ୍ଥା ଲାଲୁଙ୍କୁ ସେବା କରିଥିଲେ ସେମାନଙ୍କୁ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।
Uranium Detected: ନବଜାତଙ୍କୁ ମା’ କ୍ଷୀର ବିପଦ ? ଚିନ୍ତା ପ୍ରକଟ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

Heartbreaking Goodbye: ଜୟ ବୀରୁଙ୍କ ଯୋଡ଼ି ଭାଙ୍ଗିଗଲା; ଅମିତାଭ ବଚ୍ଚନ ଶ୍ମଶାନରେ ପହଞ୍ଚି ଅଶ୍ରୁଳ ନୟନରେ ଧର୍ମେନ୍ଦ୍ରଙ୍କୁ ଦେଲେ ଶେଷ ବିଦାୟ

Video Reveals: ସାମ୍ନାକୁ ଆସୁଛି ସତ, ପପୁଙ୍କ ଚାପରେ ହ୍ୟୁମାନ କରୁଥିଲେ ସୋ !

Pani Puri connection with Mahabharata: ମହାଭାରତରେ କିଏ ବନେଇଥିଲେ ଗୁପଚୁପ, କାହିଁକି ଓ କିଭଳି ଜାଣିବା ପାଇଁ ପଢ଼ନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)