Advertisment

BJP Candidate: ନୂଆପଡା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେପିର ନୂଆପଡ଼ା ପ୍ରାର୍ଥୀ ହେଲେ ଜୟ ଢୋଲକିଆ। ବିଧିବଦ୍ଧ ବାବେ ଘୋଷଣା କଲା ବିଜେପି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ଢୋଲକିଆ।

author-image
Chinmayee Sahoo
Jay Dholakia

Jay Dholakia Photograph: (OTV)

ସବୁ କଳ୍ପନାଜଳ୍ପନାର ଅନ୍ତ ହେଲା। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନୂଆପଡା (Nuapada) ଉପନିର୍ବାଚନ ପାଇଁ ବିଜେପିପ୍ରାର୍ଥୀ ଘୋଷଣା କଲା। ବିଜେପିର ପ୍ରାର୍ଥୀ ହେଲେ ଜୟ ଢୋଲକିଆ। ବିଧିବଦ୍ଧ ଭାବେ ଘୋଷଣା କଲା ବିଜେପି। ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାଲି ନାମାଙ୍କନ ଭରିବେ। ନାମାଙ୍କନ ବେଳେ ଉପସ୍ଥିତ ରହିବେ ରାଜ୍ୟ ସଭାପତି ମନମୋହନ ସାମଲ। ଏହା ପୂର୍ବରୁ ନୂଆପଡ଼ାରେ କାଲି ବିଜେପି ବିଶାଳ ସମାବେଶ କରିବ। 
ତେବେ ନୂଆପଡ଼ା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟ ଢୋଲକିଆ ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କଠୁ ଆଶୀର୍ବାଦ ନେଇଥିଲେ। ବସନ୍ତଙ୍କୁ ଭେଟି ଆଲୋଚନା କରିବା କରିବା ସହିତ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଜୟ। ସେହିଭଳି ଖରିଆର ରୋଡ୍ NAC ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ।

Advertisment
Nuapada
Advertisment
Related Articles
Advertisment