/odishatv-khabar/media/media_files/2025/12/02/cbse-practical-exam-2026-2025-12-02-20-12-16.jpg)
CBSE-Practical-Exam-2026 Photograph: (OTV)
CBSE ବୋର୍ଡ ପରୀକ୍ଷା ୨୦୨୬ର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଜାରି ହୋଇଯାଇଛି ନୂଆ ଏସଓପି ଓ ଗାଇଡଲାଇନ । ଏହାକୁ କଡାକଡି ପାଳନ କରିବେ ସ୍କୁଲ । ଜାନୁଆରୀ ୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା । ଫେବୃଆରୀ ୧୪ରେ ସରିବ । ୱିଣ୍ଟର ବାଉଣ୍ଡ ସ୍କୁଲଗୁଡିକରେ ନଭେମ୍ବର ୬ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏସଓପି ଅନୁସାରେ, ମୂଲ୍ୟାଙ୍କନ ଦିନ ହିଁ CBSE ୱେବପୋର୍ଟାଲରେ ଅପଲୋଡ ହେବ ମାର୍କ ।
ସଠିକ୍ ମାର୍କ ଅପଲୋଡ କରାଯିବ । ତାହା ନିଶ୍ଚିତ କରିବେ ସ୍କୁଲ ଇଣ୍ଟରନାଲ ଏକଜାମିନର ଓ ଏକ୍ସଟରନାଲ ଏକଜାମିନର । ଅପଲୋଡ୍ ହୋଇନଥିବା ମାର୍କ ପରବର୍ତ୍ତୀ ସମୟରେ ସଂଶୋଧିତ ହୋଇପାରିବ ନାହିଁ । ଏନେଇ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।
ଯଦି କୌଣସି ଛାତ୍ର ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ସ୍ତରୀୟ କ୍ରୀଡା ଇଭେଣ୍ଟରେ ଭାଗ ନେଉଛନ୍ତି ତାହେଲେ ସ୍କୁଲ ଦ୍ୱାରା ପ୍ରାକ୍ଟିକାଲ ଆସେସ୍ମେଣ୍ଟ ରିସେଡ୍ୟୁଲ କରାଯାଇପାରିବ । ପରୀକ୍ଷାରେ ଛାତ୍ରଛାତ୍ରୀ କପି କରୁଥିବା ଧରାପଡିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପ୍ରାକ୍ଟିକାଲ ଆନସର୍ ବୁକ୍ ଦିଆଯିବନି । ସ୍କୁଲଗୁଡିକ ନିଜେ ପ୍ରସ୍ତୁତ କରିବେ । ଏହାସହ 10th ପ୍ରାକ୍ଟିକାଲରେ କୌଣସି ଏକ୍ସଟରନାଲ ଏକ୍ଜାମିନର ରହିବେ ନାହିଁ । ହେଲେ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ରହିବେ ଏକ୍ସଟରନାଲ ଏକଜାମିନର । ମୂଲ୍ୟାଙ୍କନ ବେଳେ ଉଭୟ ଏକ୍ସଟରନାଲ ଓ ଇଣ୍ଟରନାଲ ଏକଜାମିନର ଉପସ୍ଥିତ ରହିବେ ।
ପ୍ରାକ୍ଟିକାଲ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଆଟେଣ୍ଡାସ୍ ସିଟ୍ ଠିକ୍ ଭାବେ ପୂରଣ ହେବ । ଆନସର୍ ବୁକ୍ ସଠିକ୍ ଭାବେ ସାଇନ୍, ସ୍କାନ ହେବା ସହ ସ୍କୁଲ ଦ୍ୱାରା ସଂରକ୍ଷିତ ରଖାଯିବ ।
ସମସ୍ତ ମୂଲ୍ୟାଙ୍କନ ଅତି ସ୍ୱଚ୍ଛତା ଓ ସଠିକତା ସହିତ କରାଯିବ । ସ୍କୁଲଗୁଡିକୁ ଏହି ଏସଓପି ଓ ଗାଇଡଲାଇନଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି CBSE
ଛାତ୍ରଛାତ୍ରୀ ଚାହିଁଲେ cbse.gov.in ୱେବସାଇଟକୁ ଯାଇ ଏସଓପି ଓ ଗାଇଡଲାଇନ ଚେକ୍ କରିପାରିବେ ।
Unique Village: ଏହି ଗାଁର ଲୋକେ ଦୁଇଟି ଦେଶରେ ରୁହନ୍ତି...ବେଡ୍ରୁମ ଅଛି ଭାରତରେ, ରୋଷେଇ ଘର...

Blind Date to Married in 4 Hours: ୪ ଘଣ୍ଟାରେ ବିବାହ, ୧୮ ଦିନରେ କାଙ୍ଗାଳ...

Social Message: ଏମିତି ବିବାହ ଦେଖିନଥିବେ କି ଶୁଣିନଥିବେ , ଘୋଡ଼ାରେ ଆସିଲେ ୨୧ ବର

From Healing to Horror: ନୃଶଂସ ଡାକ୍ତର ସ୍ୱାମୀ, ଡାକ୍ତର ପତ୍ନୀଙ୍କୁ ଦେଲା ନିଶା ଇଞ୍ଜେକ୍ସନ… ଆଉ ତା’ପରେ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)