Advertisment

NCET 2026 Registration Window Closing Soon: ଆଜି ଏନସିଇଟି-୨୬ ଆବେଦନର ଶେଷ ତାରିଖ, ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

ଆଜି ଏନସିଇଟି-୨୬ ଆବେଦନର ଶେଷ ତାରିଖ। ରାତି ୧୧.୫୦ ମିନିଟ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପ୍ରବେଶିକା ପରୀକ୍ଷା।

author-image
Chinmayee Sahoo
NCET

NCET Photograph: (OTV)

ଏନସିଇଟି ବା ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ ଆବେଦନର ଆଜି ଶେଷ ତାରିଖ। ରାତି ୧୧.୫୦ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିର ୱେବ୍‌ସାଇଟକୁ ଯାଇ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। 

Advertisment

୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ ଆଡ଼ମିସନ ଏନସିଇଟି ପରୀକ୍ଷା ମାଧ୍ୟମରେ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ଅଧୀନରେ ଥିବା ୫ଟି ବିଶ୍ୱବିଦ୍ୟାଳୟ ଏବଂ ୮ଟି ସରକାରୀ ମହାବିଦ୍ୟାଳୟରେ ସମୁଦାୟ ୧୩ଶହ ସିଟ୍ ରହିଛି। 

ସମସ୍ତ ସିଟରେ ଆଡ଼ମିଶନ ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ। ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ପର୍ସେଣ୍ଟାଇଲ୍ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ ପୋର୍ଟାଲ ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ବାଛିପାରିବେ। ମେରିଟ୍ ତାଲିକା ପ୍ରବେଶିକା ପରୀକ୍ଷା ସ୍କୋର ଆଧାରରେ ପ୍ରସ୍ତୁତ ହେବ।

Advertisment
Education
Advertisment
Related Articles
Advertisment