Advertisment

Social Message: ଏମିତି ବିବାହ ଦେଖିନଥିବେ କି ଶୁଣିନଥିବେ , ଘୋଡ଼ାରେ ଆସିଲେ ୨୧ ବର

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ ଅଭିମନ୍ୟୁ ଯାଦବଙ୍କ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଭିମନ୍ୟୁ, ଗଣବିବାହରେ ସାମିଲ ହୋଇ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

author-image
Manas Ranjan Mohanty
CM-Mohan-Yadav-Son-Marriage

CM-Mohan-Yadav-Son-Marriage Photograph: (OTV)

ରାଜକୁମାର ପରି ଘୋଡ଼ାରେ ଆସୁଥିଲେ ୨୧ ବର । ବାଜୁଥିଲା ବାଜା, ବର୍ଷୁଥିଲା ଫୁଲ । ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଚାଲିଥିଲା ବାହାଘର । ଆଉ ତା’ ଭିରେ ମୁଖ୍ୟମନ୍ତ୍ରୀ ପୁଅ ବି ଅତି ସାଧାରଣ ଭାବେ ବାହା ହେଉଥିଲେ। ସେମିତି ଡିଜେର ଧୁନ୍ ନଥିଲା କି ଜାକଜମକରେ ବିବାହ ହେଉନଥିଲା । ଯେଉଁ ମଣ୍ଡପରେ ଜଣେ ଗରିବ ଓ ସାଧାରଣ ଝିଅଟିଏ ବାହା ହେଉଥିଲେ । ସେହି ମଣ୍ଡପରୁ ପୁଅ ବାହାକରି ଘରକୁ ବୋହୂ ନେଉଥିଲେ ମୁଖ୍ୟମନ୍ତ୍ରୀ । 

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ ଅଭିମନ୍ୟୁ ଯାଦବଙ୍କ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଭିମନ୍ୟୁ, ଗଣବିବାହରେ ସାମିଲ ହୋଇ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ରବିବାର ଦିନ ଉଜ୍ଜୟିନୀର ପବିତ୍ର ସିପ୍ରା ନଦୀକୂଳେ ଆୟୋଜିତ ହୋଇଥିବା ଗଣବିବାହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ ଅଭିମନ୍ୟୁ ଯାଦବ ନିଜ ଜୀବନ ସାଥୀ ଡା. ଇଷିତା ଯାଦବଙ୍କୁ ବିବାହ କରିଛନ୍ତି । ସେହି ସମୟରେ ଅଭିମନ୍ୟ ଓ ସିପ୍ରାଙ୍କ ସହ ଅନ୍ୟ ୨୧ ଜଣ ଯୋଡ଼ି ରୀତିନୀତି ଅନୁସାରେ ବିବାହ କରି ନବ ଦମ୍ପତି ହୋଛନ୍ତି । 



ସାଧରଣତଃ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି କୌଣସି ନେତା ମନ୍ତ୍ରୀଙ୍କ ପୁଅ-ଝିଅ ବାହାଘର ବେଶ୍ ଜାକଜମକରେ ହେଉଥିବା ଦେଖିବାକୁ ମିଳିଥିଏ । ହେଲେ ଏଠାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ପୁଅର ବିବାହ ଅତି ସାଧାରଣ ଭାବେ କରାଇ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଆୟୋଜିତ ହୋଇଥିଲା ଏହି ଗଣବିବାହ । ବରମାନେ ଘୋଡ଼ାରେ ଚଢ଼ି ଏବଂ କନ୍ୟାମାନେ ସୁସଜ୍ଜିତ ପାଲିଙ୍କିରେ ବିବାହମଣ୍ଡପକୁ ପହଞ୍ଚିଥିଲେ । ବିରାଟ ମଣ୍ଡପରେ ପବିତ୍ର ମନ୍ତ୍ରଉଚ୍ଚାରଣରେ ପଡ଼ିଥିଲା ସମସ୍ତଙ୍କ ହାତଗଣ୍ଠି । ଆଉ ଏହି ବାହାଘର ଉଜ୍ଜୟିନୀରେ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା ।

Advertisment

ଏହି ବିବାହରେ ସାଧାରଣ ଲୋକ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଶ୍ରେଷ୍ଠ ଧର୍ମଗୁରୁମାନେ ଅତିଥି ଭାବେ ଯୋଗଦେଇଥିଲେ । କିନ୍ତୁ ବହୁ ଆଡମ୍ବର କିମ୍ବା VIP ସଂସ୍କୃତିର ଚିହ୍ନ, ଟିକିଏ ବି ବାହାଘରରେ ଦେଖିବାକୁ ମିଳିନଥିଲା । ବିବାହରେ ପ୍ରାୟ ୨୫ ହଜାର ଅତିଥି ଯୋଗଦେଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଟ୍ରାଫିକ ପରିଚାଳନାରୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସବୁକିଛି ବ୍ୟବସ୍ଥିତ କରାଯାଇଥିଲା ।

Advertisment
Related Articles
Advertisment