Advertisment

SI Scam Exposed: କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ଖୁଲାସା, ଖୋଲିଲା ପୋଲିସ୍ SI କେଳେଙ୍କାରୀ

ପୋଲିସ୍ SI କେଳେଙ୍କାରୀ ମାମଲାରେ ନୂଆ ଓ ବଡ଼ ଖୁଲାସା। କେମିତି ପିଲାଙ୍କୁ ଅଣାଯାଇଥିଲା, କିଏ ଆଣିଥିଲା,କିଏ ସେମାନଙ୍କ ସାର୍ଟିଫିକେଟ୍ ରଖିଥିଲା ସେ ସବୁର ଗୋଟି ଗୋଟି କରି ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।

author-image
Manas Ranjan Mohanty
si scam

si scam Photograph: (OTV)

ପୋଲିସ୍ SI କେଳେଙ୍କାରୀ ମାମଲାରେ ନୂଆ ଓ ବଡ଼ ଖୁଲାସା। କେମିତି ପିଲାଙ୍କୁ ଅଣାଯାଇଥିଲା, କିଏ ଆଣିଥିଲା,କିଏ ସେମାନଙ୍କ ସାର୍ଟିଫିକେଟ୍ ରଖିଥିଲା ସେ ସବୁର ଗୋଟି ଗୋଟି କରି ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତି କେମିତି ସ୍କାମ୍ ସାମ୍ରାଜ୍ୟ ଚଲାଇଥିଲେ ସେ କଥା ସବୁ ପଦାକୁ ଆସିଛି।

Advertisment

ଦୀଘା ଓ ବିଜୟନଗରମ୍ ଭଳି ଦୁଇଟି ମଡ୍ୟୁଲ୍ ପ୍ରସ୍ତୁତ ହୋଇଥିଲା। ଅରବିନ୍ଦ ଦାସ ଓ ମୁନା ମହାନ୍ତିଙ୍କୁ ଦାୟିତ୍ବ ମିଳିଥିଲା। ବିଜୟନଗରମ୍ ଯିବା ପାଇଁ ପିଲା ଯୋଗାଡ଼ କରୁଥିଲେ ମୁନା, ସେଦିନ ପିଲାଙ୍କୁ ନେବାକୁ ବସ୍ ବି ବୁକ୍ କରିଥିଲା ମୁନା। ନିଜ ସ୍କର୍ପିଓରେ ସେମାନଙ୍କୁ ଆଣି ଛାଡ଼ିଥିଲେ ଭୁବନେଶ୍ବରରେ। ସେଠୁ ବସ୍ ଯୋଗେ ପିଲାଙ୍କୁ ନିଆଯାଇଥିଲା। ମୁନା ସହ ଗିରଫ ହୋଇଛନ୍ତି ତାର ନିକଟତର ସହଯୋଗୀ ସୁକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଏବଂ ଜଣେ ଲେଡି ସ୍କାମ୍ ଷ୍ଟାର୍ ସୌମ୍ୟା ପ୍ରିୟଦର୍ଶିନୀ।

କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ, ସୌମ୍ୟା ଏହି ସ୍କାମର ଅନ୍ୟତମ ଦଲାଲ। ପିଲାଙ୍କୁ ଯୋଗାଡ଼ କରିବା ସହ ସେମାନଙ୍କ ସାର୍ଟିଫିକେଟ୍ ରଖିଥିଲେ। ଏସବୁ ବାଦ୍ ଶଙ୍କର ପୃଷ୍ଟିର ଭୂମିକା ନେଇ ବି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଶଙ୍କର ଦିଲ୍ଲୀରେ ବସି ଏହିସବୁ ସ୍କାମ୍ ଚଲାଇଥିଲା। କିନ୍ତୁ ଧରାପଡ଼ିବା ପରେ ଦିଲ୍ଲୀ ଆଖପାଖରୁ ସେ ଛୁ’ ମାରିଛି। କିନ୍ତୁ ବେଶି ଦିନ ଆଉ ଲୁଚି ପାରିବନି ବୋଲି ଦମ୍ଭୋକ୍ତି ସହ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Advertisment

ଖୋଲିଲା ପୋଲିସ୍ SI କେଳେଙ୍କାରୀ
କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ଖୁଲାସା
ଦଲାଲ ମୁନା ମହାନ୍ତି ସମେତ ୪ ଗିରଫ 
ମୁନା ମହାନ୍ତି କାରରେ ପରୀକ୍ଷାର୍ଥୀଙ୍କୁ ଅଣାଯାଇଥିଲା 
ମୁନା ମହାନ୍ତିଙ୍କ ପରିବାରଲୋକଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା 
କେଳେଙ୍କାରୀରେ ଅନ୍ୟତମ ଅଭିଯୁକ୍ତ ସୌମ୍ୟା ପ୍ରିୟଦର୍ଶିନୀ
ପରୀକ୍ଷାର୍ଥୀଙ୍କୁ ଆଣିବା ଓ ସାର୍ଟିଫିକେଟ୍ ରଖୁଥିଲା ସୌମ୍ୟା
ଶଙ୍କର ପୃଷ୍ଟିକୁ ଗିରଫ କରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ 
ମାମଲାର ସବୁ ଅଭିଯୁକ୍ତଙ୍କୁ ବାନ୍ଧିବୁ: କ୍ରାଇମବ୍ରାଞ୍ଚ ଡିଜି 
‘ଶଙ୍କର ପୃଷ୍ଟି ଦିଲ୍ଲୀ ପାଖାପାଖି ଥିଲା’
‘ଠକେଇ ଧରାପଡ଼ିବା ବେଳେ ଦିଲ୍ଲୀ ଛାଡ଼ି ଦେଇଛି ଶଙ୍କର’
‘ବେଶି ଦିନ ଲୁଚି ପାରିବନି ଶଙ୍କର’

Advertisment
Related Articles
Advertisment