/odishatv-khabar/media/media_files/2025/11/09/mohana-poor-education-2025-11-09-18-50-49.jpg)
Mohana-Poor-Education Photograph: (OTV)
ଶିଶୁ ବାଟିକାରୁ ୫ମ ଶ୍ରେଣୀ। ୩୩ ପିଲା, ଗୋଟିଏ ଶ୍ରେଣୀ ଗୃହ ଆଉ ମାତ୍ର ୫ଜଣ ଶିକ୍ଷକ। ସେପଟେ ପ୍ରଥମରୁ ୮ମ ଶ୍ରେଣୀ, ୫୧ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ। ଏଭଳି ଅବ୍ୟବସ୍ଥାର ଚିତ୍ର ଗଜପତି ଜିଲ୍ଲା ମୋହନା ବ୍ଲକ୍ ବନ୍ଧାଗୁଡାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ପଥରଗଡସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି।
ସୂଚନା ମୁତାବକ ବନ୍ଧାଗୁଡା ପ୍ରାଥମିକ ବିଦ୍ୟାଳୟରେ ୨ଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଦାନ କରୁଛନ୍ତି ୫ ଶିକ୍ଷକ। ନା ଅଛି ପିଇବା ପାଣିର ବ୍ୟବସ୍ଥା ନା ଅଛି ପାଚେରୀ। ସେପଟେ ପଥରଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀରେ ୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ଟି ଶ୍ରେଣୀ ଗୃହ ରହିଛି l ମାତ୍ର ୨ ଜଣ ଶିକ୍ଷକ ଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢାଇବା ବେଳେ ଅନ୍ୟ ଶ୍ରେଣୀ ଗୃହ ଖାଲି ପଡୁଛି।
ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ୟା ନେଇ ବହୁ ବାର୍ ବ୍ଲକ୍ ଶିକ୍ଷାଧିକାରୀଙ୍କ ସମେତ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏନେଇ ବିଇଓ କହିଛନ୍ତି, ନୂଆ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅନୁମୋଦନ ହୋଇଛି। ଯେଉଁସବୁ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ରହିଛି, ଆବଶ୍ୟକୀୟ ଶିକ୍ଷକ ପୂରଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।
ସର୍ବଶିକ୍ଷା ଅଭିଯାନରେ ସରକାର ‘ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ’ ନାରା ଦେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଏଭଳି ଅଣଦେଖା କେବଳ ଧର୍ମକୁ ଆଖି ଠାର ନୁହେଁ ତ ଆଉ କ’ଣ?
Power Couple Alert: ମନର ମଣିଷ ପାଇଗଲେ ସାମନ୍ଥା ପ୍ରଭୁ , ଅନେକ ସୁପରହିଟ ସିରିଜର ସେ ହେଉଛନ୍ତି ନିର୍ଦ୍ଦେଶକ

₹20 Lakh Traffic Fine for a Scooter Sparks Outrage: ସ୍କୁଟର ପାଇଁ ୨୦ ଲକ୍ଷ ଜରିମାନା, ଏମିତି ହେଲା କେମିତି ?

Darkest Hour Unveiled: ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ଆଜି ବଲିଉଡର ଲୋକପ୍ରିୟ ଓ ସଫଳ ଷ୍ଟାର

Tears At Singhadwara: ଶ୍ରୀମନ୍ଦିରରେ ବଡ଼ ଭକ୍ତ , ରତ୍ନସିଂହାସନରୁ ଓହ୍ଲାଇବେ ଜଗନ୍ନାଥ ! ବାପାର ମନର କଥାକୁ ପୂରଣ କରିଦେ ଜଗା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)