Advertisment

KISS Student Murder Case: କିସ୍ ଛାତ୍ର ହତ୍ୟା ମାମଲା, ଜେଲ୍ ଗଲେ ୮ ଅଭିଯୁକ୍ତ

କିସ୍ ଛାତ୍ର ହତ୍ୟା ମାମଲାରେ ଜେଲ୍ ଗଲେ ୮ ଅଭିଯୁକ୍ତ। ବିଚାର ବିଭାଗୀୟ ହାଜତରେ ୮ ଅଭିଯୁକ୍ତ। ଜେଏମଏଫସି-୨ କୋର୍ଟରେ ଜାମିନ ନାମଞ୍ଜୁର ପରେ ଝାରପଡା ଜେଲେ ୮ ଅଭିଯୁକ୍ତ।

author-image
Chinmayee Sahoo
KISS Student Murder Case

KISS Student Murder Case Photograph: (OTV)

କିସ୍ ଛାତ୍ରଙ୍କୁ ହତ୍ୟା ମାମଲାରେ କିସର ଜଣେ ଅତିରିକ୍ତ ସିଇଓଙ୍କ ସମେତ ଜେଲ ଗଲେ ୮ ଜଣ। ଭୁବନେଶ୍ବର ଜେଏମଏଫସି କୋର୍ଟରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। 

Advertisment

୮ ଅଭିଯୁକ୍ତ ହେଲେ କିସର ଆଡିସନାଲ ସିଇଓ ପ୍ରମୋଦ କୁମାର ପାତ୍ର, ଟିଜିଟି ଟିଚର୍ ବିନୟ କୁମାର ଗୋଛି, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରଶ୍ମୀରଂଜନ ନାୟକ, କିସ୍ ଛାତ୍ରାବାସର ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, କିସ୍ ବୟଜ୍ ହଷ୍ଟେଲର ସୁପରଭାଇଜର୍ ଶୁଭକାନ୍ତ ବେହେରା, ଏବଂ ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିଶ୍ର। ଏହାସହ ୩ ଜଣ ଛାତ୍ରଙ୍କୁ ଧରି ତନାଘନା କରାଯାଉଛି।

•    କିସ୍ ଛାତ୍ର ହତ୍ୟା ମାମଲା, ଜେଲ୍ ଗଲେ ୮
•    ବିଚାର ବିଭାଗୀୟ ହାଜତରେ ୮ ଅଭିଯୁକ୍ତ
•    ଜେଏମଏଫସି-୨ କୋର୍ଟରେ ଜାମିନ ନାମଞ୍ଜୁର
•    ଜାମିନ ନାମଞ୍ଜୁର ପରେ ଝାରପଡା ଜେଲେ ୮ ଅଭିଯୁକ୍ତ
•    ୮ କିସ୍ କର୍ମଚାରୀଙ୍କ ସହ ୩ ସହପାଠୀ ଗିରଫ ହୋଇଛନ୍ତି
•    ଅତିରିକ୍ତ CEOଙ୍କ ସହ ୮ ଗିରଫ
•    (୧) ପ୍ରମୋଦ କୁମାର ପାତ୍ର, ଆଡିସନାଲ ସିଇଓ, କିସ୍
•    (୨) ବିନୟ କୁମାର ଗୋଛି, ଟିଜିଟି ଟିଚର୍, କିସ୍
•    (୩) ପ୍ରସନ୍ନ କୁମାର ମଲ୍ଲ, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍, କିସ୍
•    (୪) ପ୍ରଦୀପ କୁମାର ଦାସ, ଶିକ୍ଷକ, କିସ୍
•    (୫) ରଶ୍ମୀରଂଜନ ନାୟକ, ପ୍ରଧାନଶିକ୍ଷକ, କିସ୍ ସେକେଣ୍ଡାରୀ ସ୍କୁଲ୍
•    (୬) ହେମନ୍ତ କୁମାର ମହାପାତ୍ର, ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର, କିସ୍ ଛାତ୍ରାବାସ
•    (୭) ଶୁଭକାନ୍ତ ବେହେରା, ସୁପରଭାଇଜର୍, କିସ୍ ବୟଜ୍ ହଷ୍ଟେଲ୍
•    (୮) ସୁଜାତା ମିଶ୍ର, ସହକାରୀ ଶିକ୍ଷୟିତ୍ରୀ, କିସ୍
•    ‘କିସ୍’ରେ ଛାତ୍ରକୁ କରାଯାଇଛି ହତ୍ୟା’
•    ‘କିସ୍’ରେ ଛାତ୍ରକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର
•    ପ୍ରେସମିଟରେ ସ୍ପଷ୍ଟ କଲେ ପୋଲିସ କମିଶନର
•    ଅବହେଳା ପାଇଁ ‘କିସ୍’ର ୮ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ: ସିପି
•    ‘କିସ୍’ କର୍ତ୍ତୃପକ୍ଷ ଦୃଦଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି’
•    ୧୩ ତାରିଖରେ ହତ୍ୟା ମାମଲା ରୁଜୁ ହୋଇଥିଲା: ସିପି
•    ‘ସ୍ଥାନୀୟ ପୋଲିସକୁ ପରିବାର କି କିସ୍ ପକ୍ଷରୁ କୌଣସି ଖବର ଦିଆଯାଇନଥିଲା’
•    ‘ଜୋକର ଗ୍ୟାଙ୍ଗ’ ନାମରେ ଗ୍ୟାଙ୍ଗ ଗଢ଼ିଥିଲେ କିଛି ପିଲା’  
•    ‘୩ ଜଣ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି’
•    ‘ପୋଲିସ ଓ ପରିବାରକୁ ଜାଣିଶୁଣି ନ ଜଣେଇବା ଅଭିଯୋଗରେ ୮ ଗିରଫ’ 

Advertisment
KISS Student Death Case
Advertisment