/odishatv-khabar/media/media_files/2025/10/17/naxal-2025-10-17-16-35-06.jpg)
NAXAL Photograph: (OTV)
ସବୁଠାରୁ ବଡ ନକ୍ସଲ ଆତ୍ମସମର୍ପଣ I ୨୦୮ ମାଓବାଦୀଙ୍କ ଏକାସାଙ୍ଗେ ଆତ୍ମସମର୍ପଣ। ଛତିଶଗଡ଼ ଜଗଦଲପୁରରେ ୨୦୮ ମାଓବାଦୀ ସରେଣ୍ଡର୍ କରିଛନ୍ତି। ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୧୫୩ ମାରଣାସ୍ତ୍ର ସହ ଆତ୍ମସମର୍ପଣ କଲେ ସମସ୍ତ ନକ୍ସଲ।
ସାରା ଦେଶରେ ଏହା ସବୁଠୁ ବଡ଼ ମାଓ ସରେଣ୍ଡର୍ ଅଭିଯାନ। ଏକ ସଙ୍ଗରେ ଏତେ ବଡ଼ ଓ ହାର୍ଡକୋର୍ ମାଓବାଦୀ ସରେଣ୍ଡର୍ କରିବା ଘଟଣା ପ୍ରଥମ ଥର ପାଇଁ ଘଟିଛି। ଆଜି ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲ ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ୍ ଡିଭିଜନର। ମାଓ ନେତା ରୁପେଶଙ୍କ ନେତୃତ୍ବରେ ସେମାନେ ସମସ୍ତେ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ବିଜାପୁର ପହଞ୍ଚିଥିଲେ। ‘ମାଡ୍’ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।...
ସଶକ୍ତ ହେଉଛି ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟ । ଦେଶରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ହ୍ରାସ ପାଇଛି । ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬ରୁ ୩କୁ ଖସିଛି । କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦିଆଯାଇଛି ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ମାଓମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ନିହତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
Snehangini Chhuria: ନୂଆପଡ଼ା ପାଇଁ ‘ବକରୀ’ ବନିନାହାନ୍ତି ତ ସ୍ନେହାଙ୍ଗିନୀ ?

Pakistan Blames India: ତାଲିବାନର ଆକ୍ରମଣ ପାଇଁ ଭାରତକୁ କାହିଁକି ଦାୟୀ କଲା ପାକିସ୍ତାନ?

Baripada Railway Station: ଖର୍ଚ୍ଚ ହୋଇଛି ୨୭ କୋଟି...ଷ୍ଟେସନ ନୁହେଁ, ଲାଗିବ ହୋଟେଲ

Highest Salary Package: କିଏ ଏହି ଆର୍ୟନ ? ବର୍ଷକୁ ପ୍ୟାକେଜ ୩କୋଟି ଉପରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)