/odishatv-khabar/media/media_files/2025/10/15/fake-naxal-2025-10-15-15-31-07.jpg)
FAKE-NAXAL Photograph: (OTV)
ପଇସା ପାଇଁ ନକଲି ନକ୍ସଲ ସାଜିଲା ପୁଅ। ବାପାକୁ ଲେଖିଲା ଧମକପୂର୍ଣ୍ଣ ଚିଠି। ପୁଅ ଟଙ୍କା ପାଇଁ ଏମିତି କରିବ ବାପା କେବେ ଭାବିନଥିଲେ । ଆଉ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି ।
ପୋଲିସ ସୂଚନା ଅନୁଯାୟୀ ରୁପ୍ରାରୋଡର ଠିକାଦାର ଦୀନେଶ ଅଗ୍ରୱାଲଙ୍କ ଏକମାତ୍ର ପୁଅ ୨୪ ବର୍ଷୀୟ ଅଙ୍କୁଶ ଅଗ୍ରୱାଲ ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଆପଣାଇଥିଲା ଭୟଙ୍କର ତରିକା । ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ।
ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା ଅଙ୍କୁଶ। ଉକ୍ତ ଚିଠିରେ ୩୫ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବୁ ବୋଲି ଉଲ୍ଲେଖ କରାଯାଇଥିଲା। ଅନୁରୂପ ଭାବେ ଅଭିଯୁକ୍ତ ଅଙ୍କୁଶ ତା’ ବାପା ଦୀନେଶଙ୍କ ସାଙ୍ଗ ପାଖକୁ ମଧ୍ୟ ଏକା ପ୍ରକାରର ଚିଠି ପଠାଇଥିଲା।
ଏହି ଚିଠି ପାଇବା ପରେ ପରିବାର ସଦସ୍ୟ ଭୟଭୀତ ହୋଇପଡ଼ିଥିଲେ। ଜୀବନ ଭୟରେ ବାପା ଦୀନେଶ ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତରୁ ଏସବୁ କାମ ଦୀନେଶଙ୍କ ପୁଅ ଅଙ୍କୁଶ କରିଥିବା ପୋଲିସ ସ୍ପଷ୍ଟ କରିଥିଲା । ଏହା ପରେ ପୋଲିସ ଅଙ୍କୁଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବାପାକୁ ପୁଅର ଧମକ ଚିଠି
ନକଲି ନକ୍ସଲ ସାଜି ପୁଅ ଲେଖିଲା ଧମକପୂର୍ଣ୍ଣ ଚିଠି
'୩୫ ଲକ୍ଷ ଦିଅ, ନଚେତ ତୁମ ପରିବାରକୁ ମାରିଦେବୁ'
କଳାହାଣ୍ଡି ରୁପ୍ରାରୋଡର ଠିକାଦାର ଦୀନେଶ ଅଗ୍ରୱାଲଙ୍କୁ ଚିଠି
ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଆପଣାଇଥିଲା ଭୟଙ୍କର ତରିକା
ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା ପୁଅ ଅଙ୍କୁଶ ଅଗ୍ରୱାଲ
ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ ବାପା ଦୀନେଶ ଅଗ୍ରୱାଲ
ପୋଲିସ ତଦନ୍ତ କରି ଦୀନେଶଙ୍କ ପୁଅ ଅଙ୍କୁଶ ଗିରଫ କଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)