/odishatv-khabar/media/media_files/2025/11/20/bhadrak-college-2025-11-20-20-36-40.jpg)
BHADRAK-COLLEGE Photograph: (OTV)
ଗରିମା ହରାଉଛି ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧ୍ୟାପକ ନାହାନ୍ତି। ଖାଲିପଡ଼ିଛି ଏହାବ୍ୟତୀତ ବିଭିନ୍ନ ପଦବୀ । ଶୈକ୍ଷିକ ବାତାବରଣ ନକହିବା ଭଲ । ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରାଯିବା ସହ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ହେଲେ ତାହା ବି ହେଉ ନାହିଁ। ଏବେ ଯୁକ୍ତ ୨ ଠାରୁ ଆରମ୍ଭ କରି ୫୧ଟି ବିଭାଗରେ ପିଜି ଶ୍ରେଣୀ ଚାଳିଛି। ପ୍ରାୟ ୮ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୮୫ଜଣ ଅଧ୍ୟାପକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୧ଜଣ ସ୍ଥାୟୀ ଅଧ୍ୟାପକ ହୋଇଥିବା ବେଳେ ଗେଷ୍ଟ ଫାକ୍ ଲ୍ଟି ୩୯ଜଣ ଅଛନ୍ତି। ଛାତ୍ରୀଛାତ୍ର ଅନୁସାରେ ୧୩୦ ଅଧ୍ୟାପକ ରହିବା କଥା। ସବୁଠାରୁ ପରିତାପର ବିଷୟ ଯୁକ୍ତ ଦୁଇ ପାଠ ପାଇଁ ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ନ ଥିବାରୁ ଗେଷ୍ଟ ଫାକଲ୍ଟି କ୍ଲାସ ନେଉଛନ୍ତି।
ସେହିପରି ଟିଚିଂ ଷ୍ଟାଫ୍ ଓ ନନଟିଚିଂ ଷ୍ଟାଫ୍ ଙ୍କୁ ନେଇ ମଧ୍ୟ ସମସ୍ୟା ରହିଛି। କଲେଜର ମୁଖ୍ୟ କିରାଣି ଏବଂ ହିସାବ ସଂରକ୍ଷକ ପଦବୀ ଖାଲି ପଡ଼ିଥିବା ଯୋଗୁ ଅଧ୍ୟାପକମାନଙ୍କୁ ଅଧିକାଂଶ ସମୟରେ କ୍ଲର୍କ ଓ ଆକାଉଣ୍ଟାଣ୍ଟ କାମ କରିବାକୁ ପଡ଼ୁଛି। ଏହାବ୍ୟତୀତ ପିଅନ, ୱାଚମ୍ୟାନ୍, ସୁଇପର୍, ଲାବ୍ରୋଟରୀ ଆଟେଣ୍ଡାଣ୍ଟ, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଭଳି ବିଭିନ୍ନ ପଦବୀ ଖାଲିପଡ଼ିଛି। କଲେଜର ପାଚେରି ନ ଥିବାରୁ ଯୁବକଙ୍କ ପ୍ରତ୍ୟେହ ସନ୍ଧ୍ୟାରେ ଅସାମାଜିକ ଯୁବ ମାନଙ୍କ ଅବାଧ ପ୍ରବେଶ ସାଙ୍ଗକୁ ସେମାନ ଆଡାସ୍ଥଳୀ ପାଇଟିଛି। ଅଧ୍ୟକ୍ଷ କହିଛନ୍ତି ପାରିପାର୍ଶ୍ବିକ ଉନ୍ନତି ପାଇଁ ଅନେକ ଗୁଡିକ ପ୍ରୋଜେକ୍ଟ ହାତକୁ ନିଆଯାଇଛି । ଆଗାମୀ ଦିନରେ ଏହାର ସମାଧାନ କରାଯିବ। କେବଳ ଟିଚିଂ ଓ ନନ ଟିଚିଂ ଷ୍ଟାଫ ମୁଖ୍ୟ ସମସ୍ୟା ପାଲଟିଛି।
ଗରିମା ହରାଉଛି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ
ଛାତ୍ରୀଛାତ୍ରଙ୍କ ତୁଳନାରେ ନାହାନ୍ତି ଅଧ୍ୟାପକ
ଶୈକ୍ଷିକ ବାତାବରଣ ନକହିବା ଭଲ
ଯୁକ୍ତ ଦୁଇ ପିଲାଙ୍କୁ ଭରସା ଗେଷ୍ଟ ଫାକଲ୍ଟି
Odisha Govt: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର , ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

Indian Army: କପି ହେବନି ସେନା ପୋଷାକ, ନମାନିଲେ ଆଇନ୍ ଅନୁଯାୟୀ ମିଳିବ ଦଣ୍ଡ

Action on Officer Over Stampede: ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣା , ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ

Shocking Confession: ଶୋଇଥିଲା ଝିଅ ହାଣିଦେଲା ବାପା, ଥାନାକୁ ଯାଇ କହିଲା...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)