/odishatv-khabar/media/media_files/2025/12/17/puri-temple-viral-2025-12-17-21-44-21.jpg)
PURI-TEMPLE-VIRAL Photograph: (OTV)
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ । ପୁଣି ଭାଇରାଲ୍ ଗର୍ଭଗୃହ ଭିତର ଫଟୋ । ଫଟୋ ଟି ଆଶୀର୍ବାଦ ୯୪୫ ନାମକ ସୋସିଆଲ ସାଇଡ୍ ରେ ଅପଲୋଡ୍ ହୋଇଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାଳ ମାଳ ପୋଲିସ ଥାଇ ଶ୍ରୀମନ୍ଦିର ଭିତରକୁ କେମିତି ଗଲା କ୍ୟାମେରା ଫୋନ୍ ? ମନ୍ଦିର ଭିତରର ଦୃଶ୍ୟ ଭାଇରାଲ୍ ନକରିବାକୁ ଚାରିଦ୍ୱାରରେ ସଚେତନତା ବାର୍ତ୍ତା ତାହାଲେ କଣ କେବଳ ଧର୍ମକୁ ଆଖି ଠାର ? ଏଭଳି ମାଳ ମାଳ ପ୍ରଶ୍ନ କରି ସିଧା ପୋଲିସ ଓ ପ୍ରଶାସନର ଢିଲା ବ୍ୟବସ୍ଥାକୁ ନିଶାନା କରିଛନ୍ତି ଭକ୍ତ ଓ ସେବାୟତ। ତେଣେ ପୁରୀ ଏସପି କହିଛନ୍ତି- ସିଂହଦ୍ୱାର ଥାନାରେ ପୋଲିସ ନିଜ ଆଡୁ ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୋଷୀଙ୍କ ବିରୁଦ୍ଧରେ ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ...
କେତେବେଳେ ନୀଳଚକ୍ର ଉପରେ ଉଡୁଛି ଡ୍ରୋନ୍ । ତ କେତେବେଳେ ଶ୍ରୀମନ୍ଦିର ଭିତରକୁ ଗଲାଣି ସ୍ମାର୍ଟ ଫୋନ୍ । ପୁଣି କେତେବେଳେ ଧରା ପଡ଼ିଲାଣି ସ୍ପାଏ କ୍ୟାମେରା ଥିବା ଚଷମା । ଏଠି ପ୍ରଶ୍ନ ଏଭଳି ଘଟଣାମାନ ପଛରେ ଭୁଲ୍ କାହାର ? ଚେକିଂ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କର ନା ଅମାନିଆ ଭକ୍ତଙ୍କର ? ଯଦିଓ ସେମାନଙ୍କୁ ସାବାଡ୍ ଲାଗି ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ସଂଶୋଧନ କରି କଠୋର ଦଣ୍ଡ ବିଧାନ ପାଇଁ ସରକାରଙ୍କୁ ଚିଠା ପ୍ରସ୍ତାବ ଦିଆଯିବ ବୋଲି ଗତ ମାର୍ଚ୍ଚ ୩୦ରେ ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶ୍ବସ୍ତିବାଣୀ ଶୁଣାଇଥିଲେ ଓ ଅକ୍ଟୋବର ୧୬ରେ ଶ୍ରୀମନ୍ଦିର ସୁରକ୍ଷା କମିଟି ଅଧ୍ୟକ୍ଷ ଡକ୍ଟର ଗିରିଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା ସରିଛି। ହେଲେ ଅଦ୍ୟାବଧି କଡ଼ା ନିୟମ ଆସିପାରି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ବୁଦ୍ଧିଜୀବୀ। ତେଣେ ଆଇନମନ୍ତ୍ରୀଙ୍କ ଉତ୍ତର- ଏ ଦିଗରେ କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର। ଯେହେତୁ ପୁରୁଣା ଆଇନରେ ଅନେକଗୁଡ଼ିଏ ଦଣ୍ଡବିଧାନର ପ୍ରାବଧାନ ଅଛି, ସେଥିରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି। ମନ୍ଦିର ଭିତରେ ଫଟୋ ଉଠା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବି ଉଦ୍ୟମ ଚାଲିଛି।
ଏବେ ଅପେକ୍ଷା କେତେ ଶୀଘ୍ର ଆସୁଛି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କଡ଼ା ଆଇନ୍ ? ଯଦ୍ବାରା ଜଗନ୍ନାଥ ମନ୍ଦିର ନିରପତ୍ତା ସହ ଖେଳିବାକୁ ଆଉ ସାହାସ କରିବେନି ଅମାନିଆ ?
Farmers Struggle: ଚାଷୀର ଜୀବନ ସବୁ ସହୁଛି , ଘରେ ଧାନ ଥିଲେ ବି ଚାଷୀର ପକେଟ ଖାଲି

Accident On Delhi–Agra Expressway: ଏକାଥରେ ୭ ବସ୍ ୩ କାର ଧକ୍କା , ଚଟକିନା ଚାଲିଗଲା ୧୩ ଜୀବନ

Blind Faith Turns Fatal: ଘରେ ରହିଛି ଅତୃପ୍ତ ଆତ୍ମା , ଗୁଣିଆର କଳା ଯାଦୁରେ ଫଶିଗଲେ ଘର ମାଲିକ

Son Returns After 3 Years: ସୁଦାନ ଦସ୍ୟୁଙ୍କ କବଳରୁ ଫେରିଲେ ଆଦର୍ଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)