ମଙ୍ଗଳବାର ଜେଇଇ ମେନ୍ ସେସନ-୧ ୨୦୨୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସୁମଦାୟ ୧୪ ଜଣ ଛାଚ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ସ୍କୋର କରିବା ସହତ ଟପ୍ପର ରହିଛନ୍ତି। ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ରହିଛନ୍ତି। ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୨୬ ତମ ସ୍ଥାନରେ ରହିଛନ୍ତି।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ । ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ ।
ଭୁବନେଶ୍ବରରେ ଶୁଭିବ ପୁଣି ଶିକ୍ଷକଙ୍କ ଗର୍ଜନ । ପୂର୍ବ ସରକାର କରିଥିବା ପ୍ରତାରଣାକୁ ଶିକ୍ଷକମାନେ ନୂଆ ସରକାରଙ୍କୁ ଗୋଟି ଗୋଟି କହିବେ ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ' ୪ରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି।
OCS ପ୍ରିଲିମ୍ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।
ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ।
ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି।
ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ଥିବା ବେଳେ, ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଆଜି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ବୈଠକ କରିଥିବା ବେଳେ, ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି ।
ପରୀକ୍ଷା ନେଇ ସରିଲା CHSEର ବୈଠକ । ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ପିଲାଏ ଦେବେ ପରୀକ୍ଷା । ୧୨୭୬ ସେଣ୍ଟରରେ ପରୀକ୍ଷା ହେବ ।
ଟଙ୍କା ଦେଲେ ମିଳୁଛି କି ଇଚ୍ଛା ମୁତାବକ ନାକ୍ ଗ୍ରେଡ୍? ବିଶ୍ବବିଦ୍ୟାଳୟକୁ, ଭଲ ରେଟିଂ ଦେବା ଲାଗି ନାକ୍ ଟିମକୁ ଲାଞ୍ଚ ଅଭିଯୋଗ ମାମଲାରେ ଜଣେ କୁଳପତିଙ୍କ ସମେତ 10 ଜଣ CBI ଦ୍ବାରା ଗିରଫ ହେବା ଘଟଣାକୁ ନେଇ ହଇଚଇ।
ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।
IGNOU ଏବେ B.Ed ଏବଂ B.Sc (ପୋଷ୍ଟ ବେସିକ୍) ନର୍ସିଂରେ ଆଡ୍ମିଶନ୍ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ୍ ଖୋଲିଛି। B.Ed ଏବଂ B.Sc ନର୍ସିଂ କୋର୍ସ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ IGNOUର ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ ଆବେଦନ କରିପାରିବେ।
ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍ମିଶନ୍ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?
ଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମଧ୍ୟ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।
ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।
ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।
ପଢ଼ନ୍ତୁ ଓଡ଼ିଆ ସାହିତ୍ୟର କାଳଜୟୀ କାହାଣୀ 'ରାଣ୍ଡିପୁଅ ଅନନ୍ତା'। ବ୍ୟାସକବି ଫକୀର ମୋହନଙ୍କର ଏହି ବହୁପଠିତ ଓ ବହୁ ଚର୍ଚ୍ଚିତ କାହାଣୀକୁ ନେଇ ଆଗରୁ ଟେଲିଫିଲ୍ମ ହୋଇଛି। ଏବେ ମଧ୍ୟ ଏହାକୁ ନେଇ ଏକ ସଂପୂର୍ଣ୍ଣ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ଏହା ପୂର୍ବରୁ ଏହି ନାଁଟିକୁ ନେଇ ବାଦବିବାଦ ଉଠିଥିଲା। ଅନେକ ଲୋକ ହୁଏତ ପ୍ରଖ୍ୟାତ ସ୍ରଷ୍ଟା ଫକୀର ମୋହନଙ୍କର ଏହି କାଳଜୟୀ କାହାଣୀଟି ପଢ଼ିନଥିବେ। ଏଥିପାଇଁ ଆମେ ଧାରାବାହିକ ଭାବେ ପ୍ରକାଶ କରିବାକୁ ପ୍ରୟାସ କରୁଛୁ।
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।
ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରାଯିବ।
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦିଆଯିବାକୁ ଯୋଜନା ହୋଇଛି।