/odishatv-khabar/media/media_files/2025/12/15/kiss-2025-12-15-16-02-12.jpg)
KISS Photograph: (OTV)
କିସ୍ ଛାତ୍ର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ହେବ କହିଲେ OSCPCR (ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ) ଅଧ୍ୟକ୍ଷା ବବିତା ପାତ୍ର। ଛାତ୍ରଙ୍କର କେଉଁ ପରିସ୍ଥିତିରେ, କେଉଁ କାରଣରୁ ମୃତ୍ୟୁ ହେଲା, ତାକୁ ନେଇ ପ୍ରଶ୍ନ ପଚାରିବୁ କହିଛନ୍ତି OSCPCR ଅଧ୍ୟକ୍ଷା।
ସେ କହିଛନ୍ତି, ପୋଷ୍ଟମର୍ଟମ ନ କରି ମୃତଦେହ କିପରି ଦିଆଗଲା, ସେ ନେଇ ବି ପ୍ରଶ୍ନ କରିବୁ। ଛାତ୍ରଙ୍କ ମୃତ୍ୟୁ ପରେ ଏହା ଅପମୃତ୍ୟୁ ମାମଲା ବୋଲି ରିପୋର୍ଟ ଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ କୌଣସି ସଠିକ୍ ରିପୋର୍ଟ ହସ୍ତଗତ ହୋଇନି। ଛାତ୍ରଙ୍କ ମୃତ୍ୟୁ ଅପମୃତ୍ୟୁ ନା ହତ୍ୟା ତଦନ୍ତ ପରେ ପଦକ୍ଷେପ ନେବୁ। ଯିଏ ବି ଦୋଷୀ ହୋଇଥାଆନ୍ତୁ ନା କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି OSCPCR ଅଧ୍ୟକ୍ଷା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିଜେ କିସ୍ ଯାଇ, ପିଲାମାନେ କିଭଳି ସ୍ଥିତିରେ ରହୁଛନ୍ତି ଅନୁଧ୍ୟାନ କରିବି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ କିଭଳି ଚାଲିଛି ତାର ତଦନ୍ତ କରାଯିବ।
KISSର ଅଧ୍ୟକ୍ଷଙ୍କୁ ଜବାବ ତଲବ କରାଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଛାତ୍ର ମୃତ୍ୟୁ ମାମଲାକୁ ନେଇ ଚିଠି ଲେଖି ଜବାବ ମଗା ଯାଇଛି। KISSର ପ୍ରିନ୍ସିପାଲଙ୍କ ସମେତ ପ୍ରଶାସନିକ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ ଏବଂ ଚାଇଲ୍ଡ ଲାଇନକୁ ଚିଠି ଲେଖାଯାଇଛି। କେଉଁ ପରିସ୍ଥିତିରେ ଛାତ୍ରର ମୃତ୍ୟୁ ହେଲା, ମୃତ୍ୟୁ ପରେ ବ୍ୟବଚ୍ଛେଦ କାହିଁକି ହେଲାନି ଏସବୁକୁ ନେଇ ସନ୍ଦେହ ଉପୁଜିଥିବାରୁ କୈଫିୟତ ତଲବ କରିଛି ଆୟୋଗ।
କିସ୍ ମୁଣ୍ଡରେ କଳଙ୍କ
କିଟ୍ ପରେ କିସ୍ ମୁଣ୍ଡରେ ଲାଗିଛି କଳଙ୍କ । ନବମ ଶ୍ରେଣୀ ଛାତ୍ରର ସନ୍ଦେହଜନକ ମୃତ୍ୟୁ ପରେ ଆସିଛି ହତ୍ୟା ଅଭିଯୋଗ । ମୃତ ଛାତ୍ରଙ୍କ ପରିବାର ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । ସନ୍ଦେହଜନକ ମୃତ୍ୟୁ ପରେ କିସ୍ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ ନକରାଇ ମୃତଦେହ ଘରକୁ ପଠାଇ ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ଛାତ୍ରଙ୍କ ବେକରେ ମୋଟା ଲାଲ୍ ଦାଗ ରହିଥିଲେ ବି କାହିଁକି ପୋଷ୍ଟମର୍ଟମ କରାଗଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।
ମୃତ ନବମ ଶ୍ରେଣୀ ଛାତ୍ର କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଶିବ ମୁଣ୍ଡା । ତାଙ୍କ ବାପା ରଘୁନାଥଙ୍କ ଅଭିଯୋଗ ଅନୁସାରେ କାଲି ତାଙ୍କ ପାଖକୁ କିସରୁ ଫୋନ୍ ଆସିଥିଲା । ପୁଅ ଝାଡ଼ା ଗଲା ବେଳେ ପାଇଖାନାରେ ପଡ଼ି ଯାଇଛି, ଚିକିତ୍ସା ଚାଲିଛି ଶୀଘ୍ର ଆସ ବୋଲି କହିଥିଲେ ।
ଖବର ପାଇ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରଘୁନାଥ ପହଞ୍ଚିବା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ପୋଷ୍ଟମର୍ଟମ ନକରାଇ ଆମ୍ବୁଲାନ୍ସ କରି ପୁଅର ମୃତଦେହ ନେଇଯିବାକୁ ବ୍ୟବସ୍ଥା କରିଦେଇଥିଲେ କିସ୍ କର୍ତ୍ତୃପକ୍ଷ । ଏହା ସହ କିଛି କାଗଜରେ ତାଙ୍କଠାରୁ ସେମାନେ ଦସ୍ତଖତ କରାଇ ନେଇଥିବା ମଧ୍ୟ ରଘୁନାଥ କହିଛନ୍ତି । ତେବେ ଏ ସଂପର୍କରେ କିସ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Series Accidents: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍-ୱେରେ ସିରିଜ ଦୁର୍ଘଟଣା , ୪ ଜଣଙ୍କ ମୃତ୍ୟୁ ... ପ୍ରାୟ ୨୦ ଆହତ

Baijayant Panda Reappointed: ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଗୁରୁ ଦାୟିତ୍ବ , ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ

From Odisha to the Himalayas: ହିମାଳୟରେ ଓଡ଼ିଶାର ହୀରା, ୨୧ ହଜାର ଫୁଟ୍ ଉଚ୍ଚରେ ଉଡାଇଲେ ତ୍ରିରଙ୍ଗା

Inhuman Cruelty: ହଜିଗଲା ମାନବିକତା, ହାତୀକୁ ଖୁଆଇ ଦେଲେ ବମ୍

Dark Truth Behind ‘Dhurandhar’: ‘ଧୁରନ୍ଧର’ ଫିଲ୍ମ ରେହମାନ୍ ଡକାୟତର ପ୍ରକୃତ କାହାଣୀ, ଲୋକଙ୍କ ମୁଣ୍ଡରେ ଫୁଟବଲ୍ ଖେଳୁଥିଲା

Old Smartphone, New Security: ପୁରୁଣା ସ୍ମାର୍ଟଫୋନ୍ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା, ଅଫିସରେ ବସି ଘର ଉପରେ ରଖନ୍ତୁ ନଜର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)