/odishatv-khabar/media/media_files/2025/10/15/fire-2025-10-15-10-40-03.jpg)
fire Photograph: (OTV)
ଶ୍ବଶୁର ଘରେ ନିଆଁ ଲଗାଇଦେଲା ମଦୁଆ ଜ୍ବାଇଁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ମଙ୍ଗଳପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଘର ଜ୍ବାଇଁର ଉନ୍ମତକାଣ୍ଡ । ଗତକାଲି ରାତିରେ ଶିବ ନାଏକଙ୍କ ଜ୍ବାଇଁ ଅଙ୍କୁର ଷଡ଼ଙ୍ଗୀ ନିଶାଗ୍ରସ୍ତ ଅବସ୍ଥାରେ ଘରେ ଗଣ୍ଡଗୋଳ କରିଥିଲା ।
ପରେ ସମସ୍ତେ ଶୋଇଥିବାବେଳେ ବାହାରପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇଦେଇଥିଲା । ପଡ଼ୋଶୀ ଘର ଲୋକ କବାଟ ଖୋଲିବା ପରେ ଘରୁ ଶ୍ବଶୂର ଓ ସ୍ତ୍ରୀ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଜ୍ବାଇଁ ଅଙ୍କୁର ଫେରାର ହୋଇଯାଇଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)