/odishatv-khabar/media/media_files/2025/10/17/hyderabad-odia-woman-murder-2025-10-17-17-56-49.jpg)
hyderabad-Odia-Woman-Murder Photograph: (OTV)
ବର୍ବର, ଲୋମଟାଙ୍କୁରା ! ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ତେଲେଙ୍ଗାନାରୁ ଆସିଛି ପୁଣି ଏକ ଛାତିଥରା ଘଟଣା । ହାଇଦ୍ରାବାଦରେ ରହୁଥିବା ଭୁବନେଶ୍ବରର ଜଣେ ମହିଳାଙ୍କ ସହ ଘଟିଛି ଜଘନ୍ୟକାଣ୍ଡ ! ମହିଳାଙ୍କୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ଆଉ କାନ୍ଦି କାନ୍ଦି ଏହି ଲୋମହର୍ଷଣକାରୀ ଘଟଣା ବଖାଣିଛନ୍ତି ମୃତ ପୀଡିତାଙ୍କ ମାଆ ।
ଗତ ବୁଧବାର ରାତିରେ ହାଇଦ୍ରାବାଦର ପେଟବସିରାବାଦ୍ କୋମପାଲି ଅଞ୍ଚଳରେ ଘଟିଛି ଏହି ଅପରାଧ । ମୃତ ଓଡିଆ ମହିଳା ସେଠି ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ତାଙ୍କ ଘର ଭୁବନେଶ୍ବର ଭରତପୁର ଅଞ୍ଚଳରେ । ସେ ଖୋର୍ଦ୍ଧା ଅଞ୍ଚଳରେ ବିବାହ କରିଥିଲେ । ସ୍ୱାମୀ ଓ ୪ ବର୍ଷର ପୁଅ ସହ ହାଇଦ୍ରାବାଦର କୋମପାଲି ଅଞ୍ଚଳରେ ରହୁଥିଲେ । ସ୍ବାମୀ ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ମେଣ୍ଟେନାନ୍ସ ବିଭାଗରେ କାମ କରୁଥିଲେ । ୬ ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ । ପତ୍ନୀ ସେଇ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାଟରରେ ପୁରା ପରିବାର ରହୁଥିଲା ।
କିଛି ଦିନ ତଳେ ତାଙ୍କ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ହୋଇଥିଲା । ପାସପୋର୍ଟରେ ତ୍ରୁଟି ଥିବାରୁ ଏହାକୁ ସୁଧାରିବାକୁ ଗତ ଶନିବାର ଦିନ ଭୁବନେଶ୍ବର ଆସିଥିଲେ ସ୍ୱାମୀ । ଗୁରୁବାର ସକାଳେ କମ୍ପାନୀ କର୍ମଚାରଙ୍କ କଲ୍ ଆସିଲା । ପତ୍ନୀ ଅସୁସ୍ଥ ଅଛନ୍ତି, ଶୀଘ୍ର ଆସ । ସ୍ୱାମୀ ସଙ୍ଗେ ସଙ୍ଗେ ଫ୍ଲାଇଟରେ ଗତକାଲି ହାଇଦ୍ରାବାଦ୍ ଯାଇଥିଲେ । ସେଠାରେ ପହଞ୍ଚିବା ବେଳକୁ ଆଉ ନଥିଲେ ପତ୍ନୀ ।
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଝିଅ ସହ ଘଟିଥିବା ବର୍ବରତା କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମାଆ।ରାତିରେ ଝିଅ ଏକୁଟିଆ ଘରେ ଥିଲା । କଲୋନୀର ଇନଚାର୍ଜ ମଦ ପିଇ ଘରେ ପଶିଥିଲା ଓ ଖଟ ତଳେ ଲୁଚିଯାଇଥିଲା । ମୋ ଝିଅ ଶୋଇବାକୁ ଯିବାବେଳେ ତା’ ସହ ଦୁଷ୍କର୍ମ କରି ହତ୍ୟା କରିଛି । ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ମୋ ଝିଅ ଘରୁ ବାହାରୁଥିବା ବେଳେ ପଡୋଶୀ ତାକୁ ଦେଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି କମ୍ପାନୀ ଘଟଣାକୁ ଚାପି ଦେବାକୁ ଝିଅ ଆତ୍ମହତ୍ୟା କରିଥିବା କଥା କହୁଥିବା ଅଭିଯୋଗ କରିଛନ୍ତି ମାଆ ।
ସେପଟେ କମ୍ପାନି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ୱାମୀ । ତମ ସ୍ତ୍ରୀର ଅନୈତିକ ସମ୍ପର୍କ ଥିଲା । ଧରାପଡିବା ପରେ ସେ ସୁଇସାଇଡ କରିଛି ବୋଲି ଏଫଆଇଆରରେ ଲେଖିବାକୁ କମ୍ପାନୀ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ।
ମୃତକଙ୍କ ପରିବାର ଲୋକେ ହାଇଦ୍ରାବାଦରେ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ନିବେଦନ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ କରିଛନ୍ତି ଦାବି । ଏହି ଘଟଣାରେ କିଏ ସଂପୃକ୍ତ ଓ କେମିତି ଏତେ ବଡ଼ ଘଟଣା ଘଟିଲା ତାକୁ ନେଇ ଚାଲିଛି ତଦନ୍ତ । ଦୁର୍ଗାପୁର ପରେ ହାଇଦ୍ରାବାଦରେ ଓଡିଆ ମହିଳାଙ୍କ ସହ ଏପରି ବର୍ବରତା ପୁଣି ସମସ୍ତଙ୍କୁ କରିଛି ସ୍ତବ୍ଧ ।
+2 Exam Date Finalized: ଫେବ୍ରୁଆରୀ ୧୫ରୁ ୨୫ ଭିତରେ ହେବ +୨ ପରୀକ୍ଷା, ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ

SI Scam Exposed: କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ଖୁଲାସା, ଖୋଲିଲା ପୋଲିସ୍ SI କେଳେଙ୍କାରୀ

Son Fails to Identify Mother’s Body: ପୁଅ ଚିହ୍ନି ପାରିଲାନି ମାଆର ମୃତଦେହ, ଚକିତ ପୂରା ପରିବାର

Record Mass Surrender: ସବୁଠାରୁ ବଡ ନକ୍ସଲ ଆତ୍ମସମର୍ପଣ, ନଦୀ ଡେଇଁ ଚାଲି ଚାଲି ଆସିଥିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)