/odishatv-khabar/media/media_files/2025/10/17/deadbody-2025-10-17-16-25-48.jpg)
DEADBODY Photograph: (OTV)
ମାଆର ଶବକୁ ଚିହ୍ନି ପରିଲାନି ପୁଅ। ଅନ୍ୟ ଜଣକର ଶବକୁ ଧରି ମେଡିକାଲରୁ ଘରକୁ ଫେରିବା ପରେ ଚକିତ ପୂରା ପରିବାର। ଗ୍ରାମବାସୀଙ୍କ ସହାୟତାରେ ପୁଣି ସେହି ଶବକୁ ନେଇ SCB ମେଡିକାଲ ଯାଇ ବଦଳ କରି ପ୍ରକୃତ ଶବକୁ ଆଣିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକର ଲୁଣାହାର ଗାଁରେ ।
ଗତକାଲି ଲୁଣାହାର ଗାଁରେ ବୃଦ୍ଧା ସ୍ୱର୍ଣ୍ଣଲତା ସାହୁଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରଥମେ ସାଲେପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁ ହେବା ପରେ ସ୍ୱର୍ଣ୍ଣଲତାଙ୍କ ଶବକୁ ଶବ ଗୃହରେ ରଖାଯାଇଥିଲା। ପରେ SCB ପକ୍ଷରୁ ତାଙ୍କ ପୁଅକୁ ଶବ ଚିହ୍ନଟ କରିବାକୁ କୁହାଯାଇଥିଲା। ମୃତ ସ୍ୱର୍ଣ୍ଣାଲତାଙ୍କ ପୁଅ ଟିକେ ମାନସିକ ଦୁର୍ବଳ ହୋଇଥିବାରୁ ସେ ଠିକ ଭାବେ ତାଙ୍କ ମାଆଙ୍କ ଶବକୁ ଚିହ୍ନି ନପାରି ଅନ୍ୟ ଜଣଙ୍କ ଶବ ନେଇ ଗାଁକୁ ଆସିଥିଲେ।
ଗାଁରେ ଶବ ସତ୍କାର ପାଇଁ ଶବ ଉପରୁ ପଲିଥିନ ହଟାଇବା ପରେ ଶବଟି ସ୍ୱର୍ଣ୍ଣାଲତାଙ୍କ ନୁହେଁ ବୋଲି ଗାଁ ଲୋକେ ଦେଖିଥିଲେଏବଂ ସଂଗେ ସଂଗେ ଭୁଲ ଶବକୁ ନେଇ ପୁଣି SCB ଯାଇ ସ୍ୱର୍ଣ୍ଣଲତାଙ୍କ ଶବକୁ ଆଣି ଦାହ କରିଥିଲେ । ସେପଟେ ଶବ ଫେରାଇବାକୁ ମେଡିକାଲ କର୍ମଚାରୀ ଟଙ୍କା ମାଗିଥିବା ଓ ଶବଗୃହରେ ସ୍ୱର୍ଣ୍ଣାଲତାଙ୍କ କାନଫୁଲ କେହି କାଢ଼ି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏସସିବି ହସ୍ପିଟାଲରେ ବଦଳିଗଲା ଶବ
ପୁଅ ଚିହ୍ନି ପାରିଲାନି ମାଆର ମୃତଦେହ
ଶବ ବଦଳାଇବାକୁ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ
ଶବଗୃହରୁ ଶବର କାନଫୁଲ ଗାଏବ
Diwali Offer: ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ: ଦିୱାଲି ଅଫର୍, ୧ ଟଙ୍କାରେ ଅନଲିମିଟେଡ

Snehangini Chhuria: ନୂଆପଡ଼ା ପାଇଁ ‘ବକରୀ’ ବନିନାହାନ୍ତି ତ ସ୍ନେହାଙ୍ଗିନୀ ?

Pakistan Blames India: ତାଲିବାନର ଆକ୍ରମଣ ପାଇଁ ଭାରତକୁ କାହିଁକି ଦାୟୀ କଲା ପାକିସ୍ତାନ?

Baripada Railway Station: ଖର୍ଚ୍ଚ ହୋଇଛି ୨୭ କୋଟି...ଷ୍ଟେସନ ନୁହେଁ, ଲାଗିବ ହୋଟେଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)